Odisha Elections 2024
Posted inଜାତୀୟ

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ କୌଣସି ଫଳାଫଳ ମିଳିନି। ଏବେ ଚାଇନା ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଜଳ ଯୁଦ୍ଧ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଭାରତରେ ପ୍ରବେଶ ପରେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ବ୍ରହ୍ମପୁତ୍ର ଭାବେ ନାମିତ ହୋଇଥାଏ। ତେବେ ତିବ୍ବତ ପର୍ଯ୍ୟନ୍ତ ଏହି ନଦୀକୁ ଲୋକେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ କହିଥାନ୍ତି। ଚାଇନା ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ଉପରେ ବନ୍ଧ ନିର୍ମାଣ କରିବା ଲାଗି ଯୋଜନା କରିଛି। ଏହା ଦ୍ୱାରା ଭାରତ, ମ୍ୟାନ୍‌ମାର, ଥାଇଲାଣ୍ଡ, ଲାଓସ୍‌, କାମ୍ବୋଡ଼ିଆ, ଭିଏତ୍‌ନାମ୍‌ ଏବଂ ବାଂଲାଦେଶରେ ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ମୁଖ୍ୟତଃ ଭାରତ ଏବଂ ବାଂଲାଦେଶ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ। ସେହିପରି ଏହି ନଦୀ ବନ୍ଧ ଯୋଜନା ଦ୍ୱାରା ବିଭିନ୍ନ ସମୟରେ ଅଧିକ ଜଳ ଛଡ଼ାଯାଇ ନିମ୍ନ ଅବବାହିକାରେ ଭାରତର କେତେକ ରାଜ୍ୟରେ ବନ୍ୟା ସ୍ଥିତି ମଧ୍ୟ ସହଜରେ ସୃଷ୍ଟି କରାଯାଇ ପାରିବ। ଚାଇନା ଜାଣିଶୁଣି ଏଭଳି ନଦୀବନ୍ଧ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ନଦୀବନ୍ଧ ଉପରେ ପରୀକ୍ଷା ନିରୀକ୍ଷା କରିବା ଲାଗି ଚାଇନା ଗତ ଡିସେମ୍ବରରେ ନଦୀରେ ସ୍ବାଭାବିକ ଭାବେ ସେକେଣ୍ଡ ପିଛା ପ୍ରଭାବିତ ହେଉଥିବା ୧୯୦୪ କ୍ୟୁବିକ୍‌ ଜଳକୁ ବନ୍ଦ କରି ଏହାକୁ ୧୦୦୦ କ୍ୟୁବିକ୍‌ ମିଟରରେ ସୀମିତ କରିଥିଲା। ନଦୀବନ୍ଧ ନିର୍ମାଣ କରାଗଲେ ଏଭଳି ଲଗାତାର କରାଯିବାର ଆଶଙ୍କା ଦେଖାଦେଇଛି। ଏହା ଦ୍ୱାରା ଭାରତ ସମେତ ଏହି ନଦୀ ସହିତ ଜଡ଼ିତ ଅନ୍ୟ ଦେଶର ମତ୍ସ୍ୟ ସମ୍ପଦ ଏବଂ କୃଷି କାର୍ଯ୍ୟ ଉପରେ ପ୍ରଭାବ ପଡ଼ିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri