Posted inଖେଳ

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସାହର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ତେବେ ଭାରତର ଏହି ବିଜୟରେ କେଉଁ ଖେଳାଳିମାନେ ହିରୋ ପାଲଟିଛନ୍ତି ଜାଣିିବା ତାଙ୍କ ବିଷୟରେ।

ମହମ୍ମଦ ସିରାଜ: ଭାରତର ଏହି ଐତିହାସିକ ବିଜୟରେ ମହମ୍ମଦ ସିରାଜ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ୭୩ ରନ ପାଇଁ ସିରାଜ ୫ଟି ଉଇକେଟ ନେଇଥିଲେ। ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଇନିଂସରେ ୫ ଉଇକେଟ ନେଇଥିଲେ।

ରିଷଭ ପନ୍ତ: ରିଷଭ ପନ୍ତ ତାଙ୍କ ବ୍ୟାଟିଂ ଅର୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ସେ ୨୩ ରନ୍‌କରି ଆଉଟ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ପନ୍ତ ୮୯ ରନ୍‌ କରି ଜିତାଇଥିଲେ। ଏହି ସମୟରେ ସେ ୧୮୦ ବଲର ସାମ୍ନା କରିଥିଲେ। ଏହି ଅବସରରେ ସେ ୯ ଚୌକା ଏବଂ ୧ ଛକା ମାରିଥିଲେ।

ୱାଶିଂଟନ୍‌ ସୁନ୍ଦର : ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିବା ୱାଶିଂଟନ ସୁନ୍ଦର ଭଲ ବୋଲିଂ କରିଥିଲେ। ସେ ପ୍ରଥମ ଇନିଂସରେ ତିନୋଟି ଉଇକେଟ ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ଉଇକେଟ ନେଇଥିଲେ। ସୁନ୍ଦର ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେ ୧୪୪ ବଲରୁ ୬୨ ରନ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୭ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସପ୍ତମ ୱିକେଟ ପାଇଁ ସୁନ୍ଦର ଏବଂ ଶାର୍ଦ୍ଦୁଲଙ୍କ ମଧ୍ୟରେ ୧୨୩ ରନ ଶତକ ଭାଗିଦାରୀ ହୋଇଥିଲେ।

ଶାର୍ଦ୍ଦୁଲ ଠାକୁର: ପ୍ରଥମ ଇନିଂସରେ ଶାର୍ଦ୍ଦୁଲ ଠାକୁର ୩ ଉଇକେଟ ନେଇଥିଲେ। ଏଥି ସହିତ ଠାକୁର ଦ୍ୱିତୀୟ ଇନିଂସରେ ୬୧ ରନ ପାଇଁ ୪ ଉଇକେଟ ନେଇଥିଲେ। ଶାର୍ଦ୍ଦୁଲ ଠାକୁର କେବଳ ଜଣେ ଶ୍ରେଷ୍ଠ ବୋଲର ନୁହଁନ୍ତି ବରଂ ଜଣେ ଭଲ ହିଟର୍‌ ମଧ୍ୟ ଅଟନ୍ତି। ଶାର୍ଦ୍ଦୁଲ ୧୧୫ ବଲରେ ୯ଟି ଚୌକା ଏବଂ ୬ଟି ୨ଟି ଛକା ମାରି ୬୭ ରନ୍‌ କରିପାରିଛନ୍ତି।

ଶୁବମନ ଗିଲ: ପ୍ରଥମ ଇନିଂସରେ ମାତ୍ର ୭ ରନ ସ୍କୋର କରିଥିବା ଶୁଭମାନ ଦ୍ୱିତୀୟ ଇନିଂସରେ ଶତକରୁ ବଞ୍ଚିତ ହୋଇଥିଲେ। ଏହି ଯୁବ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ୧୪୬ ବଲରେ ୯୧ ରନ କରିଥିଲେ। ଏହି ଅବସରରେ ସେ ୮ଟି ଚୌକା ଏବଂ ୨ଟି ଛକା ମାରିଥିଲେ।

ଚେତେଶ୍ୱର ପୂଜାରା : ଟେଷ୍ଟରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଚେତେଶ୍ୱର ପୂଜାରା ପ୍ରଥମ ଇନିଂସରେ ୨୫ ଏବଂ ଦ୍ୱିତୀୟ ଇନିଂସରେ ୫୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri