ସାମିଲ ହେବ ସବୁ ସ୍କୁଲ

ଅନୁଗୋଳ ଅଫିସ, ୪।୧୨ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା ଉପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏବେ ଜୋର୍‌ ଦିଆଯାଉଛି। ଜିଲାର ମୋଟ୍‌ ୧,୬୬୬ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଶହ ଏଥିରେ ଯୋଡ଼ି ହୋଇଥିବା ବେଳେ ବାକି ସ୍କୁଲଗୁଡ଼ିକୁ ଡିସେମ୍ବର ଶେଷ ସୁଦ୍ଧା ସାମିଲ କରିବାକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ନିମନ୍ତେ ଆଲୁମ୍‌ନିମାନେ ୧ କୋଟି ୨୦ ହଜାର ଟଙ୍କା ଓ ସରକାର ୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି।
୨୦୧୭ ନଭେମ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯାଇଥିଲା। ଅନୁଗୋଳ ଜିଲାରେ ୨୦୧୮ ଜାନୁୟାରୀ ମାସରେ ଏହା କାର୍ଯ୍ୟକାରୀ ହୋଇଥିଲା। ବ୍ୟବସ୍ଥା ଅନୁଯାୟୀ, ସରକାର ଓ ପୂର୍ବତନ ଛାତ୍ରୀଛାତ୍ରଙ୍କ ସହଭାଗିତାରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। ପୁରାତନ ଛାତ୍ରୀଛାତ୍ର ପ୍ରଦାନ କରିଥିବା ଅନୁଦାନର ଦୁଇ ଗୁଣ ଅର୍ଥ ସରକାର ଯୋଗାଇ ଦେବେ। ତେବେ ଜିଲାର ୨୪୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୧୯୦ଟି ଏହି ଯୋଜନାରେ ଯୋଡ଼ିହୋଇ ସାରିଛି। ସେହିପରି ୧,୪୨୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ଟି ଏଥିରେ ସାମିଲ ହୋଇପାରିଛି। କରୋନା ମହାମାରୀ ପାଇଁ ଚଳିତବର୍ଷ ଆରମ୍ଭରୁ ଏହି ଯୋଜନା ମନ୍ଥର ହୋଇଯାଇଥିଲା। ହେଲେ ଗତ ୩ ମାସ ମଧ୍ୟରେ ୧୫ଟି ନୂତନ ବିଦ୍ୟାଳୟର ଛାତ୍ରୀଛାତ୍ର ଏଥିରେ ସାମିଲ ହେବା ସହ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଜିଲାର ବିଭିନ୍ନ ବିଦ୍ୟାଳୟରେ ଗଢ଼ା ହୋଇଥିବା ୧୮ଟି ଏକ୍‌ଜିକ୍ୟୁଟିଭ୍‌ କାଉନସିଲ(ଇସି) ସହ ମୋ ସ୍କୁଲ ଅଭିଯାନ ଅଧିକାରୀଙ୍କ ବୈଠକ ବସିସାରିଲାଣି। ୧୬ଟି ଇସି ବିଦ୍ୟାଳୟର ଉନ୍ନୟନ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ମୋଟ୍‌ ଉପରେ ୩୦୮ଟି ପ୍ରକଳ୍ପର ପ୍ରସ୍ତାବ ଜିଲା ପକ୍ଷରୁ ମୋ ସ୍କୁଲ ଅଭିଯାନକୁ ପଠାଯାଇଥିବା ବେଳେ ୧୭୨ଟି ପ୍ରକଳ୍ପ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଛି। ଅନୁଗୋଳ ବ୍ଲକରୁ ୪୪ଟି ପ୍ରକଳ୍ପ ପଠାଯାଇଥିବା ବେଳେ ବଅଁରପାଳ ବ୍ଲକରୁ ୪୯ଟି, ତାଳଚେର ବ୍ଲକରୁ ୨୯, ଛେଣ୍ଡିପଦା ବ୍ଲକରୁ ୪୪, ଆଠମଲ୍ଲିକ ବ୍ଲକରୁ ୩୦, କଣିହଁା ବ୍ଲକରୁ ୪୭, ପାଲଲହଡ଼ା ବ୍ଲକରୁ ୪୩ ଓ କିଶୋରନଗର ବ୍ଲକରୁ ୩୩ ପ୍ରକଳ୍ପ ପ୍ରସ୍ତାବ ପଠାଯାଇଛି।

ଅଧିକ ସଂଖ୍ୟାରେ ଯୋଡ଼ି ହୁଅନ୍ତୁ
ସ୍କୁଲ ଉନ୍ନତିରେ ପୁରାତନ ଛାତ୍ରୀଛାତ୍ରମାନେ ସାମିଲ ହେଲେ ଉନ୍ନୟନମୂଳକ କାର୍ଯ୍ୟ ଅତି ସହଜରେ ହୋଇପାରିବ। ଜିଲାର ସମସ୍ତ ବିଦ୍ୟାଳୟକୁ ଡିସେମ୍ବର ଶେଷ ସୁଦ୍ଧା ମୋ ସ୍କୁଲ ଅଭିଯାନରେ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଅଧିକରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର ଏଥିପାଇଁ ଆଗେଇ ଆସନ୍ତୁ।
-କଳ୍ପନା ବେହେରା, ଜିଲା ଶିକ୍ଷା ଅଧିକାରୀ, ଅନୁଗୋଳ
ଅଭିଯାନକୁ ସହଯୋଗ ମିଳୁ
କଣିହାଁ ବ୍ଲକ ତାଳପଦାସ୍ଥିତ ସଦାନନ୍ଦ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନେ ୧୩ ଲକ୍ଷ ୭୮ ହଜାର ୪୨୬ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ବିଦ୍ୟାଳୟର ମୁଖ୍ୟ ଫାଟକ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ତେଣୁ ସରକାରଙ୍କ ଏହି ଅଭିଯାନ ପ୍ରତି ଅଧିକରୁ ଅଧିକ ସହଯୋଗର ହାତ ବଢ଼ିବା ଦରକାର।
-ଶରତ ଚନ୍ଦ୍ର ପ୍ରଧାନ, ପ୍ରଧାନଶିକ୍ଷକ, ତାଳପଦା ଉଚ୍ଚ ବିଦ୍ୟାଳୟ
ପୁରାତନ ଛାତ୍ରୀମାନେ ଖୁସି ହେଉଛନ୍ତି
ପାଲଲହଡ଼ା ବ୍ଲକ ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରୀମାନେ ୭ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିରେ ସ୍କୁଲର ନୂତନ ଗୃହ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ କରାଯାଇଛି। ଏହି ଉନ୍ନତୀକରଣ କାର୍ଯ୍ୟ ଦେଖି ଅର୍ଥଦାନ କରିଥିବା ୬୦ରୁ ଊର୍ଦ୍ଧ୍ୱ ଆଲୁମ୍‌ନି ଖୁସି ହେଉଛନ୍ତି।
-ସବିତା ରାଉତ, ପ୍ରଧାନଶିକ୍ଷୟିତ୍ରୀ, ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ
ଉନ୍ନତି କାର୍ଯ୍ୟ ଦେଖନ୍ତୁ ଆଲୁମ୍‌ନି
ଆଲୁମ୍‌ନିମାନେ ଦେଉଥିବା ଅର୍ଥ ରାଶିର ଦୁଇ ଗୁଣା ସରକାର ମଞ୍ଜୁର କରୁଛନ୍ତି। କିନ୍ତୁ ନିର୍ମାଣ କାର୍ଯ୍ୟରେ ଠିକାଦାରମାନେ ଉଣା କରୁଛନ୍ତି। ତେଣୁ ଆଲୁମ୍‌ନିମାନେ ଅର୍ଥ ଦାନ କରିବା ସହ ବିଭିନ୍ନ କାର୍ଯ୍ୟ ତଦାରଖ କଲେ ଅଭିଯାନର ପ୍ରକୃତ ସୁଫଳ ଛାତ୍ରୀଛାତ୍ରମାନେ ପାଇପାରିବେ।
-ସୁକାନ୍ତ ମାଝି, ପିଟିସି ଉଚ୍ଚ ବିଦ୍ୟାଳୟ ଆଲୁମ୍‌ନି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri