୩୫ ମେଟ୍ରିକ୍‌ ଟନ୍‌ ଲୁହାପଥର ବୋଝେଇ ଟ୍ରକ୍‌ ଜବତ

ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଯୋଡା ଖଣିମଣ୍ଡଳସ୍ଥିତ ନୟାଗଡ ଜଙ୍ଗଲରୁ ଏକ ୧୨ଚକିଆ ଟ୍ରକ୍‌(ନଂ-ଓଡି ୧୫ ଏଲ୍‌ ୦୩୮୬)ରେ ବିପୁଳ ପରିମାଣର ଲୁହପଥର ବୋଝେଇ କରି ଚୋରାଚାଲାଣ ହେଉଥିବାବେଳେ ବନବିଭାଗ ଅତର୍କିତ ଚଢାଉ କରି ଟ୍ରକ୍‌ଟିକୁ ଜବତ କରିଛି। ଚମ୍ପୁଆ ରେଞ୍ଜର ଅଧିକାରୀ ଘାସିନାଥ ପାତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଡିଏଫ୍‌ଓଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା ା ଉକ୍ତ ନୟାଗଡ ଜଙ୍ଗଲରେ ଭାରିଯାନରେ ଚୋରା ଲୁହାପଥର ବୋଝେଇ ହେବା ଖବରପାଇ ଚମ୍ପୁଆ ରେଞ୍ଜର ଅଧିକାରୀ ଘାସିନାଥ ପାତ୍ର, ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା, ବାମେବାରୀ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ ପ୍ରମୁଖ ଏକ ମୋବାଇଲ ସ୍କ୍ବାଡ ସହ ମିଳିତ ହୋଇ ଚଢାଉ କରିଥିଲେ ା ଟ୍ରକ୍‌ ଡ୍ରାଇଭର ଅନ୍ଧାରର ସୁଯୋଗ ନେଇ ଗାଡି ଛାଡି ଫେରାର୍‌ ହୋଇଯାଇଥିଲା ା ବନବିଭାଗ ଉକ୍ତ ଟ୍ରକ୍‌କୁ ଜବତ କରି ନିଜ ହେପାଜତକୁ ନେଇଥିଲା। ପ୍ରାୟ ୩୫ ମେଟ୍ରିକ୍‌ ଟନ୍‌ ଉନ୍ନତମାନର ଲୁହାପଥର ବୋଝେଇ ହୋଇଥିବା ଯାଞ୍ଚରୁ ବନବିଭାଗ ଜାଣିବାକୁ ପାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଜଣାପଡିଛି ା ଯୋଡା ଖଣିମଣ୍ଡଳରେ ଦିନକୁଦିନ ଖଣିଜ ଚୋରା କାରବାର ବୃଦ୍ଧି ପାଉଥିଲେ ହେଁ, ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇ ସପ୍ତାହ ତଳେ ବନବିଭାଗ ଏକ ସଂରକ୍ଷିତ ଜଙ୍ଗଲରୁ ଚୋରାରେ ଗଚ୍ଛିତ ଥିବା ବହୁ ମୂଲ୍ୟବାନ ମାଙ୍ଗାନିଜ ପଥରକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri