Posted inଫୁରସତ

ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ

ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଦିବସ, ଯିଏ ଜଣେ କୃଷକ ନେତା ରୂପେ ଭାରତୀୟ କୃଷକଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନେକ ଯୋଜନା ପ୍ରଣୟନରେ ଅଗ୍ରଣୀ ଭୂମିକା ନେଇଥିଲେ। ଏହି ଦିବସକୁ ଭାରତ ସରକାର ୨୦୦୧ରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ପାଳନ କରି ଆସୁଛନ୍ତି। ଯଥା କୃଷିପ୍ରଧାନ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶରେ ବେଶ୍‌ ଭଲରୂପେ ପାଳିତ ହୋଇଥାଏ।
ବିଶ୍ୱରେ ଆମ ଦେଶ ଦ୍ୱିତୀୟ ବୃହତ୍ତମ କୃଷି ଅର୍ଥନୈତିକ ଦେଶ ରୂପେ ପରିଚିତ। ୧୯୬୮ରେ ସବୁଜ ବିପ୍ଳବର କାର୍ଯ୍ୟକାରୀ ହୋଇଥିବାରୁ ଆମେ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବନଶୀଳ ହୋଇପାରିଲେ। ଫଳରେ ଅଧିକ ରାସାୟନିକ ସାର ଏବଂ କୀଟନାଶକ ଔଷଧର ବ୍ୟବହାର ଅପରିହାର୍ଯ୍ୟ ଥିଲା। ସାମ୍ପ୍ରତିକ କାଳରେ ରାସାୟନିକ ପଦାର୍ଥର ଭୟାନକ ପରିଣାମରୁ ମୁକ୍ତି ଓ ନିରାକରଣ ନିମନ୍ତେ ଉନ୍ନତ କୃଷି କାର୍ଯ୍ୟପ୍ରଣାଳୀ ଓ ମିତବ୍ୟୟୀ ଜୀବନାଶକ ତଥା ଜୈବିକ କୌଶଳ ଅବଲମ୍ବନ ମାଧ୍ୟମରେ ମାନବ ସମାଜ ଏବଂ ପରିବେଶକୁ ସୁସ୍ଥ ରଖାଯାଇପାରିବା ଦିଗରେ କାର୍ଯ୍ୟକ୍ରମ ସବୁ ସ୍ତରରେ କରାଯାଉଛି। ଦେଶ ତଥା ରାଜ୍ୟରେ ପରିବର୍ତ୍ତିତ ଜଳବାୟୁ ସହିତ ଭୂତଳ ଜଳସ୍ତରର ହ୍ରାସ ଆମକୁ ଚିନ୍ତାରେ ପକାଉଛି ଏବଂ ତାହାର ନିରାକରଣ ନିମନ୍ତେ ଚେଷ୍ଟା କରାଯାଉଛି। ଜଳର ସୁବିନିଯୋଗ ଓ ସଂରକ୍ଷଣ ଆଜିର ଆହ୍ବାନ ହୋଇଛି।
ଅନ୍ୟ ରାଜ୍ୟ ତୁଳନାରେ ଏବଂ ଆମ ରାଜ୍ୟର ବିଭିନ୍ନ ଜିଲାରେ ଫସଲ ଉତ୍ପାଦକତା ହାରରେ ତଫାତ୍‌ ବଢୁଛି। ଯାହାକୁ ହ୍ରାସ କରିବା ନିମନ୍ତେ କୃଷି ସମ୍ବଳର ସୁବିନିଯୋଗ, ଫସଲ ବିବିଧକରଣ, ଅତ୍ୟାଧୁନିକ କୃଷି ପ୍ରଯୁକ୍ତି ବିଦ୍ୟାରେ ପ୍ରବର୍ତ୍ତନ ଜରୁରୀ। ରାଜ୍ୟ ସରକାର ଓ କୃଷି ବିଭାଗ ବିଭିନ୍ନ ଯୋଜନା ଓ ପରିଯୋଜନା ମାଧ୍ୟମରେ କୃଷି ଓ କୃଷକ ସଶକ୍ତୀକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି; ଯାହା ଦ୍ୱିତୀୟ ରାଜ୍ୟଭାବେ ସ୍ବତନ୍ତ୍ର କୃଷି ବଜେଟରେ ସ୍ଥାନ ପାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୃଷକଙ୍କର ଆୟ ୨୦୨୨ ମସିହା ସୁଦ୍ଧା ଦ୍ୱିଗୁଣିତ କରିବା ନିମନ୍ତେ ଦଶସୂତ୍ରୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଅନେକ ବିଷୟକୁ କାର୍ଯ୍ୟକାରୀ କରିବା ପ୍ରୟୋଜନ। ସେସବୁ ମଧ୍ୟରେ କୃଷି ଉତ୍ପାଦକତାରେ ବୃଦ୍ଧି, କୃଷି ସମ୍ବଳଗୁଡିକର ଦକ୍ଷ ବ୍ୟବହାର, ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଦିଗରେ ବିବିଧକରଣ, ରୋଗପୋକ ପରିଚାଳନା କରି ଫସଲର କ୍ଷୟକ୍ଷତିକୁ କମାଇବା ଏବଂ ସର୍ବୋପରି କୃଷକଙ୍କୁ ଉନ୍ନତ ଜ୍ଞାନକୌଶଳ ବିଷୟରେ ଜଣାଇବା ଏବଂ ଯୋଗାଇଦେବା ଗୁରୁତ୍ୱପୂର୍ଣ୍ଣ।
କୃଷି ଉପାଦାନ କ୍ଷେତ୍ର କୃଷକର ଆୟ ବୃଦ୍ଧିରେ ସକଳ ଭୂମିକା ତୁଲାଇଥାଏ। ସେସବୁ ମଧ୍ୟରେ ଉନ୍ନତ, ବିଶୋଧିତ, ଗୁଣାତ୍ମକ ବିହନ, ମୃତ୍ତିକା ପରୀକ୍ଷା ଭିତ୍ତିରେ ରାସାୟନିକ ଓ ଜୈବିକ ସାର ପ୍ରୟୋଗ, କୃଷି ରସାୟନର ମିତବ୍ୟୟୀ ଓ ସଫଳ ବ୍ୟବହାର ଏବଂ ଉତ୍ପାଦର ସମ୍ଭାବ୍ୟ ବଜାରର ବିକାଶ ରହିଛି। କୃଷିରେ ଜଳର ଆବଶ୍ୟକତା, ଦେଶରେ ୫୪ ପ୍ରତିଶତ ଅଞ୍ଚଳ ଜଳକ୍ଳିଷ୍ଟ ରହିଥିବା ଏବଂ ଦେଶରେ ସତେଜ ଜଳର ୮୦ ପ୍ରତିଶତ କୃଷିକ୍ଷେତ୍ରରେ ବ୍ୟବହାରକୁ ଦୃଷ୍ଟିରେ ରଖି ସିଞ୍ଚନ ଓ ବୁନ୍ଦା ଜଳସେଚନ ଉପରେ ୫୦-୯୦ ପ୍ରତିଶତ ରିହାତି ଦେଇ ପ୍ରାଧାନ୍ୟ ଦିଆଯାଉଛି। ଫସଲ ବୀମା କରାଯାଇ ଚାଷୀଙ୍କୁ ଭରସା ଦିଆଯାଉଛି। ଏସବୁ କହିବାର ଉଦ୍ଦେଶ୍ୟ ରାଜ୍ୟରେ ପ୍ରଚଳିତ ନୂତନ କୃଷିନୀତି- ୨୦୧୩ରୁ ସହାୟତା ଓ ସାହାଯ୍ୟ ପାଇ ରାଜ୍ୟର କୃଷକ ଭାଇ ଓ ଭଉଣୀମାନେ କୃଷି ପ୍ରଗତିପଥେ ଆଗେଇ ନିଜର, ନିଜ ଅଞ୍ଚଳ ଓ ନିଜ ରାଜ୍ୟର ବିକାଶରେ ସକ୍ରିୟ ଭୂମିକା ତୁଲାଇପାରିବେ।

-ସରକାରୀ ବିହନ ପ୍ରମାଣନ ଅଧିକାରୀ
ଓସୋପ୍‌କା, ଭୁବନେଶ୍ୱର
ମୋ: ୭୨୦୫୦୯୬୦୮୦


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri