ପ୍ରତିଶୋଧ ନିଆଯିବ

ଲଣ୍ଡନ,୨୪।୧: ଇରାନର ସବୁଠୁ ଶକ୍ତିଶାଳୀ ସାମରିକ ବଳ ହେଉଛି ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସ (ଆଇଆର୍‌ଜିସି)। କାସିମ ସୋଲେମାନି ୧୯୯୮ରୁ ମୃତ୍ୟୁ ପର୍ଯ୍ୟନ୍ତ ଏହାର ମେଜର ଜେନେରାଲ ଥିଲେ। ଏହି ଦୁର୍ଦ୍ଧର୍ଷ କମାଣ୍ଡରଙ୍କୁ ଗତବର୍ଷ ଜାନୁୟାରୀ ୩ରେ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶକ୍ରମେ ଇରାକ ରାଜଧାନୀ ବାଗଦାଦରେ ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରାଯାଇଥିଲା। ସୋଲେମାନିଙ୍କ ଶେଷକୃତ୍ୟ ୭ ତାରିଖରେ ସମ୍ପନ୍ନ ହେବା ପରେ ଇରାକସ୍ଥିତ ଆମେରିକାର ସେନା ଶିବିରକୁ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଇଆର୍‌ଜିସିର ଦୃଢ଼ ସମର୍ଥକ ନ୍ୟୁଜ୍‌ ଏଜେନ୍ସି ତସ୍‌ନିମ ପକ୍ଷରୁ ଏହାର ବର୍ଷେ ପରେ ଜାରି ଉକ୍ତ ପୋଷ୍ଟରେ ସୋଲେମାନିଙ୍କ ହତ୍ୟାର ପ୍ରତିଶୋଧ ଅବଶ୍ୟ ନିଆଯିବ ବୋଲି ଟୁଇଟ୍‌ କରାଯାଇଛି। ଟ୍ରମ୍ପ୍‌ଙ୍କ ୪ ବର୍ଷର ଶାସନ ଶେଷ ହେବା ପରେ ସେ ବୁଧବାର ହ୍ବାଇଟ୍‌ ହାଉସ୍‌ ଛାଡ଼ି ଫ୍ଲୋରିଡା ଯାଇଥିଲେ। ସେଠାରୁ ଟ୍ରମ୍ପ୍‌ ପାମ୍‌ ବିଚ୍‌ସ୍ଥିତ ଇଣ୍ଟରନ୍ୟାଶନାଲ ଗଲ୍ଫ କ୍ଲବ୍‌ ୱେଷ୍ଟରେ ଗଲ୍ପ ଖେଳି ସମୟ ବିତାଇଥିଲେ। ତେଣୁ ଟ୍ରମ୍ପ୍‌ ଗଲ୍ଫ ଖେଳୁଥିବା ବେଳର ଏକ ପ୍ରତୀକାମତ୍କ ଫଟୋ ସହ ଇରାନ ତାଙ୍କୁ ହତ୍ୟା ପାଇଁ ଏହି ଧମକ ଦେଇଥିବା କୁହାଯାଉଛି। ଇରାନର ସବୁଠୁ କୁଖ୍ୟାତ୍‌ ସାମରିକ ନେତା ସୋଲେମାନି ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟଙ୍କ ପ୍ରତି ଘାତକ ବିପଦ ସଦୃଶ ଛିଡ଼ା ହୋଇଥିଲେ। ସେ ନିହତ ହେବା ନେଇ ଟ୍ରମ୍ପ୍‌ ଘୋଷଣା କରିଥିଲେ, ବିଶ୍ୱର ନମ୍ବର ୱାନ୍‌ ଆତଙ୍କବାଦୀଙ୍କୁ ଆମେରିକା ସୈନ୍ୟ ଆକାଶମାର୍ଗରୁ ଆକ୍ରମଣ କରି ମାରିଦେଇଛନ୍ତି। ସେତେବେଳେ ଇରାନ ଏହାର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଥିଲା। ସୋଲେମାନିଙ୍କ ମୃତ୍ୟୁର ବାର୍ଷିକୀ ବେଳେ ଇରାନ ଜବାବ ଦେବ ବୋଲି ୱାଶିଂଟନ ଆଶଙ୍କା କରିଥିଲା। ସମ୍ଭାବ୍ୟ ଆକ୍ରମଣକୁ ଏଡ଼ାଇବା ଲାଗି ପାରସ୍ୟ ଉପସାଗରରେ ବହୁ ସଂଖ୍ୟକ ଆମେରିକୀୟ ସୈନ୍ୟଙ୍କୁ ସଶସ୍ତ୍ର ଯୁଦ୍ଧଜାହାଜ ସହ ମୁତୟନ କରାଯାଇଥିଲା। ତେବେ ଶ୍ରାଦ୍ଧବାର୍ଷିକୀ ବେଳେ ଉଭୟ ପକ୍ଷରୁ କୌଣସି ଆକ୍ରମଣାମତ୍କ କାର୍ଯ୍ୟ ହୋଇ ନ ଥିଲା।

ଟୁଇଟ୍‌ରେ କ’ଣ ଥିଲା

ତସ୍‌ନିମ ପକ୍ଷରୁ ଟୁଇଟ୍‌ କରାଯାଇଥିବା ପୋଷ୍ଟରେ ଟ୍ରମ୍ପ୍‌ଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ସହ କ୍ୟାପ୍‌ଶନ ଲେଖାଯାଇଥିଲା, ଜେନେରାଲ ସୋଲେମାନିଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିବା ଓ ତାକୁ ପାଳନ କରିଥିବା ବ୍ୟକ୍ତିଙ୍କ ଉପରେ ନିଶ୍ଚିତ ଭାବେ ଠିକଣା ବେଳରେ ପ୍ରତିଶୋଧ ନିଆଯିବ। ଏଥିରେ ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇ ଲେଖିଥିଲେ, ’ସୋଲେମାନିଙ୍କ ଜୋତା ତାଙ୍କ ହତ୍ୟାକାରୀଙ୍କ ମୁଣ୍ଡଠାରୁ ଅଧିକ ମୂଲ୍ୟବାନ’। ଉକ୍ତ ପୋଷ୍ଟକୁ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ରିଟୁଇଟ୍‌ କରିଥିବା ଖବର ଆସିଥିଲା। ତେବେ ତାହା ସର୍ବୋଚ୍ଚ ନେତାଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଦର୍ଶାଇ ଟୁଇଟର୍‌ ପକ୍ଷରୁ ତାକୁ ରଦ୍ଦ କରିଦିଆଯାଇଛି। ନ୍ୟୁଜ୍‌ ଏଜେନ୍ସି ମଧ୍ୟ ମୂଳ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛି।

ବାପା ହିରୋ, ଟ୍ରମ୍ପ୍‌ ପରାଜିତ

ତସ୍‌ନିମ୍‌ରେ ଗୁରୁବାର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ସୋଲେମାନିଙ୍କ ଝିଅ ଜେଇନାବ ସୋଲେମାନି ବୁଧବାର କରିଥିବା ଏକ ଟୁଇଟ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଜେଇନାବ ବାପାଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ତୁମକୁ ହତ୍ୟା ପାଇଁ ଟ୍ରମ୍ପ୍‌ ନିର୍ଦ୍ଦେଶ ଦେଇଥିଲେ। ତୁମେ ସବୁଦିନ ହିରୋ ହୋଇ ରହିବ। କିନ୍ତୁ ଟ୍ରମ୍ପ୍‌ ପରାଜିତ, ଏକଘରିକିଆ ହୋଇ ଓ ଭାଙ୍ଗିପଡ଼ି ହ୍ବାଇଟ୍‌ ହାଉସ୍‌ ଛାଡ଼ି ଚାଲିଯାଇଛନ୍ତିି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri