ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଗିରଫ କରିଛି। ଟାଟା ମୋଟର୍ସ ନାଁରେ ଜାଲ୍‌ ନିଯୁକ୍ତି ଓ ଠକେଇ ମାମଲାରେ ବ୍ରହ୍ମପୁରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ସର୍ବେଶ୍ୱରଙ୍କୁ ନିଜ ହେପାଜତକୁ ନେଇଥିଲା। ଠକେଇରେ ସମ୍ପୃକ୍ତ ଥିବା ନେଇ ତଦନ୍ତବେଳେ ଜଣାପଡିବାରୁ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇଥିଲା। ବୁଧବାରଠାରୁ ସର୍ବେଶ୍ୱର ଓ ରିମାଣ୍ଡରେ ଆସିଥିବା ବିଧାୟକ ପାଣିଗ୍ରାହୀଙ୍କୁ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଦୀପ ଓ ଭାବୀ ଜ୍ୱାଇଁ ତଥା ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଏହି ଠକେଇ ର଼୍ୟାକେଟ୍‌ରେ ସର୍ବେଶ୍ୱରଙ୍କ ସିଧାସଳଖ ସମ୍ପୃକ୍ତି ଥିବା ନେଇ ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସର୍ବେଶ୍ୱରଙ୍କୁ ଝାରପଡ଼ା ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି। ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ। ଅନ୍ୟପକ୍ଷରେ ପ୍ରଦୀପଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ଝାରପଡା ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ କୋର୍ଟ ଓ ହସ୍ପିଟାଲ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦୀପ କହିଥିଲେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ଧୈର୍ଯ୍ୟ ରଖନ୍ତୁ, ସମସ୍ତ ଅଭିଯୋଗ ମିଥ୍ୟା ବୋଲି କୋର୍ଟରେ ପ୍ରମାଣିତ କରିବି। ଏଥିସହ ରାଜନୈତିକ ବନ୍ଦୀର ସୁବିଧା ଦେବାକୁ କୋର୍ଟଙ୍କୁ ନିବେଦନ କରିଥିବା ପ୍ରଦୀପ କହିଥିଲେ।
ସୂଚନାଯୋଗ୍ୟ, ଠକେଇ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଜେଲ ଯାଇଥିବା ବିଧାୟକ ପ୍ରଦୀପଙ୍କ ମୁଖ୍ୟ ରାଜନୈତିକ ଓ ବ୍ୟବସାୟିକ ସହଯୋଗୀ ହେଉଛନ୍ତି ସର୍ବେଶ୍ୱର। ପ୍ରଦୀପଙ୍କର ସବୁକିଛି ବୁଝୁଥିବାରୁ ତାଙ୍କୁ ସର୍ବେସର୍ବା କୁହାଯାଉଥିଲା। ତଦନ୍ତବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ, ସର୍ବେଶ୍ୱର ବ୍ରହ୍ମପୁରସ୍ଥିତ ସିଟି କଲେଜର ଅଧ୍ୟାପକ ଥିବାବେଳେ ପ୍ରଦୀପଙ୍କ ପ୍ରତିଦିନ ରାଜନୈତିକ ଗସ୍ତଠାରୁ ଆରମ୍ଭ କରି ସମସ୍ତ ଅର୍ଥ କାରବାର ବୁଝୁଥିଲେ। ସର୍ବେଶ୍ୱରଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ କମ୍ଭୁପାଣି ସାହୁଙ୍କ ଗୁପ୍ତ ଚୁକ୍ତିନାମାରେ ଆକାଶ, ପ୍ରଦୀପ ଓ ତାଙ୍କ ଭାଇଙ୍କ ସମସ୍ତ ବେଆଇନ କାରବାର ଚାଲିଥିବା ନେଇ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି କମ୍ଭୁପାଣିଙ୍କୁ ମଧ୍ୟ ବ୍ରହ୍ମପୁରରେ ୨ଦିନ ଧରି ଜେରା କରି ଛାଡ଼ିଥିଲା। ତେବେ କୋଟିଏରୁ ଊର୍ଦ୍ଧ୍ୱ ଠକେଇରେ ସର୍ବେଶ୍ୱରଙ୍କ ସମ୍ପୃକ୍ତି ନେଇ ଦୃଢ଼ ପ୍ରମାଣ ମିଳିଥିଲା। ପୂର୍ବରୁ ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର। ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କୁ ଜେରା ସମୟରେ ସର୍ବେଶ୍ୱରଙ୍କ ନଁା ସାମ୍ନାକୁ ଆସିଥିଲା। କଲେଜରୁ ଅବସର ନେବାପରେ ପ୍ରଦୀପ ଓ ଆକାଶଙ୍କ ଠକେଇ ର଼୍ୟାକେଟ୍‌ର ପ୍ରମୁଖ ଭୂମିକା ନେଇଥିଲେ। ସେ ଯୁବତୀଯୁବକଙ୍କ ବାୟୋଡାଟା ସହ ଟଙ୍କା ସଂଗ୍ରହ କରିବାରେ ନିୟୋଜିତ ଥିଲେ। ମିଛ ନିଯୁକ୍ତି ଫାଶରେ ଯୁବତୀଯୁବକଙ୍କୁ ଫସାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri