ଖୋଲିଲା ବନ୍ଧୁକ କାରବାର ଗୁମର

କଟକ ଅଫିସ୍‌, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ ଆଉ ଏକ ଗୁମର ଫିଟିଛି। ଜେଲରେ ଥାଇ ଉଭୟ ସେମାନଙ୍କ ସହଯୋଗୀଙ୍କ ଜରିଆରେ ଅନାୟସରେ ବନ୍ଧୁକ ଓ ଗୁଳି କାରବାର ଚଳାଇଥିବା ଜଣାପଡ଼ିଛି। ବିହାର ଓ ମୁଙ୍ଗେରରୁ ଚୋରା ବନ୍ଧୁକ ଓ ଗୁଳି ମଗାଇ କଟକ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ କରି ନିଜର ଆପରାଧିକ ସାମ୍ରାଜ୍ୟକୁ ଉଭୟ ଭ୍ରାତା ଚଳାଇଛନ୍ତି। ଗୁରୁବାର ରାତିରେ ଡି ବ୍ରଦର୍ସଙ୍କ ସହଯୋଗୀ ବବୁଆ ଓରଫ ପ୍ରକାଶ ବେହେରା ଓ ବୁଧିଆ ଓରଫ ଶରତ ସେଠୀଙ୍କୁ ଗିରଫ କରିବା ପରେ ଏଭଳି କିଛି ଗୁମର ଫିଟିଛି। ଧଳସାମନ୍ତ ବା ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇ ଘରର ଇଣ୍ଟେରିୟର ଡିଜାଇନ୍‌ ଭିତରେ ଥିବା ୮ଟି ଚୋରା ବନ୍ଧୁକ, ୧୦୫୫ଟି ବିଭିନ୍ନ ପ୍ରକାରର ଜୀବନ୍ତ ଗୁଳି, ୧୬ଟି ମାଗାଜିନ, ୧୧ଟି ମୋବାଇଲ୍‌ ଜବତ କରାଯାଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଚୋରା କାରବାରରେ ସମ୍ପୃକ୍ତ ଆଉ ୬ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୩୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ବନ୍ଧୁକ କାରବାରରେ ଡି ବ୍ରଦର୍ସଙ୍କ ସମ୍ପୃକ୍ତି ନେଇ ଅଧିକ ଖୋଳତାଡ଼ ପାଇଁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ସୂଚନା ଦେଇଛନ୍ତି।
କଟକ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚତ୍ ନାରାୟଣ ପତି ଦେଇଥିବା ଏତଲା ଅନୁସାରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ବିରୂପା ବ୍ୟାରେଜ୍‌ ନିକଟରେ କଟକ ଶେଖ୍‌ ବଜାର ଅଞ୍ଚଳର ବବୁଆ ଓରଫ ପ୍ରକାଶ ବେହେରା(୪୧) ବନ୍ଧୁକ ଓ ଗୁଳି ବିକ୍ରି କରୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପୋଲିସ ସେଠାରେ ତୁରନ୍ତ ଚଢ଼ାଉ କରି ପ୍ରକାଶଙ୍କୁ କାବୁ କରିବା ସହ ତାଙ୍କଠାରୁ ୨ଟି ୯ଏମ୍‌ଏମ୍‌ ପିସ୍ତଲ ଏବଂ ୫ଟି ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରିଥିଲା। ତେବେ ସେଠାରେ ଥିବା ପିଙ୍କୁ ଓରଫ ସଞ୍ଜୟ ପଣ୍ଡା ନାମକ ଜଣେ ଯୁବକ ଖସି ପଳାଇବାରେ ସମର୍ଥ ହୋଇଥିଲେ। ପଚରାଉଚୁରା ସମୟରେ ପ୍ରକାଶ କଟକ ଦେଉଳ ସାହିର ବୁଧିଆ ଓରଫ ଶରତ ସେଠୀ(୪୪)ଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା କହିଥିଲେ। ପରେ ବୁଧିଆଙ୍କୁ ପ୍ରକାଶ ଫୋନ କରିବା ପରେ ସେ ଘଟଣାସ୍ଥଳକୁ ଆସିଥିଲେ। ଦୁହିଁଙ୍କୁ ନେଇ ମୁହଁାମୁହିଁ ଜେରା କରିବା ପରେ ସେମାନେ ଆଉ ୬ ଜଣଙ୍କୁ ପିସ୍ତଲ ଯୋଗାଇଥିବା ବିଷୟ ଜଣାପଡ଼ିଥିଲା। ଗତ ୫ବର୍ଷ ହେଲା ଡି’ ବ୍ରଦର୍ସଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରକାଶ ତାଙ୍କୁ ବନ୍ଧୁକ ଓ ଗୁଳି ଯୋଗାଉଥିଲେ ବୋଲି ଶରତ କହିଥିଲେ। ସେହିପରି ୨୦୧୬ରେ ଡି’ ବ୍ରଦର୍ସ ଗିରଫ ହେବା ପୂର୍ବରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ବାସଭବନରେ ହୋଇଥିବା ଇଣ୍ଟେରିୟର ମଧ୍ୟରେ ଲୁଚି ରହିଥିବା କାଠ ସୋ’ କେସ୍‌ରେ ରଖାଯାଇଥିବା ପୋଲିସକୁ କହିଥିଲେ। ଉକ୍ତ ସୂଚନାକୁ ଆଧାର କରି ଡିସିପି ପ୍ରତୀକ୍‌ ସିଂଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଡି’ ବ୍ରଦର୍ସଙ୍କ ସିଡିଏସ୍ଥିତ ବାସବଭନରେ ଚଢ଼ାଉ କରିଥିଲା। ବନ୍ଧୁକ ଓ ଗୁଳି ଲୁଚାଇ ରଖାଯାଇଥିବା ସ୍ଥାନକୁ ପ୍ରକାଶ ଦେଖାଇଥିଲେ। କାଠର ସୋ’କେସ୍‌କୁ ଭଙ୍ଗାଯାଇ ୮ଟି ବନ୍ଧୁକ ଓ ୧୬ଟି ମାଗାଜିନ ଜବତ କରାଯାଇଥିଲା। ସେହିପରି ଅନ୍ୟ ଏକ ଘରେ ଲୁଚାଇ ରଖାଯାଇଥିବା ବିଭିନ୍ନ ସାଇଜର ୧୦୫୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିଲା। ସେହି ଘରେ ରହୁଥିବା ଡି’ ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କ ଠାରୁ ୧୧ଟି ମୋବାଇଲକୁ ପୋଲିସ ଜବତ କରିଥିଲା। ପ୍ରକାଶଙ୍କ ସୂଚନା ଆଧାରରେ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଶେଖ ବଜାରର ସାଗର ବେହେରା(୨୬), ସ୍ବର୍ଣ୍ଣଦେବୀ ମନ୍ଦିର ନିକଟ ପପୁ ଓରଫ ଶେଷଦେବ ଦାସ(୩୮), ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ବାଲିସାହିର ସମୀର ନାୟକ(୩୯), ଶିବ ନାୟକ(୩୦), ରିଙ୍କୁ ସାହୁ(୨୯), ନିଆଳି ଥାନା ପୋଖରୀ ଗଁାର ଚଗ ଓରଫ ବିବେକାନନ୍ଦ ସାହୁ(୪୧)ଙ୍କୁ ଗିରଫ କରି ସେମାନଙ୍କଠାରୁ ବନ୍ଧୁକ ଓ ଗୁଳି ଓ ୩ଟି ମୋଟର ସାଇକେଲ୍‌ ଜବତ କରିଥିଲା। ଏନେଇ ଚୌଦ୍ୱାର ପୋଲିସ ଆର୍ମସ ଆକ୍ଟର ଦଫା ୨୫(ଏ). ୨୫(ଏଏ)ରେ ଏକ ମାମଲା(ନଂ.୫୯୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।
୨୦୧୬ରେ ଧଳଭ୍ରାତାଙ୍କ ଗିରଫ ପରେ ପ୍ରକାଶ ମଧ୍ୟ ଗିରଫ ହୋଇଥିଲେ। ମାତ୍ର କିଛି ମାସ ପରେ ସେ ଜାମିନରେ ଆସି ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ଏଥିରେ ତାଙ୍କୁ ଶରତ ପୂର୍ଣ୍ଣ ସହଯୋଗ କରୁଥିଲେ। ଦୁହେଁ ଜେଲରେ ଥିବା ଡି ବ୍ରଦର୍ସଙ୍କ ନିର୍ଦ୍ଦେଶରେ ବିହାର ଓ ମୁଙ୍ଗେରରୁ ପିସ୍ତଲ ଓ ଗୁଳି ଆଣି ଚାଲାଣ କରୁଥିଲେ। ପିସ୍ତଲ କେଉଁଠାରୁ ଓ କେମିତି ଆସି ପହଞ୍ଚତ୍ବ ସେ ଦାୟିତ୍ୱ ପ୍ରକାଶ ବୁଝୁଥିବେ ବେଳେ ମାରଣାସ୍ତ୍ରର ଚାଲାଣ କଥା ଶରତ ବୁଝୁଥିଲେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri