Posted inଖେଳ

ଯୁବରାଜଙ୍କ ଭଉଣୀଙ୍କୁ ଭଲପାଇ ବସିଥିଲେ ଏହି ଖେଳାଳି: ଜାଣିବା ପରେ ଏପରି ଧମକ ଦେଇଥିଲେ…

ଭାରତୀୟ କ୍ରିକେଟର ରୋହିତ ଶର୍ମା ଡିସେମ୍ବର ୧୩ରେ ନିଜର ୫ମ ବିବାହ ବାର୍ଷିକୀ ପାଳନ କରିଥିଲେ। ୧୩ ଡିସେମ୍ବର ୨୦୧୫ରେ ରୋହିତ ରିତିକା ସଜଦେବଙ୍କୁ ବିବାହ କରିଥିଲେ। ଏହି ଖେଳାଳିଙ୍କୁ ତାଙ୍କର ବିବାହ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ବହୁତ ଶୁଭେଚ୍ଛା ମିଳିଥିଲା।
ଖେଳ ପଡ଼ିଆରେ ରୋହିତଙ୍କ ରେକର୍ଡ ବିଷୟରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର ପଡ଼ିଆରେ ବିପକ୍ଷ ଦଳକୁ ପଛରେ ପକାଇ ଦେଉଥିବା ରୋହିତ କିନ୍ତୁ ସ୍ତ୍ରୀ ରିତିକାଙ୍କ ଆଗରେ ଦୁର୍ବଳ ପଡ଼ିଯାଆନ୍ତି।
ଏହି ସୁନ୍ଦର ଦମ୍ପତିଙ୍କ ପ୍ରେମ କାହାଣୀ ବିବାହର ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ରିତିକା ଯେତେବେଳେ ଜଣେ ସ୍ପେର୍ଟସ ମ୍ୟାନେଜର ଥିଲେ ସେତେବେଳେ ରୋହିତ ଖେଳରେ ବହୁତ ବ୍ୟସ୍ତ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା।
ରିତିକା ହେଉଛନ୍ତ, କ୍ରିକେଟର ଯୁବରାଜ ସିଂହଙ୍କ ରାକ୍ଷୀ ଭଉଣୀ। ଯୁବରାଜ ହିଁ ରୋହିତ ଏବଂ ରିତିକାଙ୍କୁ ଭେଟ କରାଇଥିଲେ। ଏହା ପରଠାରୁ କାମକୁ ନେଇ ଉଭୟ ସବୁବେଳେ ସମ୍ପର୍କରେ ରହିଲେ। ପରେ ଏହି ସାକ୍ଷାତ ବନ୍ଧୁତ୍ୱ, ପ୍ରେମ ଏବଂ ଶେଷରେ ବିବାହରେ ପରିଣତ ହେଲା। ତେବେ ରୋହିତ ଏବଂ ରିତିକାଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। କାରଣ ରୋହିତ ରିତିକାଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରିଥିଲେ।
ରୋହିତ ମୁମ୍ବାଇର ବୋରିଭାଲି ସ୍ପୋର୍ଟସ କ୍ଲବରେ ଆଣ୍ଠୁରେ ବସି ହାତରେ ମୁଦି ଧରି ରିତିକାଙ୍କୁ ପ୍ରପୋଜ କରିଥିଲେ। ସଙ୍ଗେ ସଙ୍ଗେ ରିତିକା ରୋହିତଙ୍କ ପ୍ରପୋଜକୁ ସ୍ବୀକାର କରିଥିଲେ। ଏହାପରେ ସେମାନେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ହୋଇଥିଲା। ତାଙ୍କ ନାମ ହେଉଛି ସମାୟରା।
ଏକ ସାକ୍ଷାତକାରରେ ରୋହିତ କହିଥିଲେ ଯେ, ଯୁବରାଜ ଯେତେବେଳେ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଲେ ଧମକ ଦେଇ କହିଥିଲେ, କିଛି କରିବା ପୂର୍ବରୁ ମନେରଖ ରିତିକା ହେଉଛି ମୋର ଭଉଣୀ। ଏହା ପରେ ରୋହିତ ରିତିକାଙ୍କୁ ବିବାହ କରିବାକୁ ଚାହୁଁଥିବା ଯୁବରାଜଙ୍କୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri