Posted inଫୁରସତ

ପିକ୍‌ନିକ୍‌ ସ୍ପଟ୍‌: କରଞ୍ଜେଇ ପୀଠ

ଗଞ୍ଜାମ ସହରରେ ରହିଛି ବହୁ ଦୈବୀପୀଠ ଓ ପିକ୍‌ନିକ୍‌ ସ୍ପଟ୍‌, ସେଥିମଧ୍ୟରୁ ଶେରଗଡର କରଞ୍ଜେଇ ପୀଠ ଅନ୍ୟତମ। କରଞ୍ଜେଇ ଓ ପାକିଡି ପାହାଡ ମଝିରେ ରହିଛି ଏହି ମନୋରମ ସ୍ଥଳ। କିମ୍ବଦନ୍ତୀ ଅନୁଯାୟୀ ମୁନିଋଷିମାନେ ଏହି ପାହାଡରେ ତପସ୍ୟା କରି ସିଦ୍ଧିଲାଭ କରୁଥିଲେ। ମୟୂର ଓ କୃଷ୍ଣସାର ମୃଗଙ୍କ ବିହାର ସହ ଘନ ବନରାଜି ଓ ପାର୍କ ଏଠାକୁ ଆସିବାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ବର୍ଷସାରା ଏଠାକୁ ପର୍ଯ୍ୟଟକ ଆସି ପ୍ରକୃତିକୁ ମନଭରି ଉପଭୋଗ କରନ୍ତି। ପିକ୍‌ନିକ୍‌ ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା ରହିଛି। ପୀଠଟି ଜାତୀୟ ରାଜପଥ ନଂ.୫୯ କଡରେ ଥିବାରୁ ଏଠାକୁ ଯିବାକୁ ଅସୁବିଧା ହୁଏ ନାହିଁ। ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରୁ ଫେରିବା ପାଇଁ ମଧ୍ୟ ବସ୍‌ ମିଳିବ। ଜାତୀୟ ରାଜପଥଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଏହି ସ୍ପଟ୍‌। କରଞ୍ଜେଇ ପାହାଡ ନାମ ଅନୁଯାୟୀ ଏହି ପୀଠର ନାମ ରଖାଯାଇଛି। ଇକୋ ଟୁରିଜମ୍‌ ସାଙ୍ଗକୁ ବନ ବିଭାଗର ନର୍ସରୀ ଓ ବିଶ୍ରାମଗୃହ ବ୍ୟବସ୍ଥା ଅଛି। ବିଶେଷ କରି ମା’ କରଞ୍ଜେଇ ଠାକୁରାଣୀ ମନ୍ଦିର ତରଫରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି। ଅଞ୍ଚଳର ବିଭିନ୍ନ ସରକାରୀ, ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏଠାରେ ହୁଏ। ଚାରିଆଡେ ମୟୂରଙ୍କ ବିଚରଣ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଆକୃଷ୍ଟ କରେ। ୨ ବ୍ଲକ ପ୍ରଶାସନ ଆସିକା ଓ ଶେରଗଡର ତତ୍ତ୍ୱାବଧାନରେ ଚାଲିଛି ଏହି ପୀଠ। ବିକାଶ ଦିଗରେ ବିଗତ କିଛିଦିନ ମଧ୍ୟରେ ବହୁ ପଦକ୍ଷେପ ନିଆଯାଇଥିବା କହିଛନ୍ତି କରଞ୍ଜେଇ ସମନ୍ବୟ ସମିତି ସଭାପତି ଭଜରାମ ପଲେଇ ଓ ସଭ୍ୟ ମାଧବାନନ୍ଦ ପଣ୍ଡା। ସାମାଜିକ କର୍ମୀ ବିକୁ ନାୟକ କୁହନ୍ତି, ଏହାର ବିକାଶ ସହ ପର୍ଯ୍ୟଟକ ମାନଚିତ୍ରରେ ସ୍ଥାନ ଦେବାକୁ ବହୁବାର ପ୍ରଶାସନର ବୈଠକ ବସିଛି, ହେଲେ ଫଳ ଶୂନ। ତୁରନ୍ତ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି।

କେମିତି ଯିବେ

ବ୍ରହ୍ମପୁର ରେଳଷ୍ଟେଶନରୁ କରଞ୍ଜେଇ ପୀଠର ଦୂରତା ୨୭ କି.ମି.। ବାହାରୁ ଆସୁଥିବା ପର୍ଯ୍ୟଟକ ବ୍ରହ୍ମପୁର ରେଳ ଷ୍ଟେଶନରେ ପହଞ୍ଚତ୍ବା ପରେ ଟ୍ୟାକ୍ସି ଏବଂ ବସ୍‌ ଯୋଗେ ଭାୟା ହିଞ୍ଜିଳିକାଟୁ ଦେଇ ଯାଇପାରିବେ। ଆସିକା ଯାଉଥିବା ସମସ୍ତ ବସ୍‌ କରଞ୍ଜେଇ ଛକରେ ରହିଥାଏ। ପଶ୍ଚିମ ଓଡ଼ିଶାର ଲୋକେ ଭଞ୍ଜନଗର ଦେଇ ଏହି ପୀଠକୁ ଆସିପାରିବେ। ଭଞ୍ଜନଗରରୁ ବ୍ରହ୍ମପୁର ଆସୁଥିବା ସମସ୍ତ ବସ୍‌ କରଞ୍ଜେଇ ପୀଠ ଦେଇ ଯାଇଥାଏ।

– ରିପୋର୍ଟ: ସୂର୍ଯ୍ୟନାରାୟଣ ଦାସ, ଶେରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri