Posted inଖେଳ

୭ ବର୍ଷ ପରେ ପ୍ରଥମ ଉଇକେଟ୍‌ ନେଇ କାନ୍ଦିଲେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ,୧୨।୧: ଭାରତୀୟ ବୋଲର ଏସ ଶ୍ରୀସନ୍ଥ ୭ ବର୍ଷ ପରେ କ୍ରିକେଟ ପଡ଼ିଆକୁ ଫେରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ କେରଳ ପକ୍ଷରୁ ଖେଳୁଛନ୍ତି। କେରଳ ଦଳର ପେସ୍‌ ଆକ୍ରମଣର ନେତୃତ୍ୱ ନେଇଥିବା ଶ୍ରୀସନ୍ଥ ପୁଡୁଚେରୀ ବିପକ୍ଷରେ ଚାରି ଓଭରରେ ୨୯ ରନ୍‌ ଦେଇ ଗୋଟିଏ ଉଇକେଟ ନେଇଥିଲେ। ସେ ପୁଡୁଚେରୀ ବ୍ୟାଟ୍ସମ୍ୟାନ ଫାବିଦ ଅହମ୍ମଦଙ୍କୁ ଆଉଟ କରିଥିଲେ। ଉଇକେଟ ନେବା ପରେ ଶ୍ରୀସନ୍ଥ ଭାବପ୍ରବଣ ହୋଇଥିଲେ। ମ୍ୟାଚ ଫିକ୍ସିଂ ଅଭିଯୋଗ ଉପରେ ୭ ବର୍ଷର ପ୍ରତିବନ୍ଧକ ସାମ୍ନା କରିବା ପରେ ଶ୍ରୀସନ୍ଥଙ୍କ ଏହା ହେଉଛି ପ୍ରଥମ ଟୁର୍ନାମେଣ୍ଟ। ଆଇପିଏଲରେ ସ୍ପଟ ଫିକ୍ସିଂରେ ସମ୍ପୃକ୍ତ ଥିବା ଅଭିଯୋଗରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଶ୍ରୀସନ୍ଥଙ୍କୁ ବାସନ୍ଦ କରାଯାଇଥିଲା। ଏହି ମ୍ୟାଚରେ ୩୭ ବର୍ଷୀୟ ଦ୍ରୁତ ବୋଲର ଶ୍ରୀସନ୍ଥ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ଦେଖାଯାଉଥିଲେ। ସେ ଦ୍ୱିତୀୟ ଓଭରରେ ଗୋଟିଏ ଉଇକେଟ ନେଇଥିଲେ। ଏହାପରେ ଶ୍ରୀସନ୍ଥ ମଧ୍ୟ କ୍ରିଜକୁ ଛୁଇଁ ପ୍ରଣାମ କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟରେ ନିଷେଧ ହେବା ପୂର୍ବରୁ ଶ୍ରୀସନ୍ଥ ୨୭ଟି ଟେଷ୍ଟରେ ୮୭ ଉଇକେଟ ନେଇଛନ୍ତି ଏବଂ ୫୩ଟି ଦିନିକିଆରେ ୭୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri