କିଏ ଏହି ମଡେଲ, ଯାହାଙ୍କୁ ଟ୍ରମ୍ପ୍‌ କରିଥିଲେ ବ୍ଲକ; ବାଇଡେନ କରୁଛନ୍ତି ଫଲୋ

ଓ୍ବାଶିଂଟନ,୨୪।୧ : ଆମେରିକାର ନବନିଯୁକ୍ତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଫିସିଆଲ ଟୁଇଟର ଆକାଉଣ୍ଟ ମିଳିଛି। ଏହି ଆକାଉଣ୍ଟରେ ସେ ୧୩ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଏହି ୧୩ ଜଣଙ୍କ ମଧ୍ୟରେ ବାଇଡେନଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ, କମଳା ହାରିସଙ୍କ ସମେତ ହ୍ବାଇଟ୍‌ ହାଉସର ଆଉ କିଛି ଅଧିକାରୀ ଅଛନ୍ତି। ତେବେ ସବୁଠୁ ଚର୍ଚ୍ଚାର ବିଷୟ ହେଲା ୧୩ ଜଣଙ୍କ ମଧ୍ୟରେ କ୍ରିସୀ ଟିଗେନ୍‌ ନାମକ ଜଣେ ମଡେଲ ଅଛନ୍ତି। ଟିଗେନ ବାଇଡେନଙ୍କୁ ଫଲୋ କରିବା ପାଇଁ ଅନୁରୋଧ କରିଥିଲେ।


କ୍ରିସୀ ଟୁଇଟ୍‌ କରି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରୁ ବ୍ଲକ କରି ଦେଇଛନ୍ତି। ଫଳରେ ମୁଁ ୪ ବର୍ଷ ହେଲା ରାଷ୍ଟ୍ରପତିଙ୍କ ଟୁଇଟ୍‌ ଦେଖିପାରୁନାହିଁ। କ୍ରିସୀ ନିଜ ଦୁଃଖ ଜଣାଇବା ସହ ବାଇଡେନଙ୍କୁ ଅନୁରୋଧ କରିଥିଲେ ମୋତେ ଫଲୋ କରିପାରିବେ କି? ବାଇଡେନ ତୁରନ୍ତ ତାଙ୍କ ରିକ୍ୱେଷ୍ଟ ଗ୍ରହଣ କରିଥିଲେ। ଏହା ପରେ କ୍ରିସୀ ଏବଂ ତାଙ୍କ ଫଲୋଅର୍ସ ବହୁତ ଖୁସି ହୋଇଛନ୍ତି।


୩୫ ବର୍ଷୀୟା କ୍ରିସୀ ଟ୍ରମ୍ପଙ୍କ ନୀତିର ଜଣେ ସମାଲୋଚିକା। ୨୦୧୭ରେ ଏକ ଟୁଇଟ୍‌ ମାଧ୍ୟମରେ ଗୋଟିଏ କଥା ଖୋଲି କହିଥିଲେ। ଏହା ପରେ ଟ୍ରମ୍ପ ତାଙ୍କୁ ବ୍ଲକ କରିଦେଇଥିଲେ। କ୍ରିସୀ ପେସାରେ ଜଣେ ମଡେଲ। ସେ ୨୦୧୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ ମା ଥାଇଲାଣ୍ଡର ହୋଇଥିବା ବେଳେ ବାପା ଆମେରିକାନ। କ୍ରିସୀ ମଡେଲିଂ କରିବା ପାଇଁ ଫୁଡ୍‌ ଶୋ’କୁ ଯାଇଥାନ୍ତି। ସେଥିପାଇଁ ଲୋକେ ତାଙ୍କୁ ‘ଫୁଡି’ କୁହନ୍ତି। କେତେକ ଟିଭି ଶୋ’ରେ ମଧ୍ୟ ସେ ହୋଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri