ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ ମଧ୍ୟ। ୭୦ ଦଶକର ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ। ଏହି ସମୟରେ ବଲିଉଡରେ ସର୍ବାଧିକ ନାମ ଅର୍ଜନ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଆରଡି ବର୍ମନ। ତାଙ୍କର ଗୀତଗୁଡିକ ୭୦ ଦଶକରେ ସଫଳତାର ଗ୍ୟାରେଣ୍ଟି ଥିଲା। ଆଜି ତାଙ୍କର ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଛି।
ଆରଡି ବର୍ମନଙ୍କ ପିତା ଏସଡି ବର୍ମନ ଜଣେ ମହାନ ସଂଗୀତଜ୍ଞ ଥିଲେ। ସେ ନିଜ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। ଆରଡି ବର୍ମନ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଆରଡି ବର୍ମାନ ବହୁତ କମ ବୟସରୁ ସଂଗୀତ ରଚନା ଆରମ୍ଭ କରିଥିଲେ। ମାତ୍ର ୯ ବର୍ଷ ବୟସରେ ସେ ସଙ୍ଗୀତ ରଚନା କାର୍ଯ୍ୟ ଆରମ୍ଭ କରିଥିଲେ। ୧୭ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ବଲିଉଡ ଗୀତ ରଚନା କରିଥିଲେ। ସେ ଫଣ୍ଟୁସ ଫିଲ୍ମ ପାଇଁ ଏ୍‌ ମେରୀ ଟୋପି ପଲଟ୍‌ କର୍‌ ଗୀତ ରଚନା କରିଥିଲେ। ଆର୍‌ଡି ବର୍ମନଙ୍କୁ ପଞ୍ଚମ ଦା’ ନାମରେ ବେଶ୍‌ ପ୍ରସିଦ୍ଧି ହାସଲ କରିଥିଲେ। ଆରଡି ବର୍ମନ କିପରି ପଞ୍ଚମ ଦା ନାମ ପାଇଲେ ସେ ବିଷୟରେ ଅନେକ କାହାଣୀ ଅଛି। ଛୋଟ ଥିବାବେଳେ ଆରଡି ବର୍ମନ ସେ ପଞ୍ଚମ ନୋଟରେ କାନ୍ଦୁଥିଲେ, ଏହି କାରଣରୁ ତାଙ୍କ ନାମ ପଞ୍ଚମ ଦିଆଯାଇଥିଲା। ଏହା ବ୍ୟତୀତ ଅଶୋକ କୁମାରଙ୍କ ସହିତ ଆରଡିଙ୍କ ଏକ କାହାଣୀ ରହିଛି। ଅଶୋକ କୁମାର ପ୍ରଥମ ଥର ପାଇଁ ଆରଡି ବର୍ମନଙ୍କୁ ଭେଟିଥିବାବେଳେ ସେ ଦେଖିଲେ ଯେ ଆରଡି ବର୍ମନ ବାରମ୍ବାର ପା ଉଚ୍ଚାରଣ କରୁଛନ୍ତି। ପାଟିରେ ଆଣି ସେଥିପାଇଁ ଦାଦା ମୁନି ଅଶୋକ କୁମାର ତାଙ୍କ ନାମ ପଞ୍ଚମ ଦେଇଥିଲେ।
ପଞ୍ଚମ ଦା ଟିକେ ବିଳମ୍ବରେ ସଫଳତା ପାଇଥିଲେ। ସେ ତିସ୍‌ରୀ ମଞ୍ଜିଲ, ଅମର ପ୍ରେମ, ଅନ୍ଧୀ, ପରିଚୟ, ମାସୁମ, ଶୋଲେ, ଖେଲ ଖେଲ ମେଁ, ଆପ କି କସମ, କିନାରା ଏବଂ ୧୯୪୨ ଏ ଲଭ୍‌ ଷ୍ଟୋରୀ ପରି ଫିଲ୍ମରେ ସଫଳ ସଙ୍ଗୀତ ପ୍ରଦାନ କରିଥିଲେ। ପଞ୍ଚମ ଦା’ଙ୍କର ୧୯୯୪ ଜାନୁଆରୀ ୪ରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri