ସିସିଟିଭିରେ ବିନା ହେଲମେଟ ଧରପଗଡ଼, ଦେଢ଼ ଲକ୍ଷ ଟଙ୍କାର ଫାଇନ ଗଣିଲେ ଖିଲାପକାରୀ

କେନ୍ଦୁଝର,୨।୧(ସ୍ବ.ପ୍ର.) : ନୂଆବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲାରେ ଆରମ୍ଭ ହୋଇଛି ମୋଟରଯାନ ନିୟମ। ବିଶେଷ କରି ହେଲମେଟ ଓ ବେପରୁଆ ଗାଡ଼ିଚାଳନା ଉପରେ ଧରପଗଡ଼। ପ୍ରଥମଥର ପାଇଁ ସିସିଟିଭି ଦ୍ୱାରା ଚାଲିଛି ଏହି ଧରପଗଡ଼। ଏଣୁ ଖିଲାପୀ ମାନଙ୍କ ମୋବାଇଲକୁ ଫାଇନ ବା ଚାଲାଣ ମେସେଜ ମାଧ୍ୟମରେ ଯାଉଛି। ଏଣୁ ଏଭଳି ବ୍ୟବସ୍ଥାକୁ ନେଇ ଅନେକ ଛାନିଆ ହୋଇପଡ଼ିଥିବା ବେଳେ ଅନେକ ଏବେ ମଧ୍ୟ ବେପରୁଆ ଭାବରେ ବିନା ହେଲମେଟରେ ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି।
ଦୁଇ ଦିନରେ ଜିଲା ମୁଖ୍ୟାଳୟରେ ପ୍ରାୟ ଖିଲାପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦେଢ଼ ଲକ୍ଷ ଟଙ୍କା ଫାଇନ କରାଯାଇଥିବା ଦାୟିତ୍ୱରେ ଥିବା ଟାଉନଥାନା ଏସ୍‌ଆଇ ଶାନ୍ତନୁ ଜେନା କହିଛନ୍ତି। ପ୍ରଥମେ ବିନା ହେଲମେଟ, ତିନି ଜଣିଆ ଯାତାୟାତ, ଭୁଲ ରାସ୍ତାରେ ଯାତାୟାତ, ମୋବାଇଲ ଧରି ବାଇକ ଚାଳନା ଆଦି ଧରପଗଡ଼ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପୋଲିସ ସୂଚନା ଦେଇଛି। ସିସିଟିଭିରେ ଯାଞ୍ଚ କରାଯାଇ ମେସେଜ ଜରିଆରେ ଚାଲାଣ ସିଧାସଳଖ ଗାଡ଼ି ମାଲିକଙ୍କୁ ପଠାଯାଉଛି। ଏହା ଦ୍ୱାରା ଦୁର୍ଘଟଣା ରୋକିବା ସହ ବେପରୁଆ ଗାଲି ଚାଲାଣ କୁ ସାବାଡ଼ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଉଛି। ପ୍ରକାଶ ଯେ କେନ୍ଦୁଝର ସହରର କୋର୍ଟ ଛକ, ଲାବ୍ଯଯ ଛକ, ଜିଲାପାଳ ଙ୍କ ଅଫିସ ଛକ, ଏସପି ଅଫିସ ଛକ, ଗାନ୍ଧୀ ଛକ ତଥା ସିରାଜଉଦ୍ଦିନ ଛକ ଆଦି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ପୋଲିସ କଣ୍ଟ୍ରୋଲରୁମ୍‌ରୁ ବିନା ହେଲମେଟ୍‌ରେ ଗାଡି ଚଳାଚଳ ନିୟନ୍ତ୍ରଣ କରିବା ସହ ବାଇକରେ ତିନିଜଣ ବସି ଗାଡି ଚଳାଚଳ, ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଚଳ ଆଦି ଉପରେ ନଜର ରଖି ଫାଇନ ଆଦାୟ କରାଯାଉଛି।।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ: ଦେଲା ଚେତାବନୀ, ଦାବି ପୂରଣ ନ ହେଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଭଞ୍ଜନଗର ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦାବି ଗୁଡ଼ିକ ହେଲା ଅତିରିକ୍ତ ସୁରକ୍ଷା...

ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ପଦର୍ଶନ କରିବେ ଛତ୍ରପୁର ଜୟ ଗଣେଶ କଳା ବିକାଶ କେନ୍ଦ୍ରର ଛାତ୍ରୀ

ଛତ୍ରପୁର,୨୯।୧୨(ଦିଲ୍ଲୀପ ସାମଲ): ଭାରତ ସରକାର ଅଧୀନସ୍ଥ ସାଂସ୍କୃତିକ ବିକାଶ ପ୍ରତିଷ୍ଠାନ ଏବଂ ସ୍ମୃତି ସାଂସ୍କୃତିକ ସଂଘ ପକ୍ଷରୁ ପୁରୀଠାରେ ଅନ୍ତର୍ଜାତୟ ମେଗା ନୃତ୍ୟ ଏବଂ ସଙ୍ଗୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri