ମିଳିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨।୧: ହଟିଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା। ଦାରୁଦିଅଁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦର୍ଶନାର୍ଥୀ ଗୁରୁବାର ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗୁରୁବାର ସହଜ ଦର୍ଶନ ଆରମ୍ଭ ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିଲା। ଶ୍ରୀମନ୍ଦିର ସମ୍ମୁଖ ଓ ପ୍ରବେଶ ଦ୍ୱାରକୁ ପୁଷ୍ପମାଳାରେ ସଜା ଯାଇଥିଲା। ମାର୍କେଟ ଛକରୁ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା। ସକାଳ ୬ରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରି ସାରିବା ପରେ ୭ଟାରୁ ମାର୍କେଟ ଛକରୁ ବ୍ୟାରିକେଡ୍‌ରେ ସାଧାରଣ ଲୋକେ ପ୍ରବେଶ କରିଥିଲେ। ଥର୍ମାଲ ସ୍କ୍ରିନିଂ କରାଯିବାପରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଇଥିଲା। ପୂର୍ବରୁ କିଓସ୍କୋ ଦର୍ଶନ ବ୍ୟବସ୍ଥାର ଅଂଶ ରହି ଆସିଥିଲା। ତେବେ ଗୁରୁବାର ଦର୍ଶନରେ କିଓସ୍କୋ ଦେଖିବାକୁ ମିଳି ନ ଥିଲା। କିଓସ୍କୋ ରହିବା ଫଳରେ ଦର୍ଶନରେ ବିଳମ୍ବ ହେଉଥିବା ଯୁକ୍ତି ବାଢ଼ି ପ୍ରଶାସନ ଏହାକୁ ବନ୍ଦ କରିଛି। ଦର୍ଶନାର୍ଥୀମାନେ ପ୍ରଥମେ ୨୨ପାହାଚ, ପାଟ ଅଗଣା, ସାତ ପାହାଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠରେ ପହଞ୍ଚତ୍ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଭୋର ୫ଟା ୨୫ରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ସମ୍ପାଦନ ହୋଇଥିଲା। ମହାପ୍ରଭୁଙ୍କ ମହାପ୍ରସାଦ ଆନନ୍ଦବଜାରରେ ସେବନ କରିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ଆନନ୍ଦବଜାରରେ ଦିନ ତମାମ୍‌ ଅବଢ଼ା ବିକ୍ରି ହୋଇଛି। ଦୂରଦୂରାନ୍ତରୁ ଆସିଥିବା ଲୋକେ ଆନନ୍ଦବଜାରରୁ ଅବଢ଼ା କିଣି ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଦର୍ଶନ ସୁବିଧା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟରେ ନିୟୋଜିତ ୨୫ଜଣ କର୍ମଚାରୀ ଦିନ ତମାମ୍‌ ଦର୍ଶନକୁ ଶୃଙ୍ଖଳିତ କରିଥିଲେ। ସେହିଭଳି ଦର୍ଶନ ବ୍ୟବସ୍ଥା ଉପରେ ପ୍ରତିକ୍ରିୟା ନେବା ପାଇଁ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଥିଲା। ଉତ୍ତର ଦ୍ୱାର ଦେଇ ଫେରୁଥିବା ଶ୍ରଦ୍ଧାଳୁଙ୍କୁ ଦର୍ଶନର ଅନୁଭୂତି ଓ ବ୍ୟବସ୍ଥାରେ ଥିବା ଅସୁବିଧାକୁ ପ୍ରଶାସନକୁ ଜଣାଇବା ପାଇଁ ଅପିଲ୍‌ କରାଯାଇଥିଲା। ଏସ୍‌ପି କନୱର ବିଶାଲ ସିଂ କ୍ୟାମ୍ପରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ମଧ୍ୟ ଗୁରୁବାର ଦର୍ଶନ ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଦର୍ଶନ ବ୍ୟବସ୍ଥାର ତତ୍ତ୍ବାବଧାନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ୨୬ ପ୍ଲାଟୁନ୍‌ ଫୋର୍ସ ନିୟୋଜନ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲା। ଦର୍ଶନ ସମୟରେ ପାନୀୟ ଜଳ, ଆମ୍ବୁଲାନ୍ସ, ଦମକଳ ବାହିନୀର ବ୍ୟାପକ ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri