ହିଞ୍ଜିଳି ସିଭିଲ ଜଜ୍‌କୋର୍ଟ କୋଠା ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ହିଞ୍ଜିଳିକାଟୁ(ଡି.ଏନ୍‌.ଏ.)୧୭।୧୨ : ସାମ୍ବିଧାନିକ ଲକ୍ଷ୍ୟ ପୂରଣ କରିବା ସହିତ ନାଗରିକମାନଙ୍କୁ ନ୍ୟାୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟଗତ ଅଧିକାର ହେଉଛି ମୌଳିକ ଅଧିକାର। ରାଜ୍ୟରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଦୃଢ କରିବା ନେଇ ରାଜ୍ୟ ସରକାର ଦୃଢ ସଂକଳ୍ପବଦ୍ଧ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ହିଞ୍ଜିଳିକାଟୁଠାରେ ନୂତନ ସିଭିଲ ଜଜ୍‌କୋର୍ଟ କୋଠାକୁ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ରାଜ୍ୟ ସରକାର ବାଣିଜି୍ୟକ ବିବାଦ ସମାଧାନ କରିବାକୁ ୪ଟି ନୂତନ କୋର୍ଟ ସ୍ଥାପନ କରିଛନ୍ତି। ଏଥିସହିତ ରାଜ୍ୟରେ ନିକଟରେ କେବଳ ମହିଳାମାନଙ୍କ ବିରୋଧରେ ହେଉଥିବା ନିର୍ଯାତନା ମାମଲାର ବିଚାର ପାଇଁ ୪୫ଟି କୋର୍ଟ ସ୍ଥାପନ କରାଯାଇଛି। ନ୍ୟାୟିକ ବ୍ୟବସ୍ଥା ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବା ସକାଶେ ହାଇକୋର୍ଟ ସହିତ ରାଜ୍ୟ ସରକାର ଘନିଷ୍ଠତାର ସହ କାର୍ଯ୍ୟ କରୁଛନ୍ତି। ଏଥିସହିତ ଆଇନଜୀବୀମାନଙ୍କ ସ୍ବାର୍ଥ ପାଇଁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ସରକାର ନିକଟରେ ଓଡିଶା ଆଡଭୋକେଟ କଲ୍ୟାଣ ପାଣ୍ଠି ରାଶିକୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଛଡା ଆଇନଜୀବୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର ଓଡିଶା ଆଡଭୋକେଟ କଲ୍ୟାଣ ପାଣ୍ଠି ଆଇନ-୧୯୬୧କୁ ସଂଶୋଧନ କରିବାକୁ ପଦକ୍ଷେପ ନେଉଛନ୍ତି। ଏହି ନୂତନ କୋଠା ଲୋକମାନଙ୍କର ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାର ହିଞ୍ଜିଳିକାଟୁଠାରେ ନୂତନ କୋର୍ଟ ସ୍ଥାପନ ପାଇଁ ଜମି ଯୋଗାଇ ଦେଇଥିବାରୁ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଉକ୍ତ କୋଠା ଚମତ୍କାର ଓ ଆକର୍ଷଣୀୟ ହୋଇଥିବା ବେଳେ ଏହାର ସମସ୍ତ ଭିତ୍ତିଭୂମି ଲୋକମାନଙ୍କୁ ନ୍ୟାୟ ସୁବିଧା ଯୋଗାଇବାରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ ନ୍ୟାୟ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ ମହାମାରୀ ସତ୍ତ୍ୱେ ଓଡିଶାର କୋର୍ଟଗୁଡିକ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ପ୍ରତିଶ୍ରୁତିବଦ୍ଧ। ୨୦୨୦ ଡିସେମ୍ବର ୧୪ ସୁଦ୍ଧା ଓଡିଶା ହାଇକୋର୍ଟ ପ୍ରାୟ ୪୦ ହଜାର ମାମଲାର ଫଇସଲା କରିବାରେ ସକ୍ଷମ ହୋଇ ପାରିଛି ବୋଲି ମୁଖ୍ୟ ବିଚାରପତି ରଫିକ୍‌ କହିଛନ୍ତି।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ନୂତନ ବିଚାରାଳୟ ଲୋକମାନଙ୍କୁ ଦ୍ୱାରଦ୍ୱାରରେ ନ୍ୟାୟ ପହଞ୍ଚାଇବାରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ବାଗତ ଭାଷଣ ଦେଇଥିବା ବେଳେ ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ଦ୍ୱିତୀକୃଷ୍ଣ ସାବତ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଆସିକା ଏମ୍‌ପି ପ୍ରମିଳା ବିଶୋୟୀ, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ,ହିଞ୍ଜିଳିକାଟୁ କୋର୍ଟ ବିଚାରପତି ରାଜଶ୍ରୀ ପଟ୍ଟନାୟକ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ଏବଂ ବିଧି ବିଭାଗ ସଚିବ ଶଶିକାନ୍ତ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri