ନୋଟ୍‌ ଦେଲେ ନେଗେଟିଭ୍‌

ଅନୁଗୋଳ ଅଫିସ, ୨୦।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ପରୀକ୍ଷାରେ ଲୋକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ହେଉଛି। କେତେଜଣ ଦଲାଲ କରୋନା ଟେଷ୍ଟ ପାଇଁ ଆସୁଥିବା ଲୋକଙ୍କଠାରୁ ଟଙ୍କା ଆଦାୟ କରି ସେମାନଙ୍କୁ ଏପରି ରିପୋର୍ଟ ପ୍ରଦାନ କରିବାର ବ୍ୟବସ୍ଥା କରୁଛନ୍ତି। ଏହି କାରବାରରେ ଠିକା ସଂସ୍ଥାର ଜଣେ ଅଧିକାରୀ ସହଯୋଗ କରୁଥିବା ମେଡିକାଲରେ ଆଲୋଚନା ହେଉଛି। ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ନୋଟ୍‌ ନେଇ ବେଆଇନ ଭାବେ ଏପରି ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯିବା ଅଭିଯୋଗ ଏବେ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ବାହାରକୁ ଯାଇ ଫେରୁଥିବା କର୍ମଚାରୀମାନେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ପ୍ରଦାନ ନ କଲେ ସେମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ ନାହିଁ। ତେଣୁ ସମ୍ପୃକ୍ତ କର୍ମଚାରୀମାନେ କୋଭିଡ୍‌ ଟେଷ୍ଟ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିଡ଼ ଜମାଉଛନ୍ତି। ସେହିପରି ବିଦେଶରୁ ଆସୁଥିବା ବ୍ୟକ୍ତି ଓ ଧର୍ମାନୁଷ୍ଠାନ ଯିବାକୁ ଇଚ୍ଛୁକ ଲୋକେ ମଧ୍ୟ କରୋନା ପରୀକ୍ଷା ପାଇଁ ମେଡିକାଲ ଧାଉଁଛନ୍ତି। ତେଣୁ କୋଭିଡ୍‌ ପରୀକ୍ଷା ପାଇଁ ଭିଡ଼ ବଢ଼ୁଥିବା ଦେଖି ଦଲାଲମାନେ ଏଥିରୁ ଫାଇଦା ଉଠାଇବାରେ ଲାଗିଛନ୍ତି। ରିପୋର୍ଟ ପ୍ରଦାନ କରାଯାଉଥିବା କାଚ ଘର ସମ୍ମୁଖରେ ଦଲାଲ୍‌ମାନେ ସକାଳୁ ଅପେକ୍ଷା କରି ରହୁଛନ୍ତି। ଯେଉଁମାନେ ତରବରିଆ ଭାବେ ନେଗେଟିଭ୍‌ ରିପୋର୍ଟ ଚାହୁଁଛନ୍ତି, ସେମାନଙ୍କୁ ଦଲାଲମାନେ ଟାର୍ଗେଟ୍‌ କରି ମୂଲଚାଲ କରିବା ସହ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। କଥାବାର୍ତ୍ତା ଫାଇନାଲ ହେବା ପରେ ଦଲାଲମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରୁଛନ୍ତି। ସମ୍ପୃକ୍ତ ଠିକା ଅଧିକାରୀଙ୍କ ସହଯୋଗ ନେଇ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ନେଗେଟିଭ୍‌ ରିପୋର୍ଟ ଧରାଇ ଦିଆଯାଉଛି। ଅନ୍ୟ କାହାର ନେଗେଟିଭ୍‌ ରିପୋର୍ଟରେ କେବଳ ନାମ ବଦଳାଇ କମ୍ପ୍ୟୁଟରରୁ ପ୍ରିଣ୍ଟ ବାହାର କରାଯାଉଛି। ମାତ୍ର ଘଣ୍ଟାଏ ମଧ୍ୟରେ ବିନା ଟେଷ୍ଟରେ ରିପୋର୍ଟ ମିଳିଯାଉଥିବାରୁ ବହୁ ଲୋକ ଏପରି ବେଆଇନ କାର୍ଯ୍ୟ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନ ଥିବା ଚର୍ଚ୍ଚା ହେଉଛି। ଯେଉଁ ଠିକା ଅଧିକାରୀଙ୍କ ନାମରେ ଏପରି ଅଭିଯୋଗ ହେଉଛି ତାଙ୍କ ବିରୋଧରେ ପୂର୍ବରୁ ଥାନାରେ ଏକ ଅଭିଯୋଗ ହୋଇଥିଲା। ସେ କୌଣସି କାର୍ଯ୍ୟରେ ଦଖଲ ଦେବେ ନାହିଁ ବୋଲି ପୋଲିସକୁ ଲିଖିତ ଭାବେ ଅବଗତ କରିଥିଲେ। ତେବେ ମେଡିକାଲରେ ଏପରି ବେଆଇନ କାର୍ଯ୍ୟ ଚାଲିଥିବା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଖବର ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସମ୍ପୃକ୍ତ ଠିକା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିବାରୁ ମତାମତ ମିଳିପାରି ନାହିଁ।

 

ଘଟଣାର ତଦନ୍ତ କରାଯିବ
ବିନା କୋଭିଡ୍‌ ପରୀକ୍ଷାରେ ମେଡିକାଲରୁ ରିପୋର୍ଟ ପ୍ରଦାନ କରାଯିବା କଥା ନୁହେଁ। ଏଭଳି ହେଉଥିଲେ ସାଂଘାତିକ। ଏବେ ନେଗେଟିଭ୍‌ ରିପୋର୍ଟ ହେଲ୍ପଡେସ୍କ କର୍ମଚାରୀ ପ୍ରଦାନ କରୁଛନ୍ତି। ଠିକାରେ ଥିବା ସମ୍ପୃକ୍ତ ଅଧିକାରୀ ଏଭଳି କରୁଥିବା ସମ୍ପର୍କରେ ଅବଗତ ନାହିଁ। ଯଦି ନକଲି ରିପୋର୍ଟ ଦିଆଯାଉଥିବ ତା’ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଧନଞ୍ଜୟ ବେହେରା, ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଅନୁଗୋଳ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ
ମେଡିକାଲରେ ଏଭଳି କାର୍ଯ୍ୟ ହେଉଥିବା ଜାଣି ଭୟ ଲାଗୁଛି। ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବିନା ଟେଷ୍ଟରେ ରିପୋର୍ଟ ଦେବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏଭଳି ମନ୍ଦବୁଦ୍ଧିର ଲୋକଙ୍କୁ ଯେତେଶୀଘ୍ର ସମ୍ଭବ ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
-ପୱନ କୁମାର ମୋଦି, ବରିଷ୍ଠ ନାଗରିକ, ଅନୁଗୋଳ

ସୁପର୍‌ ସ୍ପେଡର ପାଲଟିଯିବେ
ଅନୁଗୋଳ ମେଡିକାଲରେ ସର୍ବଦା କିଛି ନା କିଛି ଅବ୍ୟବସ୍ଥା, ଅବହେଳା ଦେଖିବାକୁ ମିଳୁଛି। କୋଭିଡ୍‌ ରିପୋର୍ଟରେ ଜାଲିଆତି ଏକ ଆପରାଧିକ କାର୍ଯ୍ୟ। ଏଭଳି ହେଲେ ପଜିଟିଭ୍‌ ବ୍ୟକ୍ତି ସୁପର୍‌ ସ୍ପେଡର ପାଲଟିଯିବେ। ଯେଉଁମାନେ ଏଥିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହା ଅନ୍ୟମାନଙ୍କ ପାଇଁ ଚେତାବନୀ ଭଳି ହେବ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି

ଚିନ୍ତାରେ ପକାଇବା ଭଳି ସମସ୍ୟା
ମେଡିକାଲରେ ଏଭଳି କାର୍ଯ୍ୟ ହେଉଛି ଶୁଣି ଚିନ୍ତାରେ ପଡ଼ିଲୁଣି। ଯଦି କୌଣସି ଲୋକ ପରୀକ୍ଷା ନ କରି ନେଗେଟିଭ୍‌ ରିପୋର୍ଟ ନେଇ ପାରୁଛନ୍ତି, ତା’ହେଲେ ସୁସ୍ଥ ଲୋକ ଆକ୍ରାନ୍ତ ହେବାକୁ ଅଧିକ ସମୟ ଲାଗିବ ନାହିଁ। ଶ୍ରୀମନ୍ଦିର ଖୋଲିବା ପରେ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ହୁଏତ କେତେଜଣ ଦଲାଲ ଏହାର ସୁଯୋଗ ନେଇଥିବେ।
-ସୋମନାଥ ରାଉତ, ଓକିଲ ସଂଘ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri