ଜମି ହରାଉଛନ୍ତି ଏସ୍‌ସି, ଏସ୍‌ଟି

ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ ବର୍ଗଙ୍କ ସପକ୍ଷରେ ଅନୁମତି ତଥା ଭୂସଂସ୍କାର (ଓଏଲ୍‌ଆର୍‌) ପ୍ରମାଣପତ୍ର ଦିଆଯାଇଛି। ଏଥିରେ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ସର୍ବାଧିକ ୨,୨୯୩ ସାଧାରଣ ବର୍ଗର ଲୋକ ଏସ୍‌ସି/ଏସ୍‌ଟିଙ୍କ ୨୧୪.୧୪ ଏକର ଜମି କିଣିଛନ୍ତି। ସେଥିମଧ୍ୟରେ ସର୍ବାଧିକ ୫,୩୫୮ ଜଣ ଏସ୍‌ସି ବର୍ଗର ହୋଇଥିବାବେଳେ ଏସ୍‌ଟି ୨୦୪୨ ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲାର ସାରୁଅ ଜମି ମାମଲା ଭଳି ରାଜ୍ୟର ଅନ୍ୟ କୌଣସି ଜିଲାରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଜମି ହଡ଼ପ ବିଷୟରେ ଅଭିଯୋଗ ନ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗତ ବିଧାନସଭାରେ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି।
ଓଡ଼ିଶା ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଏସ୍‌ସି ଏସ୍‌ଟିଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ନିୟମ ରହିଛି। ସାଧାରଣ ଲୋକ ସେମାନଙ୍କ ଜମିକୁ ସହଜରେ କିଣିପାରିବେ ନାହିଁ। ଯଦି କୌଣସି ଏସ୍‌ସି ଏସ୍‌ଟି ବ୍ୟକ୍ତି ଜମି ବିକ୍ରି କରିବାକୁ ଚାହାନ୍ତି ତେବେ ସେ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଲୋଡ଼ିବେ। ଗତ ୧୦ବର୍ଷର ତଥ୍ୟକୁ ଅବଲୋକନ କଲେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ,ଯାଜପୁରରୋଡ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ହିଁ ସର୍ବାଧିକ ମାତ୍ରାରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଜମି ବିକ୍ରି ଅନୁମତି ନେଇ ଅକ୍ତିଆର କରାଯାଇଛି। ଜିଲାରେ ୧୯ ଏସ୍‌ଟି ପରିବାରଙ୍କ ୧.୦୫ ଏକର ଏବଂ ୨,୨୭୪ ଏସ୍‌ସି ପରିବାରଙ୍କ ୨୧୪.୧୪ ଏକର ଜମି କିଣିବାକୁ ସାଧାରଣ ବର୍ଗଙ୍କ ସପକ୍ଷରେ ଓଏଲ୍‌ଆର ପ୍ରଦାନ କରାଯାଇଛି। ସେହିପରି ସମ୍ବଲପୁର ଜିଲାର ୪୧୨ ଏସ୍‌ଟିଙ୍କ ୨୪୧.୭ ଏକର ଓ ୨୦୧ ଏସ୍‌ସି ବର୍ଗ ପରିବାରଙ୍କ ୨୩୯.୨୨ ଏକର ଜମିକୁ ୬୧୩ ଜଣ ସାଧାରଣ ବର୍ଗଙ୍କ ପାଇଁ ଅନୁମତି ମିଳିଛି। ବରଗଡ଼ ଜିଲାର ୪୦୦ ଏସ୍‌ଟିଙ୍କ ୨୯୦.୩ ଏକର ଓ ୪୫୧ ଏସ୍‌ସି ବର୍ଗ ପରିବାରଙ୍କ ୨୪୭.୭୬ ଏକର ଜମିକୁ ୮୫୧ ଜଣ ସାଧାରଣ ବର୍ଗ ଲୋକ କିଣିଛନ୍ତି। ବଲାଙ୍ଗୀର ଜିଲାର ୨୬୩ ଏସ୍‌ଟିଙ୍କ ୩୮୨.୩ ଏକର ଓ ୨୮୪ ଏସ୍‌ସି ବର୍ଗ ପରିବାରଙ୍କ ୨୩୭.୨୧୧ ଏକର ଜମିକୁ ୫୪୭ ଜଣ ସାଧାରଣ ବର୍ଗଙ୍କୁ ବିକ୍ରି ପାଇଁ ଅନୁମତି ମିଳିଛି। ସେହିପରି ଜଗତ୍‌ସିଂହପୁର ଜିଲାର ଜଣେ ଏସ୍‌ଟିଙ୍କ ୦.୧୩ ଏକର ଓ ୩୮୨ ଏସ୍‌ସି ବର୍ଗ ପରିବାରଙ୍କ ୨୭୧.୧୧ ଏକର ଜମିକୁ ୩୮୩ ଜଣ ସାଧାରଣ ବର୍ଗ, ନୂଆପଡ଼ା ଜିଲାର ୯୪୬ ଏସ୍‌ଟିଙ୍କ ୪୮୩.୪ ଏକର ଓ ୫୨୦ ଏସ୍‌ସି ବର୍ଗ ପରିବାରଙ୍କ ୩୦୦.୯୧୮ ଏକର ଜମିକୁ ୧୪୬୬ ଜଣ ସାଧାରଣ ବର୍ଗ, ମୟୂରଭଞ୍ଜ ଜିଲାର ୪୨୧ ଏସସି ବର୍ଗ ପରିବାରଙ୍କ ୧୮୩.୭୪ ଏକର ଜମିକୁ ୪୨୧ ଜଣ ସାଧାରଣ ବର୍ଗ, ଭଦ୍ରକ ଜିଲାର ଜଣେ ଏସ୍‌ଟିଙ୍କ ୦.୦୮ ଏକର ଓ ୮୨୫ ଏସ୍‌ସି ବର୍ଗ ପରିବାରଙ୍କ ୩୪୫.୨୬ ଏକର ଜମିକୁ ୮୨୬ଜଣ ସାଧାରଣ ବର୍ଗ, ଅନୁଗୋଳ ୪୪୭ ଏସ୍‌ସି ଓ ଏସ୍‌ଟି ବର୍ଗ ପରିବାରଙ୍କ ୨୯୮.୪୫୨ ଏକର ଜମିକୁ ୪୪୭ ଜଣ ସାଧାରଣ ବର୍ଗଙ୍କୁ ଓଏଲଆର ପ୍ରମାଣପତ୍ର ମିଳିଛି। ତେବେ ରାଜ୍ୟର ଅନ୍ୟ ଜିଲାର ଏସଟି ଏବଂ ଏସ୍‌ସିଙ୍କ ଜମି ବିକ୍ରି ଅନୁମତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା ମନ୍ତ୍ରୀ ମାରାଣ୍ଡି ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ। ଏଥିରେ ରାଜ୍ୟ ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥ ସାଜିଥିବା ଅଭିଯୋଗ ହେଉଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂ-ଅର୍ଜନ ନିମନ୍ତେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି। ଏପରି କି ଏସ୍‌ସି-ଏସ୍‌ଟି ଜମି ହାତେଇବା ପାଇଁ ଅନୁମତି ଲୋଡ଼ିବା ନାଁରେ ଭୂ-ଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଯାଇ ସମ୍ପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚତ୍ତ କରାଯାଉଛି। ସେଥିପାଇଁ ଘରେ କିଏ ବେମାର ପଡ଼ିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି। ପିଲାଙ୍କ ପାଠପଢା, ବିବାହ କାର୍ଯ୍ୟ ଅଟକି ଯାଉଛି। ଯାଜପୁର ଜିଲାରେ ୧୯୯୦ଦଶକରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏସ୍‌ସି ଏବଂ ଏସ୍‌ଟି ବର୍ଗର ଶତାଧିକ ଲୋକ ବାଧ୍ୟହୋଇ ମଧ୍ୟସ୍ଥଙ୍କ ଜରିଆରେ ତାଙ୍କ ପୈତୃକ ସମ୍ପତ୍ତିକୁ ଶାଗମାଛ ଦରରେ ଟେକି ଦେଇଛନ୍ତି। ଏପରି କି ଜିଲାରେ ଶିଳ୍ପ ପାଇଁ ଜମି ଯୋଗାଡ଼ରେ ପ୍ରଶାସନିକସ୍ତରରେ ଅନିୟମିତତା ସହ ଜମି ଦଲାଲଙ୍କ ଦ୍ୱାରା ନିରୀହ ଆଦିବାସୀ ଲୋକେ ଶୋଷିତ ହୋଇଥିବା ପୂର୍ବରୁ ବହୁବାର ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri