Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଯୋଗୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ କେତୁ ଯୁକ୍ତ ଚନ୍ଦ୍ର ମାନସିକ ଅଶାନ୍ତିର କାରଣ ହେବ । ଶନି ପ୍ରଭାବରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଅଭାବବୋଧ ଦୂରୀକରଣ ସକାଶେ ଧାରକରଜ କରି କାମ ଚଳାଇ ନେବାକୁ ଚେଷ୍ଟା କରି ପାରନ୍ତି । ପରିବାରରେ ମତାନ୍ତର ଘଟିବାର ସୂଚନା ରହିଛି ।
ବୃଷ
ବୃଷ
ଦୁଃସ୍ଥାନସ୍ଥ ରବି ଓ ଶୁକ୍ର ପାରିବାରିକ ସମ୍ପର୍କକୁ କ୍ଷୁଣ୍ଣ କରିବ । ଆଜି ଯେଉଁ କାମକୁ ଆରମ୍ଭ କରିବେ ତାହା ଅବଶ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ବୁଧ ହେତୁ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବ୍ୟବସାୟରେ ସମସ୍ୟା ବଢ଼ି ବଡ଼ ଆକାର ଧାରଣ କରିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗୃହସଜ୍ଜା, ନିର୍ମାଣ, ଦୋକାନ, ଆଇନ ଅଦାଲତ ଓ ପ୍ରଶାସନ ଏବଂ ପ୍ରକାଶନ କ୍ଷେତ୍ରରୁ ସୁଫଳ ପାଇବେ।
କର୍କଟ
କର୍କଟ
ନୀଚରାଶିସ୍ଥ ଚନ୍ଦ୍ର ଅସୁସ୍ଥତା ସଙ୍ଗକୁ ସମ୍ପର୍କହାନି କରିବ । ଆକସ୍ମିକ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ସି˚ହ
ସି˚ହ
ଧନାଧିପ ଶୁକ୍ରଯୁକ୍ତ ହେତୁ ଆର୍ଥିକ ସମସ୍ୟା ସୁଧୁରି ଯିବାରେ ପଡ଼ୋଶୀ ସହାୟତା କରିବେ । କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କ ଅସୁବିଧାକୁ ବୁଝି ସାହାଯ୍ୟ ପ୍ରତିଶ୍ରୁତି ଦେବେ। ମଘା ନକ୍ଷତ୍ର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
କନ୍ୟା
ଆଜି ମଙ୍ଗଳଙ୍କ କୁପ୍ରଭାବରେ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ସଭା ସମିତିରେ ସମସ୍ୟା ସମାଧାନ ହେବ। ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ ।
ତୁଳା
ତୁଳା
ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି । ନିର୍ମାଣ, ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ । ବିଶାଖା ନକ୍ଷତ୍ର କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଦେବ।
ବିଛା
ବିଛା
ଚନ୍ଦ୍ରଙ୍କ ଦୁର୍ବଳତା ହେତୁ ଆପଣଙ୍କ କୌଣସି ଉଦ୍ୟମ ସଫଳ ହେବା କଷ୍ଟକର । ଚତୁର୍ଥସ୍ଥ ଶନିଙ୍କ ପ୍ରଭାବରୁ ଅଧିକାଂଶ ସମୟରେ ଡିପ୍ରେସନ ଲାଗି ରହିବ । ଉତ୍ସାହ ନ ଥାଇ ପରିସ୍ଥିତିବଶତଃ ଯନ୍ତ୍ରବତ୍ କାମ କରିବେ । ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
ଧନୁ
ଧନୁ
ନୀଚସ୍ଥ ବୃହସ୍ପତି ହେତୁ ପ୍ରତ୍ୟେକ କାମ ସମ୍ପନ୍ନରେ ସଫଳ ହେବେ। ପରିବହନ, ଆଲୋଚନା ପରିସରରେ, ସଭାସମିତିରେ, ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି ।
ମକର
ମକର
ଅନୁକୂଳ ଗ୍ରହପ୍ରଭାବରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତିି । ସ୍ବଗୃହୀ ମଙ୍ଗଳଙ୍କ ଯୋଗୁଁ ପାରିବାରିକ ଚାପ କ୍ରମଶଃ କମି କମି ଆସିବ। ମାଲିମକଦ୍ଦମା, କ୍ରୀଡା, ପ୍ରେସ୍ ଓ ପବ୍ଲିକେଶନ ତଥା ଆର୍ଥିକ ଦିଗରୁ ସମସ୍ୟା ସମାଧାନ ହୋଇଯିବ । ଦୀର୍ଘଦିନର ସୁସମ୍ପର୍କ ବ୍ୟାହତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ ।
କୁମ୍ଭ
କୁମ୍ଭ
ରବିଙ୍କ ନକ୍ଷତ୍ରସ୍ଥ ଶନି ହେତୁ ପ୍ରତ୍ୟେକ କାର୍ଯ୍ୟ ସଂଘର୍ଷପୂର୍ଣ୍ଣ ରହିବ । ମାନସିକ ଚାପ ବୃଦ୍ଧି କାରଣରୁ ଅଫିସରେ କାମ କରିବା କଷ୍ଟକର ହୋଇପଡିବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ ଅସୁବିଧାରେ ପଡ଼ିବେ । ଶତଭିଷାର ପରିବାରରେ ପାରସ୍ପରିକ ବୁଝାମଣା ଠିକ୍ ରହିବା ହେତୁ ଆଶ୍ୱସ୍ତି ମିଳିବ।
ମୀନମୀନ
ଏକାଦଶସ୍ଥ ଏକାଧିକଗ୍ରହ ଆପଣଙ୍କ କାର୍ଯ୍ୟସାଧନରେ ସହାୟକ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ବିଶେଷ ଅସୁବିଧା ହେବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ ଓ ବନ୍ଧୁ ମିଳନରୁ ଖୁସି ହେବେ। ବ୍ୟବସାୟ, ନିର୍ମାଣ, ଦୂରଯାତ୍ରା, ସଭାସମିତି ପ୍ରଭୃତିରୁ ଆଶାନୁରୂପ ଫଳ ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri