Posted inଖେଳ

କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏହା ସହିତ ଏହି ଆନ୍ଦୋଳନରେ ଭାଗ ନେଉଥିବା ମନଦୀପ ପ୍ରଥମ ସକ୍ରିୟ କ୍ରିକେଟର ହୋଇଛନ୍ତି। ମନଦୀପ ଭାରତ ପାଇଁ ୩ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ କୃଷକମାନଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀ ସିଙ୍ଗୁ ସୀମାରେ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କ ସହ ସମୟ ବିତାଇଥିଲେ। କୃଷକ ଆନ୍ଦୋଳନକୁ ସମର୍ଥନ କରି ମନଦୀପ ସିଂ କହିଛନ୍ତି ଯେ ମୁଁ ଶୀତରେ ଶାନ୍ତିରେ ବସିଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ମୋର ସମର୍ଥନ ଜଣାଇବାକୁ ସେଠାକୁ ଯାଇଥିଲି। ଏହାପୂର୍ବରୁ ବକ୍ସର ବିଜୟନ୍ଦର ସିଂ ଏହି ବିରୋଧକୁ ସମର୍ଥନ କରି ଚାଷୀଙ୍କ ପାଖରେ ପହଞ୍ଚିଥିଲେ। ଏଥି ସହିତ ପଞ୍ଜାବର ବକ୍ସର କୌର ସିଂ, ଗୁରୁବାଖ ସିଂ ସାନ୍ଧୁ ଏବଂ ଜୟପାଲ ସିଂ ପ୍ରଥମେ ସେମାନଙ୍କର ପଦ୍ମଶ୍ରୀ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ନାମ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି।
ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗର ୧୩ ତମ ସିଜନରେ ମନଦୀପ ସିଂ ତାଙ୍କ ପିତାଙ୍କୁ ହରାଇଥିଲେ। ସେ କହିଛନ୍ତି ଯେ ଯଦି ମୋ ବାପା ଆଜି ବଞ୍ଚିଥାନ୍ତେ ତେବେ ସେ ଏହି ଆନ୍ଦୋଳନରେ ଯୋଗ ଦେଇଥାନ୍ତେ। ସେ ଆଜି ଗର୍ବିତ ଯେ ତାଙ୍କ ପୁଅମାନେ ନିଜ ତରଫରୁ ଚେଷ୍ଟା କରୁଛନ୍ତି। ମନଦୀପ ତାଙ୍କ ବଡ଼ ଭାଇ ହରବିନ୍ଦର ସିଂଙ୍କ ସହ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନରେ ଯୋଗ ଦେଇଥିଲେ।

 

View this post on Instagram

 

A post shared by Mandeep Singh (@mandeeps12)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ବିଜୟ ହାସଲ କଲା ସନ୍‌ରାଇଜର୍ସ: ପ୍ରଥମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ ଦୌଡରୁ ବିଦା

ହାଇଦ୍ରାବାଦ, ୮।୫: ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପ୍ରଥମ ଦଳ ହୋଇଛି ଯିଏ ଆଇପିଏଲ୍ ୨୦୨୪ ରୁ ବାଦ୍ ପଡିଛି। ପରବର୍ତ୍ତୀ ମ୍ୟାଚ୍ ଖେଳିବା ପୂର୍ବରୁ ଏହା...

୧୦ ଉଇକେଟରେ ଜିତିଲା ସନ୍‌ରାଇଜର୍ସ: ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ, ୮।୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ...

ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍‌ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…

ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍‌ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା...

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫...

ବଡ଼ ଅଡୁଆରେ ଫସିଛନ୍ତି ଯଶସ୍ବୀ, ଏବେ ଟି୨୦ ବିଶ୍ୱକପ୍‌ରେ କ’ଣ ହେବ?

ନୂଆଦିଲ୍ଲୀ,୮।୫: ଯଶସ୍ବୀ ଜୟସ୍ବାଲ ଗତ ଏକ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟରେ ଜବରଦସ୍ତ ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ହେଲେ ଆଇପିଏଲ୍‌ରେ ସେ ସେତେଟା ଭଲ...

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି...

ଟି୨୦ ବିଶ୍ୱକପ୍‌କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍‌ନୀ କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍‌ ନେଇ ବଡ଼ ଘୋଷଣା କରିଛି ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍‌ରେ ମାଗଣାରେ ବିଶ୍ୱକପ୍‌କୁ ଉପଭୋଗ କରିପାରିବେ।...

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri