Posted inଫୁରସତ

ଆସିଛି ପର୍ଯ୍ୟଟନ ଋତୁ: ବୁଲି ଯାଆନ୍ତୁ କର୍ନାଟକରେ ପକ୍ଷୀ ବିହାର

ବେଶ୍‌ କିଛିଦିନର ବ୍ୟବଧାନ ପରେ କର୍ନାଟକକୁ ପୁନର୍ବାର ପର୍ଯ୍ୟଟକ ଭ୍ରମଣ ନିମନ୍ତେ ଯିବା ଲାଗି ଅନୁମତି ମିଳିଗଲାଣି। ତେଣୁ ଧୀରେ ଧୀରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଶୀତଦିନେ କର୍ନାଟକରେ ପକ୍ଷୀ ବିହାର କରିବାର ସୁଯୋଗ ବେଶ୍‌ ନିଆରା ଲାଗିଥାଏ…

କର୍ନାଟକ ନିଜର ଐତିହାସିକ କୀର୍ତ୍ତିରାଜି ସହିତ ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଦେଶବିଦେଶରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ତା’ଛଡ଼ା ବିଭିନ୍ନ ଲୁପ୍ତପ୍ରାୟ ପଶୁପକ୍ଷୀଙ୍କର ସୁରକ୍ଷା ନିମନ୍ତେ ଏଠାରେ ରହିଛି ଅନେକ ବନ୍ୟପ୍ରାଣୀ ଅଭୟାରଣ୍ୟ। ବିଶେଷକରି ଏହି ଅଭୟାରଣ୍ୟଗୁଡ଼ିକରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ପଶୁଙ୍କ ସମେତ ଅନେକ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ମୁଖ୍ୟତଃ ଶୀତଦିନେ ଏଠାକୁ ବହୁ ବିଦେଶୀ ପକ୍ଷୀ ଉଡ଼ିଆସନ୍ତି, ଯାହା ସ୍ଥାନୀୟ ଅଞ୍ଚଳର ଶୋଭାକୁ ବଢ଼ାଇବାରେ ବେଶ୍‌ ସହାୟକ ହୋଇଥାଏ। ଏଠାରେ ସେମିତି କେତୋଟି କର୍ନାଟକର ଲୋକପ୍ରିୟ ପକ୍ଷୀ ଅଭୟାରଣ୍ୟ ସମ୍ପର୍କରେ ଉଲ୍ଲେଖ କରାଗଲା…

ରଙ୍ଗନାଥିଟ୍ଟୁ: କର୍ନାଟକର ମାଣ୍ଡ୍ୟା ଜିଲାରେ ଥିବା ରଙ୍ଗନାଥିଟ୍ଟୁ ପକ୍ଷୀ ଅଭୟାରଣ୍ୟଟି ହେଉଛି ସ୍ଥାନୀୟ ଅଞ୍ଚଳର ଏକ ବଡ଼ ଅଭୟାରଣ୍ୟ। ଏଠାରେ ପ୍ରାୟ ୧୭୦ ପ୍ରଜାତିର ପକ୍ଷୀ ଦେଖାଯାଇଥାନ୍ତି, ଯେମିତିକି ପେଣ୍ଟେଡ୍‌ ଷ୍ଟର୍କ, ଏସିଆନ୍‌ ଓପନ୍‌ବିଲ୍‌ ଷ୍ଟର୍କ, କମନ୍‌ ସ୍ପୁନ୍‌ବିଲ, ଉଲ୍ଲି-ନେକ୍ଡ ଷ୍ଟର୍କ, ବ୍ଲାକ୍‌ ହେଡେଡ୍‌ ଇବିସ୍‌, ଇଣ୍ଡିଆନ୍‌ ସାଗ୍‌ ଇତ୍ୟାଦି ଅନ୍ୟତମ। ତା’ଛଡ଼ା ଶୀତଦିନେ ଏଠାକୁ ପ୍ରାୟ ୪୦ ହଜାରରୁ ଅଧିକ ଭ୍ରମଣକାରୀ ପକ୍ଷୀ ଉଡ଼ି ଆସୁଥିବାର ରେକର୍ଡ ମଧ୍ୟ ରହିଛି। ତେଣୁ ପର୍ଯ୍ୟଟକଙ୍କ ନିମନ୍ତେ ଶୀତଦିନେ ପକ୍ଷୀ ବିହାର ପାଇଁ ଏହାଠାରୁ ଭଲସ୍ଥାନ ଆଉ କ’ଣ ହୋଇପାରେ।

ବାଙ୍କାପୁରା:କର୍ନାଟକର ହାବେରୀ ଜିଲାରେ ରହିଛି ବାଙ୍କାପୁରା ନାମକ ଏକ ଆକର୍ଷଣୀୟ ସ୍ଥଳୀ, ଯେଉଁଠାରେ ବାଙ୍କାପୁରା ନାମକ ଏକ ଦୁର୍ଗ ଅଛି। ଆଉ ଏହି ଦୁର୍ଗ ମଧ୍ୟରେ ଏକ ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇ ମୁଖ୍ୟତଃ ମୟୂର ଓ ମୟୂରୀଙ୍କୁ ସୁରକ୍ଷା ଦିଆଯିବା ସହ ସେମାନଙ୍କର ବଂଶ ବୃଦ୍ଧି ପାଇଁ ବି ବିଶେଷ ଦୃଷ୍ଟି ଦିଆଯାଉଛି। ତା’ଛଡ଼ା ଏଠାରେ ଅନ୍ୟାନ୍ୟ କେତେକ ପକ୍ଷୀ ଯେମିତିକି: ଗ୍ରୀନ୍‌ ବି ଇଟର୍‌, ନାଇଟ୍‌ଜାର୍‌, ପାରାଡାଇଜ୍‌ ଫ୍ଲାଏ କ୍ୟାଚର୍‌, ଇଣ୍ଡିଆନ୍‌ ରବିନ୍‌, ସ୍ପଟେଡ୍‌ ଡୋଭ୍‌, ଗ୍ରେ ହର୍ନବିଲ୍‌, ବ୍ଲୁ ଟେଲ୍ଡ ବି ଇଟର୍‌, ଟେଲର୍‌ ବାର୍ଡ ଇତ୍ୟାଦିଙ୍କୁ ବି ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇପାରିବେ।

ଦାନ୍ଦେଲି:ଏହା କର୍ନାଟକର ଉତ୍ତର କନ୍ନଡ଼ ଜିଲାରେ ଅବସ୍ଥିତ ଏକ ଅଭୟାରଣ୍ୟ। ପ୍ରାୟ ୮୬୬.୪୧ ବର୍ଗ କି.ମି. ପରିସୀମା ବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ିଉଠିଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ବାଘ, ହାତୀ, ହରିଣ ଆଦି ପଶୁଙ୍କ ସମେତ ପ୍ରାୟ ୨୦୦ ପ୍ରଜାତିର ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ। କହିବାକୁ ଗଲେ ପକ୍ଷୀବିହାର ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ଗ୍ରେଟ୍‌ ହର୍ନବିଲ୍‌ ଓ ମାଲବର ପାଇଡ୍‌ ହର୍ନବିଲ୍‌ ନାମରେ ଦୁଇଟି ପକ୍ଷୀ ହେଉଛନ୍ତି ଏଠାକାର ମୁଖ୍ୟ ଆକର୍ଷଣ। ତା’ଛଡ଼ା ଅହିରାଜ ଓ କୁମ୍ଭୀରଙ୍କ ସୁରକ୍ଷା ନିମନ୍ତେ ବି ଏଠାରେ ବିଶେଷ ଧ୍ୟାନ ଦିଆଯାଇଥାଏ।

ମଣ୍ଡାଗଡ଼େ: କର୍ନାଟକର ଶିମୋଗା ଜିଲାରେ ରହିଛି ମଣ୍ଡାଗଡ଼େ ନାମକ ଏକ ଗାଁ। ଆଉ ଏହି ଗାଁ ନିକଟ ଦେଇ ବହିଯାଉଥିବା ତୁଙ୍ଗା ନଦୀ ମଧ୍ୟରେ ରହିଛି ଏକ ଛୋଟ ଦ୍ୱୀପ, ଯାହା ମଣ୍ଡାଗଡ଼େ ପକ୍ଷୀ ଅଭୟାରଣ୍ୟ ଭାବେ ଜଣାଶୁଣା। ଏହି ଅଭୟାରଣ୍ୟରେ ବର୍ଷସାରା ବିଭିନ୍ନ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଆଉ ଖାସ୍‌ କରି ଶୀତଦିନେ ଏଠାକୁ ପାଖାପାଖି ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଉଡ଼ିଆସିଥାନ୍ତି। ଅପୂର୍ବ ପ୍ରାକୃତିକ ଶୋଭାରେ ଭରା ମଣ୍ଡାଗଡ଼େରେ ଏହି ପକ୍ଷୀମାନଙ୍କୁ ଦେଖିବା ସହ ସେମାନଙ୍କ କାକ୍କଳି ଶୁଣିବାକୁ ବେଶ୍‌ ମଧୁର ଲାଗିଥାଏ।

କେବଳ ଏତିକି ନୁହେଁ, କର୍ନାଟକରେ ପକ୍ଷୀ ବିହାର ନିମନ୍ତେ ରହିଛି ଆହୁରି ଅନେକ ପକ୍ଷୀ ଅଭୟାରଣ୍ୟ, ଯେମିତିକି: ମଗଦୀ ପକ୍ଷୀ ଅଭୟାରଣ୍ୟ, ଗୁଡ଼ଭି ପକ୍ଷୀ ଅଭୟାରଣ୍ୟ, ଅଟ୍ଟିଭେରୀ ପକ୍ଷୀ ଅଭୟାରଣ୍ୟ ଇତ୍ୟାଦି ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri