ହ୍ବାଟ୍ସଆପ୍‌ରେ ବୀମା ପଲିସି କ୍ରୟ ସୁବିଧା

ନୂଆଦିଲ୍ଲୀ: ଲୋକପ୍ରିୟ ଚାଟ୍‌ ଆପ୍‌ ନିକଟରେ ଭାରତରେ ପେମେଣ୍ଟ ସେବା ଉପଲବ୍ଧ କରାଇଛି। ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ସହଭାଗିତାରେ ହ୍ବାଟ୍ସଆପ୍‌ ନିଜର ପେମେଣ୍ଟ ସେବାକୁ ଆରମ୍ଭ କରାଇଛି। ଏହି ୪ ବ୍ୟାଙ୍କର ଗ୍ରାହକ ହ୍ବାଟ୍ସଆପ୍‌ ସହାୟତାରେ ଟଙ୍କା ପଠାଇପାରିବେ। ପେମେଣ୍ଟ ସେବା ଆରମ୍ଭ କରିବା ପରେ ଏହି କମ୍ପାନୀ ଏବେ ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି କରିବାକୁ ଯୋଜନା ରଖିଛି। ଏ ନେଇ କମ୍ପାନୀ ପ୍ରସ୍ତୁତି ଆରମ୍ଭ କରି ସାରିଛି। ହ୍ବାଟ୍ସଆପ୍‌ ଇଣ୍ଡିଆର ମୁଖ୍ୟ ଅଭିଜିତ ବୋଷ କହିଛନ୍ତି, ଚଳିତ ମାସ ଶେଷ ପର୍ଯ୍ୟନ୍ତ ହ୍ବାଟ୍ସଆପ ପ୍ଲାଟ୍‌ଫର୍ମରେ ସ୍ବାସ୍ଥ୍ୟ ବୀମା ବିକ୍ରି ସୁବିଧାକୁ ଆରମ୍ଭ କରିବା ଯୋଜନା ରହିଛି। ମାଇକ୍ରୋ ଇନ୍‌ସ୍ୟୁରାନ୍ସ, ପେନ୍‌ସନ ସର୍ଭିସେସ୍‌ ସେବା ମଧ୍ୟ ଯୋଗାଇଦେବା ଲାଗି ବୀମା କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି। ଏଥିଲାଗି ହ୍ବାଟ୍ସଆପ୍‌ ଆପ୍ଲିକେଶନ ପ୍ରୋଗ୍ରାମିଂ ଇଣ୍ଟରଫେସର ବ୍ୟବହାର କରାଯିବ। ହେଲ୍‌ଥ ଇନ୍‌ସ୍ୟୁରାନ୍ସ ସେବା ଯୋଗାଣ ଲାଗି ହ୍ବାଟ୍ସଆପ୍‌ ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍ସ ସହ ଚୁକ୍ତିରେ ସାମିଲ ହୋଇଛି। ଅବସର ପରବର୍ତ୍ତୀ ପେନ୍‌ସନ ପ୍ରଡକ୍ଟ ଲାଗି କମ୍ପାନୀ ଏଚ୍‌ଡିଏଫ୍‌ସି ପେନ୍‌ସନ ପିନ୍‌ବକ୍ସ ସଲ୍ୟୁଶନ ସହ ଆଲୋଚନା ଜାରି ରଖିଛି। ସେହିଭଳି ଆଗାମୀ ଦିନରେ ନିଜ ପ୍ଲାଟ୍‌ଫର୍ମରେ ଟେକ୍ନୋଲୋଜି ଏବଂ ଏଗ୍ରିକଲଚର ଟେକ୍ନୋଲୋଜି ଦ୍ୱାରା ୪୦ କୋଟି ୟୁଜରଙ୍କ ନିକଟରେ ପହଞ୍ଚିବାକୁ କମ୍ପାନୀ ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri