Posted inଖେଳ

ଏହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆର ବ୍ରିସବେନଠାରେ ଖଳାଯାଇଥିବା ଚତୁର୍ଥ ଟେଷ୍ଟକୁ ୩ ଉଇକେଟରେ ଜିତି ଭାରତୀୟ ଦଳ ଇତିହାସ ସୃଷ୍ଟି କରିଛି। ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ଋଷଭ ପନ୍ତ ଓ ଶୁବମନ ଗିଲ। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଦଳର ସିନିୟର ବ୍ୟାଟ୍ସମ୍ୟାନ ଚେତ୍ତେଶ୍ୱର ପୂଜାରାଙ୍କ ଯୋଗଦାନ ମଧ୍ୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଚିରାଚରିତ ଷ୍ଟାଇଲରେ ସେ ଧୀମା ବ୍ୟାଟିଂ କରିଥିଲେ । ହେଲେ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବାରମ୍ବାର ଆଘାତ ଦେଇଥିଲା ଅଷ୍ଟ୍ରେଲିଆନ ପେସରଙ୍କ ବାଉନ୍ସର।

୩୨ ବର୍ଷୀୟ ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ମିଚେଲ ଷ୍ଟାର୍କ, ପାଟ କୁମିନ୍ସ ଓ ଜୋସ ହାଜେଲଉଡ୍‌ ଆପଣେଇଥିଲେ ଶର୍ଟ ବଲ ଷ୍ଟାଟେଜି। ଏଥିଯୋଗୁ ବାରମ୍ବାର ଆଘାତ ପାଇଥିଲେ ଡାହାଣହାତୀ ସ୍ବୌରାଷ୍ଟ୍ର ବ୍ୟାଟ୍ସମ୍ୟାନ। ଏପରି କି ୩ ଥର ଟିମ୍‌ ଇଣ୍ଡିଆର ଫିଜିଓଙ୍କୁ ତାଙ୍କ ପାଇଁ ପଡ଼ିଆ ମଧ୍ୟକୁ ଆସିବାକୁ ପଡ଼ିଥିଲା। ହେଲମେଟ୍‌ର ଭାଇଜର ଭାଙ୍ଗିବାଠୁ ଆରମ୍ଭ କରି ହାତରେ ଆଘାତ ପାଇଥିଲେ ପୂଜାରା। ଯନ୍ତ୍ରଣାରେ ଛଟପଟ ହେଉଥିବା ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ସେ ଧୈର୍ଯ୍ୟହରା ହୋଇ ନ ଥିଲେ। ଅନ୍ତିମ ସେସନରେ ପୂଜାରା ୨୧୧ ବଲର ସମ୍ମୁଖୀନ ହୋଇ ୫୬ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ଚତୁର୍ଥ ଉଇକେଟ ପାଇଁ ଋଷଭ ପନ୍ତଙ୍କ ସହ ଗୁରୁତ୍ୱପୂର୍ଣ୍ଣ ୬୧ ରନ୍‌ ଯୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri