ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ ଅବହେଳିତ

ଖୋର୍ଦ୍ଧା ଅଫିସ,୨୦ା୧: ‘ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ଡାକରା ଭାରତୀୟଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା। ଏହି ଡାକରାରେ ଉଦ୍‌ବୁଦ୍ଧ ହୋଇ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ଚମ୍ପାଇଲୋ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଦେଶପ୍ରେମୀ ଆଜାଦ ହିନ୍ଦ୍‌ ଫୌଜରେ ସାମିଲ ହୋଇ ବ୍ରିଟିଶ ବିରୋଧରେ ସଂଗ୍ରାମ କରିଥିଲେ। ଏପରି କି କେତେଜଣ ସ୍ବାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ଏହି ଗ୍ରାମର ବିଶ୍ୱନାଥ ସାମନ୍ତ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ବିଟ୍ରିଶ ବିରୋଧରେ ଲଢେଇର ପ୍ରମାଣ ତଥା ସ୍ବାଧୀନତାର ସ୍ବାକ୍ଷରତା ସ୍ବରୂପ ସରକାର ତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କିନ୍ତୁ ତାଙ୍କ ସ୍ମୃତିରକ୍ଷା ନିମନ୍ତେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ତାଙ୍କର ଦାୟାଦ ବସନ୍ତ ମଞ୍ଜରୀ ସାମନ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସେତେବେଳେ ଖୋର୍ଦ୍ଧା ସବଡିଭିଜନ୍‌ରେ ପ୍ରଥମ ରାଜବନ୍ଦୀର ମାନ୍ୟତା ପାଇଥିବା ବିଶ୍ୱନାଥଙ୍କୁ ସ୍ବାଧୀନ ଭାରତରେ ଉପଯୁକ୍ତ ସମ୍ମାନ ମିଳିପାରି ନାହିଁ। ଏହି ଗ୍ରାମରେ ସଂଗ୍ରାମୀ ଭବନ କି ଶହୀଦ ସ୍ତମ୍ଭଟିଏ ନିର୍ମାଣ କରାଯାଇନାହିଁ। ସଂଗ୍ରାମୀଙ୍କ ଗଁା ଭାବେ ପରିଚିତ ଚମ୍ପାଇଲୋ ପ୍ରତି ଅବହେଳା କରାଯାଉଛି। ତେଣୁ ଗ୍ରାମବାସୀଙ୍କ
ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲା ପ୍ରଶାସନର ଆନ୍ତରିକତା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମୁକ୍ତି ସଂଗ୍ରାମରେ ବଳିଷ୍ଠ ନେତୃତ୍ୱ ନେଇଥିବା ଚମ୍ପାଇଲୋ ଗ୍ରାମର ସତ୍ତା ହଜିବାକୁ ବସିଛି। ଖଦି ଆନ୍ଦୋଳନ ସମୟରେ ଏଠାରେ ନିର୍ମାଣ ହୋଇଥିବା ଖଦିକେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମୁକ୍ତି ସଂଗ୍ରାମ ସମୟରେ ବନ୍ଦେ ମାତରମ୍‌, ଭାରତ ମାତା କୀ ଜୟଗାନରେ ଗଗନ ପବନ ମୁଖରିତ ହୋଇପଡୁଥିବା ଏହି ଗ୍ରାମର ଧୂଳିକଣାରେ ସ୍ବାଧୀନତା ସଂଗ୍ରାମୀଙ୍କ ଛିଟା ଆଜି ବି ଉଜ୍ଜୀବିତ ହୋଇରହିଛି। ଆଜାଦ୍‌ ହିନ୍ଦ ଫୌଜରେ ଯୋଗଦାନ କରିଥିବା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ତାମ୍ରଫଳକ ପ୍ରଦାନ କରିଥିବାବେଳେ ଅନ୍ୟ କୌଣସି ସୁବିଧା କିମ୍ବା ବ୍ୟବସ୍ଥା କରିନାହାନ୍ତି। ଭାରତର ସ୍ବାଧୀନତା ଲାଗି ୨୦ଜଣ ସଂଗ୍ରାମୀ ଯୁବକଙ୍କୁ ଉତ୍ସର୍ଗ କରିଥିବା ଏହି ମାଟିର ଗୌରବମୟ ଇତିହାସ କ୍ରମଶଃ ବିଲୁପ୍ତ ହେବାକୁ ବସିଛି। ଏ ନେଇ ବଳିଦାନ ଦେଇଥିବା ଦାୟାଦଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ଲାଗି ବହୁବିଧ ପଦକ୍ଷେପ ନେଉଥିବାବେଳେ ତାଙ୍କ ସାଥିରେ ଲଢିଥିବା ସଂଗ୍ରାମୀଙ୍କୁ ଭୁଲି ଯାଉଛନ୍ତି। ସମ୍ପୃକ୍ତ ସଂଗ୍ରାମୀଙ୍କ ସମ୍ମାନାର୍ଥେ ସେମାନଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ତମ୍ଭ ସ୍ଥାପନ ସହ ଚମ୍ପାଇଲୋକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଗ୍ରାମବାସୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri