୮୩୧ କୋଟିର ଜିଏସ୍‌ଟି ଠକେଇ

ନୂଆଦିଲ୍ଲୀ,୪।୧: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୮୩୧ କୋଟି ଟଙ୍କା ଟିକସ ଠକେଇର ପର୍ଦ୍ଦାଫାଶ କରିଛନ୍ତିି। ଗୁଟ୍‌ଖା, ପାନମସଲା ଏବଂ ତମାଖୁ ପ୍ରଡକ୍ଟର ମାନୁଫାକଚର ଏବଂ ଯୋଗାଣ କରୁଥିବା ଜଣେ ବ୍ୟକ୍ତିବିଶେଷ ଏହି ଠକେଇରେ ସାମିଲ ଥିଲେ। ଏହି ବ୍ୟକ୍ତି ଜଣଙ୍କୁ ଏବେ ଗିରଫ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ବିନା କୌଣସି ପଞ୍ଜୀକରଣ ଏବଂ ଟିକସ ପ୍ରଦାନ କରି ଏହି ବ୍ୟକ୍ତି କାରବାର ଜାରି ରଖିଥିଲେ। ସେଣ୍ଟ୍ରାଲ ଜିଏସ୍‌ଟି ଦିଲ୍ଲୀ ଓ୍ବେଷ୍ଟ କମିଶନରେଟ ପକ୍ଷରୁ ଏଭଳି ଏକ ଟିକସ ଠକେଇ ର଼୍ୟାକେଟ ଉପରୁ ପର୍ଦ୍ଦା ହଟାଯାଇଛି।
ତଥ୍ୟ ପ୍ରମାଣକୁ ଆଧାର କରି ସାମଗ୍ରୀ ଜବତ କରାଯାଇଛି। ଟିକସ ଠକେଇରେ ସମ୍ପୃକ୍ତ ରହିଥିବା ମାନିଛନ୍ତି। ଏହି ମାମଲା ଉପରେ ଖୋଳତାଡ ଜାରି ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବେଆଇନ ଭାବେ ଗୁଟଖା, ତମାଖୁ ଏବଂ ପାନ ମସଲା ପ୍ରଡକ୍ଟ ମାନୁଫାକଚର ହେଉଥିବା ଚଢାଉ ବେଳେ ସାମ୍ନାକୁ ଆସିଥିଲା। ଏକ ବେଆଇନ ଫ୍ୟାକ୍ଟ୍ରିରେ ପ୍ରାୟ ୪୫ ଜଣ କାମ କରୁଥିଲେ। ଗୁଟଖା ପ୍ରଡକ୍ଟକୁ ବିଭିନ୍ନ ପ୍ରଦେଶକୁ ସଫ୍ଲାଇ କରାଯାଉଥିଲା। ଚଢ଼ାଉ ବେଳେ ୪.୧ କୋଟି ଟଙ୍କାର କଞ୍ଚାମାଲ ଜବତ କରାଯାଇଛି। ଟିକସ ଫାଙ୍କିବା ଲାଗି ବ୍ୟକ୍ତି ବିଶେଷ ଇନଭଏସ ବ୍ୟବହାର କରୁ ନ ଥିଲେ। ଏହି କମ୍ପାନୀ ଜିଏସ୍‌ଟି ଆଇନର ବିଭିନ୍ନ ଧାରାକୁ ଉଲ୍ଲଂଘନ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିଭଳି ଟିକସ ଅସୁଲ କରିବା ଲାଗି ତଦନ୍ତ ଜାରି ରହିଛି। ଦିଲ୍ଲୀ ଜିଏସ୍‌ଟି ଜୋନ ଚଳିତ ଆର୍ଥତ୍କ ବର୍ଷରେ ୪,୩୨୭ କୋଟି ଟଙ୍କା ଟିକସ ଠକେଇ ଉପରୁ ପର୍ଦ୍ଦା ହଟାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri