Posted inଖେଳ

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ୧୬୧.୩ କିମି ବେଗରେ ବଲ୍‌ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ଆଧିକାରିକ ଭାବେ ଉକ୍ତ ବଲ୍‌କୁ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବଲ୍‌ ଭାବେ ଗଣାଯାଉଛି। ହେଲେ ଏଭଳି ଏକ ସମୟ ଥିଲା ଯେତେବେଳେ ‘ସ୍ପିଡ୍‌ ଗନ୍‌’ ନଥିଲା। ଫଳରେ ବଲ୍‌ର ଗତି ରେକର୍ଡ କରାଯାଇପାରୁ ନ ଥିଲା। ଏହି ସମୟରେ ଏଭଳି ଏକ ବୋଲର ଥିଲେ ଯାହାଙ୍କ ବୋଲିଂର ସ୍ମୃତି ଆଜିବି ଅନେକଙ୍କ ମନରେ ରହିଛି। ସେ ହେଲେ ଚାଲର୍‌ସ କୋର୍ଟରାଇଟ୍‌। ଶନିବାର ତାଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା କିଛି ସ୍ମରଣୀୟ କଥା।

୧୮୭୧ ଆଜିର ଦିନରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ଚାଲର୍‌ସ। ତାଙ୍କ ସମୟରେ ଇସେକ୍ସ, ଫ୍ରି ଫୋରଷ୍ଟେର ପାଇଁ ସେ ଖେଳୁଥିଲେ। ସେତେବେଳେ ସବୁଠାରୁ ଦ୍ରୁତ ବୋଲର ଭାବେ ବିବେଚନା କରାଯାଉଥିଲା। ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିବାରେ ଖୁସି ଅନୁଭବ କରୁଥିଲେ ସେ। ଅଧିକାଂଶ ଥର ତାହାହିଁ ହୋଇଥିଲା। ୧୮୮୫ରୁ ୧୮୯୮ ପର୍ଯ୍ୟନ୍ତ ଖେଳା ଯାଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ମୋଟ ୨୯୭ ଉଇକେଟ ନେଇଥିବା ବେଳେ ୨୦୧ଜଣଙ୍କୁ କେବଳ ବୋଲ୍ଡ କରିଥିଲେ। ଏହାପରେ ୧୯୦୭ ପର୍ଯ୍ୟନ୍ତ ୧୭୦ ମ୍ୟାଚ୍‌ ଖେଳି ୪୮୯ଟି ଉଇକେଟ ନେଇଥିଲେ। ଗୋଟିଏ ପାଳିରେ ୫୭ ରନ୍‌ ଦେଇ ୮ ଉଇକେଟ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଏକଦା ସେନାର ଏକ ଟିମ୍‌ ସହ ଖେଳୁଥିବା ବେଳେ ବାରମ୍ବାର ଜଣେ ବ୍ୟାଟ୍ସମ୍ୟାନ୍‌ ବାମ ଗୋଡ଼ର ଆଙ୍ଗୁଠି ଆଗକୁ ବଢ଼ାଇ ଖେଳୁଥିଲେ। ଏହା କୋର୍ଟରାଇଟ୍‌ଙ୍କୁ ଅଡୁଆରେ ପକାଉଥିଲା। ଏହାପରେ ସେ ନିଜର ସମସ୍ତ ଶକ୍ତି ସହ ୟର୍କର ଫିଙ୍ଗିଥିଲେ। ଫଳରେ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ବୋଲ୍ଡ ହୋଇଯାଇଥିଲେ। ଏପରିକି ତାଙ୍କର ଗୋଡର ଏକ ଆଙ୍ଗୁଠି ଭାଙ୍ଗି ଯାଇଥିଲା।

ମୃତ୍ୟୁ ପୂର୍ବରୁ ସେ ଦେଇଥିବା ଏକ ସାକ୍ଷାତକାରରେ ଏକ ମଜାଦାର କଥା କହିଥିଲେ। ତାଙ୍କର ଏକ ଦ୍ରୁତ ବଲ୍‌ ପଡ଼ିଆରେ ବାଉନ୍ସ ହେବା ପରେ ଉଇକେଟକିପରଙ୍କ ଉପର ଦେଇ ବାଉଣ୍ଡ୍ରି ବାହାରକୁ ଯାଇଥିଲା। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ୍‌ରେ(ବାଏ) ପାଇଁ ୬ ରନ୍‌ ମିଳିଥିଲା। ବିନା ବ୍ୟାଟ୍‌ରେ ପଡ଼ିଆ ବାହାରକୁ ଯିବା ଦୃଶ୍ୟ ପ୍ରଥମ ଆଉ ଶେଷ ହୋଇ ରହିଛି।
ତେବେ ଚାଲର୍‌ସଙ୍କ କ୍ୟାରିୟର ଦୁର୍ଭାଗ୍ୟପୂର୍ଣ୍ଣ ମଧ୍ୟ ଥିଲା। ତାଙ୍କର ବଲ୍‌ର ଗତି ରେକର୍ଡ ହୋଇ ନ ଥିବା ବେଳେ କେବେ ହେଲେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିପାରିନାହାନ୍ତି ସେ। ଏହା ଆଜିବି ବଡ଼ ପ୍ରଶ୍ନ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri