Posted inଖେଳ

ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ

ବ୍ରିସବେନ୍‌,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌ ନାଥାନ ଲିଅନଙ୍କ ପାଇଁ ଖାସ୍‌ ହେବ। କାରଣ ତାଙ୍କର ଏହା ୧୦୦ତମ ଟେଷ୍ଟ ହେବ।  ଶେନ ୱାର୍ନଙ୍କ ପରେ ଅଷ୍ଟ୍ରେଲିଆ ସବୁଠାରୁ ସଫଳ ସ୍ପିନ ବୋଲର ନାଥନ ଲିଅନ। ଅଷ୍ଟ୍ରେଲିଆ ପାଇଁ ୯୯ ଟି ଟେଷ୍ଟରେ  ୩୯୬ ଉଇକେଟ ନେଇଛନ୍ତି। ଏହି ବୋଲର ୧୫ ଥର ଇନିଂସରେ ୫ ଉଇକେଟ ନେଇଛନ୍ତି। ନାଥନ ଲିଅନ ମଧ୍ୟ ୩ ଥର ଗୋଟିଏ ମ୍ୟାଚରେ ୧୦ ଉଇକେଟ ନେଇଛନ୍ତି। ବହୁତ କମ ଲୋକ ଜାଣନ୍ତି ଯେ କ୍ରିକେଟର ହେବା ପୂର୍ବରୁ ନାଥନ ଲିଅନ ଜଣେ ଗ୍ରାଉଣ୍ଡମ୍ୟାନ ଥିଲେ। ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିବା ଅଫ ସ୍ପିନର ଜୁନିଅର କ୍ରିକେଟ ଖେଳିଥିଲେ କିନ୍ତୁ ଦୀର୍ଘ ସମୟ ଧରି କୌଣସି ସଫଳତା ହାସଲ କରି ନ ଥିଲେ। ନାଥନ ଲିଅନ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଗ୍ରାଉଣ୍ଡ ଷ୍ଟାଫ ଚାକିରି ନେଇଥିଲେ। ନାଥନ ଲିଅନଙ୍କର କାମ ଥିଲା ପ୍ରତିଦିନ ପିଚ ଏବଂ ଗ୍ରାଉଣ୍ଡରେ ପାଣି ପହଞ୍ଚାଇବା। ସେ ପଡିଆରେ ଘାସର ଯତ୍ନ ନେଉଥିଲେ। କିନ୍ତୁ ୨୦୧୦-୧୧ ବର୍ଷରେ ଏକ ଅଭ୍ୟାସ ମ୍ୟାଚରେ ରେଡବ୍ୟାକ୍‌ରେ ଜଣେ ବୋଲର କମ ଥିଲେ। କେହି କେହି ରେଡବ୍ୟାକ କୋଚ ଡାରେନ ବ୍ୟାରିଙ୍କୁ କହିଥିଲେ ଯେ ପଡିଆରେ ପାଣି ଢାଳୁଥିବା ନାଥନ ଲିଅନ ଜଣେ ଭଲ ବୋଲର ଅଟନ୍ତି। ଏହା ପରେ ତାଙ୍କୁ ବୋଲିଂ କରିବାର ସୁଯୋଗ ମିଳିଥିଲା ଏବଂ ସେ ମାତ୍ର ୩-୪ ବଲରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ପରେ ତାଙ୍କ ଭାଗ୍ୟ ସେଠାରୁ ବଦଳି ଯାଇଥିଲା। ନାଥନ ଲିଅନ ୨୦୧୦-୧୧ ରେ ବିଗ ବ୍ୟାସ ଡେବ୍ୟୁ କରି ୧୧ ଉଇକେଟ ନେଇଥିଲେ। ଏହାର ଠିକ ପରେ ଅଷ୍ଟ୍ରେଲିଆ ଦଳରେ ସୁଯୋଗ ପାଇଲେ ଏବଂ ଏବେ ସେ ଶୁକ୍ରବାର ଦିନ ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri