୨୮ ପ୍ରକଳ୍ପକୁ ୫୮୮ କୋଟିର ଜମି ଆବଣ୍ଟନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ପ୍ରାୟ ୫୮୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବା ୨୮ଟି ଶିଳ୍ପ ପ୍ରକଳ୍ପକୁ ଜମି ଯୋଗାଇ ଦିଆଯାଇଛି। ଏହି ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୩୨୪୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିପାରିବ। ଗୁରୁବାର ଲୋକସେବା ଭବନଠାରେ ଡିଜିଟାଲ ମୋଡରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରୁ ଏହା ଜଣାପଡିଛି।
ରାଜ୍ୟସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ଏବଂ ନୋଡାଲ୍‌ ବିଭାଗଗୁଡିକ ମାଧ୍ୟମରେ ଆସିଥିବା ୧୨ଟି ଏବଂ ଜିଲାସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ ମାଧ୍ୟମରେ ଆସିଥିବା ୧୫ଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ବୈଠକରେ ଜମି ଆବଣ୍ଟନ କରାଯାଇଛି। ମୁଖ୍ୟତଃ ବି-ଓ୍ବାନ୍‌ ବିଜ୍‌ନେସ୍‌ ହାଉସ ପ୍ରାଇଭେଟ୍‌ ଲିଃର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲକନ୍‌ ସାମୁଦ୍ରିକ ଚିଙ୍ଗୁଡି ପ୍ରକ୍ରିୟାକରଣ ଏବଂ ଇନ୍‌ଟେକ୍‌ ଇଣ୍ଡିଆ ଲିଃର ଚିଙ୍ଗୁଡି ଖାଦ୍ୟ ଉପତ୍ାଦନ ଉଦ୍ୟୋଗ ପାଇଁ ଡେରାସ୍‌ର ସି-ଫୁଡ୍‌ ପାର୍କରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି। ସେହିପରି ୟୁ.ବି.ଏନ୍‌ ସଫ୍ଟଓ୍ବେର ୟୁନିଟ୍‌ ଏବଂ ରାଜ୍ୟ ଡାଟା ସେଣ୍ଟର ପାଇଁ ଇନ୍‌ଫୋଭ୍ୟାଲି-୨ ଶିଳ୍ପାଞ୍ଚଳ, ବିଶ୍ୱ କୌଶଳ କେନ୍ଦ୍ର ପାଇଁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଅଟୋମୋବାଇଲ୍‌ କ୍ଲଷ୍ଟର ପାଇଁ ଖୋର୍ଦ୍ଧା ଜିଲାର ବାଲିଅନ୍ତା ତହସିଲ ଏବଂ ପାହାଳ ରସୋଗୋଲା ‘କମନ ଫାସିଲିଟି ସେଣ୍ଟର’ ପାଇଁ ଖୋର୍ଦ୍ଧା ଜିଲାର ଅନନ୍ତପୁର ଠାରେ ଜମି ଦିଆଯିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଜିଲା ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟିଗୁଡିକ ଠାରୁ ମିଳିଥିବା ସୁପାରିସ ଅନୁସାରେ ୧୬ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଭୁବନେଶ୍ୱର, ଛତାବର, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଏବଂ ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ଜମି ଦେବା ନିମନ୍ତେ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ଇଡ୍‌କୋର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ପ୍ରକଳ୍ପଗୁଡିକ ବିଷୟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ମୁଖ୍ୟତଃ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉପତ୍ାଦ ପ୍ରକ୍ରିୟାକରଣ, ମୋଟରଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ବିଭିନ୍ନ ପଦାର୍ଥ ବିପଣୀ-ମହଜୁଦ ନିମନ୍ତେ ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ନିୟମ ଅନୁଯାୟୀ ପ୍ରକଳ୍ପଗୁଡ଼ିକ ରାଜ୍ୟ ଓ ଜିଲାସ୍ତରୀୟ ସିଙ୍ଗିଲ୍‌ ଓ୍ବିଣ୍ଡୋ କମିଟି ଏବଂ ବିଭିନ୍ନ ସରକାରୀ ନୋଡାଲ ବିଭାଗଗୁଡିକ ଦ୍ୱାରା ସୁପାରିସ କରାଯାଇଛି। ବୈଷୟିକ କମିଟି ଦ୍ୱାରା ମଧ୍ୟ ଏଗୁଡ଼ିକର ଯାଞ୍ଚ କରାଯାଇଛି। ଶିଳ୍ପାୟନ ନିମନ୍ତେ ଏହି ପ୍ରକଳ୍ପଗୁଡିକର ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଉପଲବ୍ଧ ଥିବା ଜମିର ସ୍ଥିତି ବିଷୟରେ ସିଂ ସୂଚନା ଦେଇଥିଲେ।
ପ୍ରକଳ୍ପଗୁଡିକୁ ଜମି ଆବଣ୍ଟନ ନିମନ୍ତେ ନୀତିଗତ ଅନୁମୋଦନ ଦେଇ ଇଡ୍‌କୋ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ଉଦ୍ୟୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟକ୍ଷମ କରିବା ସକାଶେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧାରୀ, ଖୋର୍ଦ୍ଧା ଜିଲାପାଳ ସନତ୍‌ ମହାନ୍ତି ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri