ଢେଙ୍କାନାଳ ଅଫିସ, ୫।୧୨: ପେଟପାଟଣା କଥା ବୁଝୁଥିଲା ଠିକା ଚାକିରି। କଷ୍ଟେମଷ୍ଟେ ଚଳିଯାଉଥିଲା ପରିବାର। ଚାକିରିରୁ ଛଟେଇ ପରେ ମାଡ଼ିବସିଲା ଚିନ୍ତା। ଅସହ୍ୟ ହେଲା ଆର୍ଥିକ ଅନଟନ। କରୋନା କାଳରେ ଆର୍ଥିକ ଦୁରାବସ୍ଥା ସାଙ୍ଗକୁ ମାନସିକ ଚାପ ସହି ନ ପାରି ଶେଷରେ ହାରିଦେଲେ ଜୀବନ। ଢେଙ୍କାନାଳ ଜିଲା ଯୋଜନା, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ ବିଭାଗର ଛଟେଇ କର୍ମଚାରୀ ସୂର୍ଯ୍ୟକାନ୍ତ ସ୍ବାଇଁ (୩୨)ଙ୍କ ଆତ୍ମହତ୍ୟା ପଛରେ ଏପରି କିଛି ଦୁଃଖଦ କାହାଣୀ ଥିବା ଜଣାପଡ଼ିଛି। ଶୁକ୍ରବାର ତାଙ୍କ ମୃତଦେହ ଶାଢ଼ିରେ ଝୁଲୁଥିବା ଅବସ୍ଥାରେ କାର୍ଯ୍ୟାଳୟ ନିକଟ ସରକାରୀ ବାସଭବନରୁ ଜବତ କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂର୍ଯ୍ୟକାନ୍ତଙ୍କ ଘର ପରଜଙ୍ଗ ବ୍ଲକର ପଥରଖମ୍ବରେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୂର୍ଯ୍ୟକାନ୍ତ ଆଉଟ୍ ସୋର୍ସିଂ ଭାବେ ୨୦୦୭ରୁ ଜିଲା ଯୋଜନା, ସମନ୍ବୟ ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କୋଭିଡ୍-୧୯ ସମୟରେ ଫେବୃୟାରୀରେ ତାଙ୍କୁ ଛଟେଇ କରାଯାଇଥିଲା। ଏହାପରେ ସେ ମାନସିକ ଚିନ୍ତାଗ୍ରସ୍ତ ହୋଇ ସପରିବାର ସରକାରୀ ବାସଭବନରେ ରହୁଥିଲେ। ସ୍ତ୍ରୀ ପ୍ରଭାତୀ ୨ ଝିଅପୁଅଙ୍କ ସହ ସଦର ବ୍ଲକ ଚାଉଳିଆ ଖମାରସ୍ଥିତ ବାପ ଘରକୁ ବଡ଼ଓଷା କରିବାକୁ ଯାଇଥିଲେ। ସୂର୍ଯ୍ୟକାନ୍ତ ଏକାକୀ ଘରେ ରହୁଥିଲେ। ୨ଦିନ ହେଲା ସ୍ତ୍ରୀଙ୍କ ଫୋନ୍ ସେ ଉଠାଉ ନ ଥିଲେ। ପ୍ରଭାତୀ ଏ ସଂକ୍ରାନ୍ତରେ ଦିଅର ଶେଷଦେବଙ୍କୁ ଜଣାଇଥିଲେ। ଘର କବାଟ ବାଡ଼େଇବା ପରେ କେହି ନ ଖୋଲିବାରୁ ଶେଷଦେବ ଟାଉନ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ କବାଟ ଖୋଲିଥିଲା। ଏହି ସମୟରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ଝରକା ରଡ୍ରେ ଲୁଗାରେ ଝୁଲୁଥିଲା। ପୋଲିସ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୫୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ପାରମ୍ପରିକ ‘ଟୋକି ପର୍ବ’ ପାଇଁ ଚଳଚଞ୍ଚଳ କଳାହାଣ୍ଡି: ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…
ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି…
ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...
କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…
ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...
ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍ ଜବତ
ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍ପି...
Archives


