ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା

କେନ୍ଦୁଝର, ୩୧।୧୨(ଡି.ଏନ୍‌.ଏ.): ରତ୍ନଗର୍ଭା କେନ୍ଦୁଝର ଜିଲା ଉପରେ ପ୍ରତିଷ୍ଠିତ ଖଣି କମ୍ପାନୀଗୁଡ଼ିକ ଆଖି ପକାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଜିଲାବାସୀଙ୍କ ଦୀର୍ଘଦିନର ଦାବି ବୃହତ୍‌ ଇସ୍ପାତ ପ୍ରକଳ୍ପ ସ୍ବପ୍ନ ହୋଇ ରହିଯାଇଛି। ତେବେ ଜିଲାରେ ଯେଉଁ କେତେକ କାରଖାନା ରହିଛି ସେଥିରେ ହାତଗଣତି ସ୍ଥାନୀୟ ବ୍ୟକ୍ତିଙ୍କୁ ଶ୍ରମିକ ବା ୱାର୍କର ଭାବେ ନିୟୋଜିତ କରାଯାଇଛି। ସାମଗ୍ରିକ ଭାବେ ଜିଲାର ଶିଳ୍ପ ସଂସ୍ଥାରେ ନିଯୁକ୍ତି ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଏହା ନୈରାଶ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି। ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ପ୍ରତିଷ୍ଠିତ କାରଖାନାକୁ କଞ୍ଚାମାଲ ଯୋଗାଉଥିବା କେନ୍ଦୁଝର ଜିଲାର ଖଣିରେ ସ୍ଥାନୀୟ ଲୋକଙ୍କ ବଦଳରେ ମେଶିନରେ କାମ ହେଉଥିବା ଅଭିଯୋଗ ହେଉଛି।
ଅନୁଯାୟୀ, ଜିଲାରେ ଥିବା ୧୫ଟି ପ୍ରମୁଖ ଶିଳ୍ପସଂସ୍ଥାରେ ମାତ୍ର ୬,୨୮୮ଜଣ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ୩୪୯ ମହିଳା ଓ ୫,୯୩୯ ପୁରୁଷ ଶ୍ରମିକ କାମ କରୁଥିବା ଶ୍ରମ ବିଭାଗ ପାଖରେ ହିସାବ ରହିଛି ା ଜିଲାର ଗୁଆଲିଠାରେ ଥିବା କେଜେଏସ୍‌ ଆଲୁୱାଲିଆ କାରଖାନାରେ ୫୨୦ ସ୍ଥାନୀୟ ପୁରୁଷ ଓ ୫୧ ମହିଳା, ମାଟକାମବେଡ଼ାସ୍ଥିତ ଆରିୟା ଆଇରନ ଓ ଷ୍ଟିଲ୍‌ କମ୍ପାନୀରେ ୬୨୨ଜଣ ପୁରୁଷ ଶ୍ରମିକ କାମ କରୁଛନ୍ତି। ବିଲେଇପଦାସ୍ଥିତ ଟାଟା ଗ୍ରୁପର ଟିଏସ୍‌ଏଲ୍‌ପି ବା ପୂର୍ବରୁ ଥିବା ଟାଟା ସ୍ପଞ୍ଜ କାରଖାନାରେ ୮୧୪ ପୁରୁଷ ଓ ୮୬ ମହିଳା କାମ କରୁଥିବାବେଳେ ପୁରୁଣାପାଣିଠାରେ ଥିବା ପଟ୍ଟନାୟକ ଷ୍ଟିଲ୍‌ରେ ୨୫୯ଜଣ ଏବଂ ଫୁଲଝରସ୍ଥିତ ଆରଡେଣ୍ଟ ଷ୍ଟିଲ୍‌ରେ ୨୫୯ଜଣ ସ୍ଥାନୀୟ ପୁରୁଷ ଶ୍ରମିକ ନିଯୁକ୍ତି ପାଇଛନ୍ତି।
ସେହିପରି ଟାଟା ଗ୍ରୁପ୍‌ର ଫେରୋ ଆଲଏଜ କାରଖାନାରେ ମୋଟ ୩୪୦ଜଣ ସ୍ଥାନୀୟ ପୁରୁଷ ଶ୍ରମିକ କାମ କରୁଛନ୍ତି। ଅଁରା ସ୍ଥିତ ଶ୍ରୀମେଟାଲିକ୍ସରେ ୩୯୬ ସ୍ଥାନୀୟ ପୁରୁଷ ଓ ୨ ମହିଳା, ଲୋଇଡ଼ାପଡ଼ାସ୍ଥିତ ଶ୍ରୀମେଟାଲିକ୍ସରେ ୭୭୨ ପୁରୁଷ ଓ ୩ ମହିଳା କାମ କରୁଛନ୍ତି। ଜିନ୍ଦଲରେ ୭୮୩ ପୁରୁଷ ଓ ୬୫ ମହିଳା,ଏସାରରେ ୨୧୮ ପୁରୁଷ ଓ ୪୩ ମହିଳା, ବ୍ରାଣ୍ଡ ଆଲଏଜରେ ୧୫୪ ପୁରୁଷ ଓ ୧୨ ମହିଳା, ଟାଟାର ବ୍ରାହ୍ମଣୀପାଳରେ ୪୫୯ ପୁରୁଷ ଓ ୬୮ ମହିଳା, ଉଲିବୁରୁସ୍ଥିତ ଜଗନ୍ନାଥ ଷ୍ଟିଲ୍‌ରେ ୨୩୧ ସ୍ଥାନୀୟ ପୁରୁଷ ଓ ୧୭ ମହିଳା ଶ୍ରମିକ ଅଛନ୍ତି। ତେବେ ବିଭିନ୍ନ ଶିଳ୍ପସଂସ୍ଥାରେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବାକୁ ମତ ପ୍ରକାଶ ପାଇଛି। ସ୍ଥାନୀୟ ନିଯୁକ୍ତିକୁ ନେଇ ଆରଡେଣ୍ଟ ଷ୍ଟିଲ୍‌ କମ୍ପାନୀର ନିର୍ଦ୍ଦେଶକ ଶୁଭାଶିଷ ଦାସଙ୍କୁ ପଚାରିବାରୁ ଆମ ପ୍ଲାଣ୍ଟରେ ୯୮ ପ୍ରତିଶତ ନିଯୁକ୍ତି ପାଇଛନ୍ତି ବୋଲି କହିଛନ୍ତି। ଶ୍ରୀ ମେଟାଲିକ୍ସ ପ୍ଲାଣ୍ଟର ସଭାପତି ସରୋଜ କୁମାର ବିଶ୍ୱାଳଙ୍କୁ ପଚାରିବାରୁ ପ୍ଲାଣ୍ଟର ଆଖପାଖ ଗ୍ରାମଗୁଡ଼ିକରୁ ପ୍ରତି ପରିବାର ପିଛା ପ୍ରାୟ ୨ରୁ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳିଙ୍କୁ ପଚାରିବାରୁ ଯଦି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିୟମ କରାଯାଏ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri