Posted inଖେଳ

ଜାନୁୟାରୀରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଟୁରରେ ଯିବ

ନୂଆଦିଲ୍ଲୀ,୩୧।୧୨(ପି.ଟି.): ଖୁବ୍‌ଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଜାନୁୟାରୀରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ। ଏଥିସହିତ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ସାରା ବିଶ୍ୱରେ ହକି ପ୍ରତିଯୋଗିତା ଗୁରୁତରଭାବେ ପ୍ରଭାବିତ ହେବା ସହ ବନ୍ଦ ରହିଥିଲା।
୨୫ ଜଣ ଖେଳାଳିଙ୍କୁ ନେଇ ଏକ କୋର୍‌ ଗ୍ରୁପ୍‌ ଓ ୭ଜଣ ସପୋର୍ଟ ଷ୍ଟାଫ୍‌ ଜାନୁୟାରୀ ୩ ତାରିଖରେ ଭାରତୀୟ ଦଳ ନୂଆଦିଲ୍ଲୀରୁ ଆର୍ଜେଣ୍ଟିନା ଯାତ୍ରା କରିବ। ଆର୍ଜେଣ୍ଟିନା ବିପକ୍ଷରେ ଭାରତ ୮ଟି ମ୍ୟାଚ ଖେଳିବ ଓ ୧୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ। ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଆଉ ପାଖାପାଖି ୨୦୦ ଦିନ ରହିଛି। ତେଣୁ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ସହ ଖେଳିବା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ଅଧିନାୟିକା ରାନୀ ରାମପାଲ କହିଛନ୍ତି। ଏହି ଗସ୍ତ ନେଇ ସାରା ଦଳ ବେଶ୍‌ ଉତ୍ସାହିତ ରହିଛି। ବେଙ୍ଗାଲୁରୁରେ ଦୀର୍ଘ ୫ ମାସଧରି ଜାତୀୟ କ୍ୟାମ୍ପରେ ରହିଥିଲୁ। ଏବେ ଏହି ଗସ୍ତରେ ଆମକୁ ଏକ୍ସପୋଜର ମିଳିବ ବୋଲି ସେ କହିଛନ୍ତି। ୨୦୨୦ ଜାନୁୟାରୀରେ ଭାରତ ଶେଷଥର ପାଇଁ ଅନ୍ତର୍ଜାତୀୟ ଗସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଟୁରରେ ଯାଇ ଭାରତ ୫ ମ୍ୟାଚବିଶିଷ୍ଟ ସିରିଜ ଖେଳିଥିଲା। ଉଭୟ ନ୍ୟୁଜିଲାଣ୍ଡ ଓ ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିଲା। ପାଖାପାଖି ଗୋଟିଏ ବର୍ଷ ପରେ ଆମେ ପୁଣି ଥରେ ଅନ୍ତର୍ଜାତୀୟ ହକି ମ୍ୟାଚ ଖେଳିବାକୁ ଯାଉଛି। ତେଣୁ ଏହା ନିଶ୍ଚିତ ଭାବେ ଖୁସିର ବିଷୟ। ଅଲିମ୍ପିକ୍ସ ପ୍ରସ୍ତୁତିରେ ଏହି ଗସ୍ତ ସହାୟ ହେବ ବୋଲି ମୁଖ୍ୟ ଜୋଏର୍ଡ ମାରିଜନେ କହିଛନ୍ତି। ହକି ଇଣ୍ଡିଆ ଓ ଆର୍ଜେଣ୍ଟିନାର ଜାତୀୟ ଆସୋସିଏଶନ ଏହି ସିରିଜ ପାଇଁ ବାୟୋ ବବଲ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।
ହୋଟେଲରେ ଭାରତୀୟ ଖେଳାଳିଙ୍କୁ ସ୍ବତନ୍ତ୍ର ରୁମ୍‌ ମିଳିବ। ଖାଇବା, ଟିମ୍‌ ମିଟିଂ ଓ ବିଭିନ୍ନ ସେସନ ପାଇଁ ସ୍ବତନ୍ତ୍ର ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ। ଗସ୍ତ ସାରା ଗୋଟିଏ ରୁମ୍‌ରେ ଦୁଇଜଣ ଖେଳାଳି ରହିବେ। ଏପରିକି ଟିମ୍‌ ବସ୍‌ରେ ମଧ୍ୟ ସମାନ ଦୁଇ ଖେଳାଳି ପାଖାପାଖି ବସିବେ। ଏହି ଗସ୍ତ ସତର୍କତା ସହ ଯୋଜନା କରାଯାଇଛି। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ହକି ଇଣ୍ଡିଆ ଓ ସାଇକୁ ଆମେ କୃତଜ୍ଞତା ଜଣାଉଛୁ ବୋଲି ରାନୀ କହିଛନ୍ତି। ପ୍ରୋଟୋକଲ ଅନୁସାରେ ଦଳର କୌଣସି ସଦସ୍ୟଙ୍କୁ ବାୟୋ ବବଲ ବାହାରକୁ ଯିବା ପାଇଁ ଦିଆଯିବ ନାହିଁ। ଯାତ୍ରର ୭୨ ଘଣ୍ଟା ପୂର୍ବରୁ ଦଳର ସବୁ ସଦସ୍ୟ କୋଭିଡ୍‌-୧୯ ଆରଟି-ପିସିଆର ଟେଷ୍ଟର ସମ୍ମୁଖୀନ ହେବେ। ତେବେ ଆର୍ଜେଣ୍ଟିନାରେ ପହଞ୍ଚିବା ପରେ କ୍ୱାରାଣ୍ଟାଇନ୍‌ର ରହିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri