Posted inଖେଳ

ଯୁବରାଜଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ

ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଟିମ୍‌। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ। ତାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ମଧ୍ୟ ଚୟନ କରାଯାଇଥିଲା। ଏହା ପରେ ଯୁବରାଜଙ୍କୁ କର୍କଟ ହୋଇଥିବା ଜଣାପଡ଼ିଥିଲା। ହେଲେ ଯୁବରାଜଙ୍କ ପୂର୍ବରୁ ଅନ୍ୟ ଜଣେ ଖେଳାଳି ଏ ବିଷୟରେ ଜାଣିଥିଲେ। ସେ ଥିଲେ ଧୋନୀ। ଯୁବରାଜଙ୍କ ଆତ୍ମଜୀବନୀ ‘ଦ ଟେଷ୍ଟ ଅଫ୍‌ ମାଇଁ ଲାଇଫ’ର ଉନ୍ମୋଚନ ଅବସରରେ ଧୋନୀ ଏହା କହି ସେଠାରେ ଉପସ୍ଥିତ ଅନେକଙ୍କୁ ଚମକାଇ ଦେଇଥିଲେ।

ଯୁବରାଜଙ୍କ ପୂର୍ବରୁ ଧୋନୀ ତାଙ୍କର କ୍ୟାନ୍‌ସର ରିପୋର୍ଟ ପଢ଼ିଥିଲେ। ଏହା ଧୋନୀଙ୍କ ପାଇଁ ମସ୍ତବଡ଼ ଧକ୍କା ଥିଲା। ଯୁବରାଜଙ୍କୁ ଏଭଳି ରୋଗ ହେବା ସତ ନା ମିଛ ସେ ବାରମ୍ବାର ପଚାରୁଥିଲେ। ହେଲେ ରିପୋର୍ଟ ବିଷୟରେ କହିଥିବା ବ୍ୟକ୍ତି ହଁ ଭରିଥିଲେ। ସେତେବେଳେ ସେ ଭାବିଥିଲେ ଯୁବରାଜଙ୍କୁ ଏ ବିଷୟ ଜଣାଅଛି। ସେ ଜଣେ ମଜଭୂତ ମଣିଷ ବୋଲି ଭାବୁଥିଲେ ହେଁ ଧୋନୀ ସହଜରେ ଏହାକୁ ଗ୍ରହଣ କରିପାରି ନ ଥିଲେ। ଅନେକ ସମୟ ପର୍ଯ୍ୟନ୍ତ ମନର ଦୁଃଖକୁ ନିଜ ଭିତରେ ଲୁଚାଇବାର ପ୍ରୟାସ କରିଆସୁଥିବା ଧୋନୀ ନିଜେ ସ୍ବୀକାର କରିଛନ୍ତି।

ଏହାଛଡ଼ା ଧୋନୀ ଯୁବରାଜଙ୍କ କଥା ଶୁଣି ଡରି ଯାଉଥିଲେ। ଯୁବରାଜ ରାଗି କରି କଥା କହୁଥିବା ସେ ଭାବୁଥିଲେ। ଏକଦା ୟୁଭି ରାଗିଥିବା ବେଳେ ଧୋନୀ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। ଯେତେବେଳେ ସେ ରାଗନ୍ତି, କ’ଣ ସତରେ ରାଗନ୍ତି ବୋଲି ସେ ପଚାରିଥିଲେ। ଏହାର ଜବାବରେ ଯୁବରାଜ ମଜାଳିଆ ଉତ୍ତର ଦେଇଥିଲେ। ଏ ବିହାରୀ, ଏମିତି ମୁଁ ମଜା କରେ। ଏହାକୁ ଗମ୍ଭୀରତା ସହ ନେବ ନାହିଁ ବୋଲି କହିଥିଲେ। ଏଭଳି ଉତ୍ତର ପାଇବା ପରେ ଜୀବନରେ ଆଉ କେବେ ସତ ସତିକା ରାଗିଲେ ମଧ୍ୟ ସେ ଗମ୍ଭୀରତା ସହ ନେବେ ନାହିଁ ବୋଲି ଧୋନୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri