Posted inଖେଳ

ନଟରାଜନଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପଦାର୍ପଣ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ନେଟ୍‌ ବୋଲର ହିସାବରେ କୌଣସି ଗସ୍ତରେ ଯାଇ ସବୁ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବାର ସୁଯୋଗ ହାସଲ କରିଛନ୍ତି।
ଭାରତୀୟ ଦଳର ଅଧିକାଂଶ ଖେଳାଳି ଆହତ ହୋଇ ସିରିଜରୁ ବାଦ୍‌ପଡିବା ପରେ ତାମିଲନାଡୁର ୨୯ ବର୍ଷୀୟ ନଟରାଜନଙ୍କୁ ଏହି ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଗତ ଡିସେମ୍ବର ୨ରେ ସେ କାନ୍‌ବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ପଦାର୍ପଣ କରିଥିଲେ। ଭାରତ ଏହି ମ୍ୟାଚରେ ୧୩ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ୧୦ ଓଭର ବୋଲିଂ କରି ନଟରାଜନ ୭୦ ରନ ବ୍ୟୟ କରିଥିଲେ ମଧ୍ୟ ଦୁଇ ମୂଲ୍ୟବାନ ଉଇକେଟ ହାସଲ କରିଥିଲେ। ଏହାପରେ ଟି୨୦ ସିରିଜରେ ସେ ୩ଟି ମ୍ୟାଚ ଖେଳି ୬ ଉଇକେଟ ଅକ୍ତିଆର କରିଥିଲେ। ଭାରତ ଟି୨୦ ସିରିଜରେ ୨-୧ରେ ବିଜୟୀ ହୋଇଥିଲା। ନଟରାଜନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛି। ପ୍ରଥମ ଭାରତୀୟ ଖେଳାଳିଭାବେ ଗୋଟିଏ ଗସ୍ତରେ ୩ଟି ଯାକ ଫର୍ମାଟ୍‌ରେ ଡେବ୍ୟୁ କରିଥିବାରୁ ନଟରାଜନଙ୍କୁ ସ୍ବାଗତ କରୁଛୁ ବୋଲି ଆଇସିସି ଟୁଇଟ୍‌ କରି ଉଲ୍ଲେଖ କରିଛି।
ନଟରାଜନଙ୍କ ମା’ ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ସେ ଚଳିତ ଚତୁର୍ଥ ଟେଷ୍ଟର ପ୍ରଥମ ଦିବସରେ ୨୦ ଓଭର ବୋଲିଂ କରି ୬୩ ରନ ବ୍ୟୟ କରିବା ସହ ୨ ମୂଲ୍ୟବାନ ଉଇକେଟ ଅକ୍ତିଆର କରିଛନ୍ତି। ସେ ଶତକ ହାସଲ କରିଥିବା ମାର୍ନସ ଲାବୁସେନ ଓ ମାଥ୍ୟୁ ଓ୍ବାଡେଙ୍କୁ ଆଉଟ କରି ଭାରତକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛି। ସ୍ପିନ୍‌ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ମଧ୍ୟ ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି। ସେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଉଇକେଟ ଅକ୍ତିଆର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri