୧୧ ବର୍ଷ ଧରି ପ୍ରେମ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ବିବାହର ମାତ୍ର ୪ ବର୍ଷ ପରେ ହୋଇଥିଲା ବିଚ୍ଛେଦ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀୟା ମିର୍ଜା ଫିଲ୍ମ ଜଗତରେ ବେଶ୍‌ ଜଣାଶୁଣା। ୨୦୦୦ ମସିହାରେ ବ୍ୟୁଟି ପେଜେଣ୍ଟ ମିସ୍‌ ଏସିଆ ପ୍ୟାସିଫିକ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବାର ସେ ସୌଭାଗ୍ୟ ଅର୍ଜନ କରିଥିଲେ। ଏହା ପରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ପ୍ରଥମରୁ ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ। ଆଜି ଅର୍ଥାତ୍‌ ନଭେମ୍ବର ୯ରେ ଦୀୟାଙ୍କ ଜନ୍ମ। ଆସନ୍ତୁ ଜାଣିବା ଦୀୟାଙ୍କ ସମ୍ପର୍କରେ କିଛି…

ଦୀୟାଙ୍କ ପିତା ଫ୍ରାଙ୍କ୍‌ ହ୍ୟାଣ୍ଡ୍‌ରିଚ ଜର୍ମାନୀର ଗ୍ରାଫିକ୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ଫେୟାର ଡିଜାଇନର-ଆର୍କିଟେକ୍ଟ ଥିଲେ। ଦୀୟାଙ୍କ ମା ଦୀପା ବେଙ୍ଗଲୀ ଅଟନ୍ତି। ଯେତେବେଳେ ଦୀୟାଙ୍କୁ ସାଢ଼େ ଚାରି ବର୍ଷ ହୋଇଥିଲା ତାଙ୍କ ମା-ବାପାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ପରେ ଦୀୟାଙ୍କ ମା ହାଇଦ୍ରାବାଦର ଅହମ୍ମଦ ମିର୍ଜାଙ୍କୁ ବିବାହ କରିଥିଲେ। ସେବେଠାରୁ ଦୀୟାଙ୍କ ଟାଇଟେଲ ମିର୍ଜା ହୋଇଥିଲା। ଦୀୟାଙ୍କ ପାଠପଢ଼ା ହାଇଦ୍ରାବାଦରେ ହିଁ ହୋଇଥିଲା।


ପାଠପଢ଼ା ପରେ ୨୦୦୦ରେ ଇଣ୍ଟରନ୍ୟାଶନାଲ ବ୍ୟୁଟି ଟାଇଟେଲ୍‌ ଜିତିବା ପରେ ୨୦୦୧ରେ ଦୀୟା ବଲିଉଡ୍‌ ଜଗତରେ ପାଦ ଥାପିଥିଲେ। ମାତ୍ର ୧୯ ବର୍ଷରେ ଦୀୟା ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଅଭିନେତା ଆର୍‌ ମାଧବନଙ୍କ ସହିତ ‘ରହନା ହୈ ତେରେ ଦିଲ୍‌ ମେ’ ଫିଲ୍ମରେ ଅଭିନୟ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ଦୀୟା ରାତାରାତି ଷ୍ଟାର ପାଲଟି ଯାଇଥିଲେ। ଏହି ଫିଲ୍ମର ଉଭୟ ଅଭିନେତ୍ରୀ ଅଭିନେତାଙ୍କୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହା ପରେ ସେ ଫିଲ୍ମ ‘ଦମ୍‌’, ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ, ଦିବାନାପଣ, ପରିଣୀତା, ଦସ୍‌, ସଲାମ ମୁମ୍ବାଇ, ସଞ୍ଜୁ ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ନିରୀହ ଚେହେରା ଏବଂ କହିବା ଶୈଳୀ ଦର୍ଶକମାନସରେ ବେଶ୍‌ ପ୍ରଂଶସା ସାଉଁଟିଥିଲା।

୨୦୧୪ରେ ପ୍ରେମିକ ସାହିଲ ସଂଘାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଦିଲ୍ଲୀରେ ଆର୍ଯ୍ୟ ସମାଜ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ୧୧ ବର୍ଷ ଧରି ପ୍ରେମ କରିବା ପରେ ସାହିଲଙ୍କୁ ବିବାହ କରିଥିଲେ ଦୀୟା। ମାତ୍ର ତାଙ୍କର ବିବାହ ବେଶିଦିନ ତିଷ୍ଠି ନ ଥିଲା। ୨୦୧୯ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଛାଡ଼ପତ୍ର ପରେ ଦୁଇଜଣ ଏବେ ଭଲ ବନ୍ଧୁ ଭାବରେ ରହିଛନ୍ତି। ଦୀୟାଙ୍କୁ ଶେଷଥର ପାଇଁ ଫିଲ୍ମ ‘ଥାପ୍ପଡ’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri