Posted inଫୁରସତ

ନିଜ ପୁଅଠାରୁ ସାନ ୩୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ଏହି ୮୧ ବର୍ଷର ମହିଳା: ଲୋକେ କହୁଛନ୍ତି ଏଭଳି..

ବ୍ରିଟେନରେ ରହୁଥିବା ଜଣେ ୮୧ ବର୍ଷୀୟା ମହିଳା ଆଇରିସ ଜୋନ୍ସ ତାଙ୍କ ଛାଡ଼ପତ୍ରକୁ ୪୦ ବର୍ଷ ପୂରିଥିଲେ ସୁଦ୍ଧା ଜଣେ ୩୬ ବର୍ଷୀୟ ଯୁବକ ତଥା ତାଙ୍କ ପୁଙ୍କଠାରୁ ବୟସରେ ସାନ ମହମ୍ମଦ ଅହମ୍ମଦ ଇବ୍ରାହିମଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ ବିବାହ କରିଛନ୍ତି। ଏହି ଘଟଣାଙ୍କୁ ଆଇରିସଙ୍କ ପୁଅ ପସନ୍ଦ କରୁ ନଥିଲେ ହେଁ ପରେ ସେମାନେ ମଧ୍ୟ ବୁଝିଛନ୍ତି।

କିଛି ଦିନ ପୂର୍ବେ ଉଭୟ ଫେସ୍‌ବୁକ୍‌ରେ କଥା ହେବା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୪୫ ବର୍ଷର ବ୍ୟବଧାନ ଥାଇ ମଧ୍ୟ ସେମାନେ ବିବାହ କରିଛନ୍ତି। ବର୍ତ୍ତମାନ ଇଜିପ୍ଟରେ ରହୁଥିବା ମହମ୍ମଦ ଭିଜା ସମସ୍ୟା କାରଣରୁ ଜୋନ୍ସଙ୍କଠାରୁ ଦୂରରେ ଅଛନ୍ତି।

ମହମ୍ମଦଙ୍କୁ ଏଯାଏ ଭିଜା ମିଳିପାରି ନାହିଁ। ଏହି କାରଣରୁ ଉଭୟ ସ୍ତ୍ରୀ-ସ୍ବାମୀ ଅଲଗା ରହୁଥିଲେ ହେଁ ସୋସିଆଲ ମିଡିଆ ସାହାଯ୍ୟରେ ସ୍ତ୍ରୀଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ମହମ୍ମଦ। ନିକଟରେ ସେ ଫେସ୍‌ବୁକରେ ଆଇରିସ ପାଇଁ ଏକ ପୋଷ୍ଟ ଲେଖିଥିଲେ- ‘ ଜୀବନର ଶେଷ ପର୍ଯ୍ୟନ୍ତ ମୋର ପ୍ରେମ ତୁମ ପାଇଁ ରହିବ। ମୋର ରାଣୀ ଆଇରିସ।

ଆଇରିସ କହିଛନ୍ତି ଯେ, ମୁଁ ଅହମ୍ମଦଙ୍କୁ ବହୁତ ମନେ ପକାଉଛି। ମୁଁ ତିନିଥର ଇଜିପ୍ଟ ଗଲି ମାତ୍ର ମୋତେ ମହମ୍ମଦଙ୍କ ବିନା ଫେରିବାକୁ ପଡିଲା। ମୁଁ ବାରମ୍ବାର ମିଶରକୁ ଯାଇପାରିବି ନାହିଁ । ସେହି ଦେଶ ମୋ ପାଇଁ ଅନୁକୂଳ ନୁହେଁ। ସେଠାରେ ବହୁତ ଉତ୍ତାପ, ଧୂଳି ଏବଂ ଟ୍ରାଫିକ ସମସ୍ୟା ରହିଛି। ମୁଁ ସେଠାକାର ଖାଦ୍ୟକୁ ମଧ୍ୟ ପସନ୍ଦ କରେ ନାହିଁ। ତେବେ ଆଇରିସଙ୍କ ଏହି ସମ୍ପର୍କକୁ ଦୁଇ ପୁଅ ପସନ୍ଦ କରୁ ନଥିଲେ। ଯଦିଓ ପରେ ଏହା ସ୍ବଭାବିକ ହୋଇଛି। ତାଙ୍କ ଦୁଇ ପୁଅଙ୍କ ବୟସ ୫୦ ବର୍ଷରୁ ଅଧିକ। ଆଇରିସ କହିଛନ୍ତି, ମୋ ପୁଅ ବର୍ତ୍ତମାନ ବୁଝି ସାରିଛନ୍ତି ଯେ, ଏହି ସମ୍ପର୍କରେ ସଚ୍ଚୋଟତା ଅଛି ଏବଂ ଆମେ ପରସ୍ପରକୁ ପସନ୍ଦ କରୁ। ଉଭୟ ମିଶରରେ ପାରମ୍ପରିକ ପରିବର୍ତ୍ତେ କେବଳ କାଗଜପତ୍ରରେ ବିବାହ କରିଥିଲେ। ପରେ ଉତ୍ସବ ପାଳନ କରିବାକୁ ହୋଟେଲ୍‌ ଯାଇଥିଲେ।

ଆଇରିସ କହିଛନ୍ତି, ‘ମୁଁ ଭାବି ନଥିଲି ଯେ ମୋ ବୟସରେ ଏହା ଘଟିବ ଯେ ମୁଁ ଜଣେ ଯୁବକଙ୍କ ପ୍ରେମରେ ପଡ଼ିବି। ମୁଁ ୪୦ ବର୍ଷ ପୂର୍ବେ ଛାଡପତ୍ର ହୋଇଥିଲି ଏବଂ ମୁଁ ବହୁତ ଖୁସି ଯେ ଏହି ବୟସରେ ମଧ୍ୟ ମୁଁ ଜଣେ ରୋମାଣ୍ଟିକ ପାର୍ଟନର ପାଇଛି।
ସୂଚନାଯୋଗ୍ୟ, ଆଇରିସ ସରକାରଙ୍କଠାରୁ ପେନ୍ସନ ପାଆନ୍ତି। ଅନେକ ଲୋକ ଏହି ଦମ୍ପତିଙ୍କୁ ଟ୍ରୋଲ କରୁଛନ୍ତି। ଏବଂ କହୁଛନ୍ତି ମହମ୍ମଦ ଜଣେ ୮୧ ବର୍ଷ ବୟସ୍କା ମହିଳାଙ୍କୁ କେବଳ ବ୍ରିଟେନର ଭିସା ପାଇବା ପାଇଁ ଡେଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri