Posted inଖେଳ

୮୦ ଶତକ,୧୫୨ ଅର୍ଦ୍ଧଶତକ: ମାତ୍ର ୭ ସପ୍ତାହର ଅନ୍ତରାଷ୍ଟ୍ରୀୟ କ୍ୟାରିୟର ସତ୍ତ୍ୱେ ଏହି ଖେଳାଳି ପାଲଟିଥିଲେ ମହାନ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: କ୍ରିକେଟ ଇତିହାସର ଅନେକ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ବେରୀ ରିଚାର୍ଡସ୍‌ ଅନ୍ୟତମ। ୧୯୭୦ ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକା ପାଇଁ ବେରି ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ପଦାର୍ପଣ ପରେ ନିଜର ଦମ୍‌ଦାର ବ୍ୟାଟିଂକୁ ନେଇ ସେ ସମସ୍ତଙ୍କ ହୃଦୟ ଜିଣିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ବେରିଙ୍କ କ୍ୟାରିୟର ମାତ୍ର ୭ ସପ୍ତାହ ପାଇଁ ଥିଲା।

ବେରି ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ୨୯ ଏବଂ ଦ୍ୱିତୀୟ ପାଳିରେ ୩୨ ରନ୍‌ କରିଥିଲେ। ଏହାପରେ ସେ ଆଗାମୀ ୩ ଟେଷ୍ଟ ମ୍ୟାଚ୍‌ରେ ୧୪୦,୬୫,୩୫,୮୧ ଏବଂ ୧୨୧ ରନ୍‌ କରିଥିଲେ। ଫର୍ମରେ ଥିବା ଯୋଗୁ ସେ ଧୂଆଁଧାର ବ୍ୟାଟିଂ କରୁଥିଲେ। ହେଲେ ୪ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌କୁ ବର୍ଣ୍ଣବୈଷମ୍ୟ ବିବାଦ ଯୋଗୁ ବ୍ୟାନ କରିଦିଆଯାଇଥିଲା। ଫଳରେ ବେରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିପାରି ନ ଥିଲେ। ସେ ନିଜର ପ୍ରଥମ ମ୍ୟାଚ୍‌ ୧୯୭୦ ଜାନୁଆରୀ ୨୨ରୁ ୨୭ ମଧ୍ୟରେ ଖେଳିଥିବା ବେଳେ ଶେଷ ମ୍ୟାଚ୍‌ ୫ରୁ ୧୦ ମାର୍ଚ୍ଚ ମଧ୍ୟରେ ଖେଳିଥିଲେ। ଏଭଳି ଦେଖିଲେ ମାତ୍ର ୭ ସପ୍ତାହ ପର୍ଯ୍ୟନ୍ତ ସେ ନିଜକୁ ପ୍ରମାଣ କରିପାରିଥିଲେ।

ମାତ୍ର ୪ ମ୍ୟାଚ୍‌ ପର୍ଯ୍ୟନ୍ତ ସୀମିତ ଥିଲେ ହେଁ ୧୯୬୪ରୁ ୧୯୮୩ ମଧ୍ୟରେ ବେରି ପ୍ରଥମ ଶ୍ରେଣୀ କ୍ରିକେଟରେ ଚମକି ଥିଲେ। ସେ ମୋଟ ୩୩୯ ମ୍ୟାଚ୍‌ ଖେଳିଥିବା ବେଳେ ୨୮,୩୫୮ ରନ୍‌ କରିଥିଲେ। ୫୪.୭୪% ହାରରେ ସେ ଏହା କରିଦେଖାଇଥିଲେ। ନିଜର ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ ୮୦ ଶତକ ଏବଂ ୧୫୨ ଅର୍ଦ୍ଧଶତକ କରିଥିଲେ। ଏହାଛଡ଼ା ବୋଲିଂ କରି ୭୭ ଉଇକେଟ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri