ଜାଲ୍‌ ସାର୍ଟିଫିକେଟ ସମସ୍ୟା

Dillip Cherian

ଛତିଶଗଡ଼ ସରକାର ଏକ ଉଚ୍ଚସ୍ତରୀୟ ସାର୍ଟିଫିକେଟ ଇନ୍‌ଭେଷ୍ଟିଗେଶନ କମିଟି ବା ପ୍ରମାଣପତ୍ର ତଦନ୍ତ କମିଟିି ଗଠନ କରିଛନ୍ତି। ଏହି କମିଟି ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୨୬୭ଟି କେସ୍‌ ଠାବ କରିଛି। ଯେଉର୍ଁମାନେ କୋର୍ଟରୁ ରହିତାଦେଶ ଆଣିଛନ୍ତି ସେମାନଙ୍କୁ ବାଦ୍‌ ଦେଇ ଅନ୍ୟସମସ୍ତଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ମୁଖ୍ୟ ଶାସନ ସଚିବ ଆର୍‌.ପି.ମଣ୍ଡଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତିି। ଏଥି ମଧ୍ୟରୁ ଅଧିକାଂଶ କେସ୍‌ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ କିମ୍ବା ଆଗକୁ ଶୁଣାଣି ପାଇଁ ସ୍ଥଗିତ ରହିଛି। ଯାହା ଜଣାପଡୁଛି,କେବଳ ଗତ ଦୁଇ ବର୍ଷରେ ଏଭଳି ୭୫ଟି କେସ୍‌ର ସନ୍ଧାନ ମିଳିଛି। ଏପରି କି ଏହି କେସ୍‌ଗୁଡ଼ିକର ଶୁଣାଣି ସ୍ଥଗିତ ରହିଥିବାର ଆଦେଶ କୋର୍ଟରୁ ପାଇବା ପରେ ବି ଅନେକ ଅଧିକାରୀ ଓ କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ଏପର୍ଯ୍ୟନ୍ତ କାମ କରୁଛନ୍ତି। ରାଜ୍ୟର ସାଧାରଣ ପ୍ରଶାସନ ବିଭାଗ(ଜିଏଡି) ପକ୍ଷରୁ କୁହାଯାଇଛି ଯେ, ତଦନ୍ତ କମିଟି ୭୫୮ଟି ଅଭିଯୋଗ ପାଇଥିତ୍ଲା ଓ ବିଧିବଦ୍ଧ ଯାଞ୍ଚ ପରେ ସେଥିମଧ୍ୟରେ ୨୬୭ଟି ଜାଲ୍‌ ପ୍ରମାଣପତ୍ର କେସ୍‌ ମିଳିଥିଲା। ଯେଉଁ ସରକାରୀ ଚାକିରିଆମାନଙ୍କର ଜାତିଗତ ପ୍ରମାଣପତ୍ର ଜାଲ୍‌ ସେମାନଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦେବା ଲାଗି ବାଘେଲା ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଘଟଣାର ବିଭାଗଓ୍ବାରି ସମୀକ୍ଷା କରିବ ଜିଏଡି, କିନ୍ତୁ ସଂଯୋଗବଶତଃ ଏହି ବିଭାଗରେ ୧୪ ଜଣ ଜାଲ୍‌ ପ୍ରମାଣପତ୍ରଧାରୀ ଚାକିରିଆ ଅଛନ୍ତି। ଆଶ୍ଚର୍ଯ୍ୟର କଥା ସ୍କୁଲ୍‌ ଶିକ୍ଷା ବିଭାଗରେ ସବୁଠୁ ବେଶି ପ୍ରାୟ ୪୪ ଜଣ ଏଭଳି ଚାକିରିଆ ରହିଛନ୍ତି।
ସହଯୋଗ ଚାହୁଁଛନ୍ତି ଗେହଲଟ
ରାଜସ୍ଥାନରେ ସଚିନ ପାଇଲଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ରାଜନୈତିକ ସଙ୍କଟରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁକୁଳିବା ପରେ ଏବେ ରାଜ୍ୟ ପ୍ରଶାସନରେ ତାଙ୍କ ମୁଠା ମଜଭୁତ କରିବା ସହ ଅନ୍ୟ ସମ୍ଭାବ୍ୟ ବିପଦକୁ ବ୍ୟର୍ଥ କରିବା ପାଇଁ ଚେଷ୍ଟା କରୁଛନ୍ତିି। ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ନିରଞ୍ଜନ ଆର୍ଯ୍ୟ ୧୦ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଟପି ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ଗେହଲଟ ଏବେ ସମାଧାନ ମୁଡ୍‌ରେ ରହିଛନ୍ତି। ପ୍ରଶାସନିକ ପଦକ୍ଷେପରେ ସମ୍ଭାବ୍ୟ ଜାତିଗତ ମୋଡକୁ ଲକ୍ଷ୍ୟ କରି ଗେହଲଟ ବର୍ତ୍ତମାନ ଅବସରପ୍ରାପ୍ତ ଅନୁସୂଚିତ ଜାତିର ଅଧିକାରୀମାନଙ୍କ ସହଯୋଗ ଆଶା କରିଛନ୍ତି। ସେ ନିକଟରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ମହେନ୍ଦ୍ର ସିଂ, ଲଳିତ ପନଓ୍ବାର ଏବଂ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ଯଶଓ୍ବନ୍ତ ସମ୍ପତରାମ ଓ ଆର୍‌.ପି.ସିଂଙ୍କ ସମେତ ଅନ୍ୟମାନଙ୍କୁ ଢ଼େର୍‌ ଧନ୍ୟବାଦ ଦେଇଛନ୍ତି। ସେମାନେ ଆର୍ଯ୍ୟଙ୍କ ନିଯୁକ୍ତିକୁ ଏକ ଉଚିତ ପଦକ୍ଷେପ ବୋଲି ସ୍ବୀକାର କରିଥିବା ଯୋଗୁ ଗେହଲଟ ସେମାନଙ୍କ ଉପରେ ଏଭଳି ପ୍ରଶଂସା ଅଜାଡି ଦେଇଛନ୍ତି। ଏହା ଅନ୍ୟ ବରିଷ୍ଟ ଅଧିକାରୀମାନଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ଶାନ୍ତ କରିବା ଲାଗି ଉଦ୍ଦିଷ୍ଟ । ଅବଶ୍ୟ ନବନିଯୁକ୍ତ ମୁଖ୍ୟ ଶାସନ ସଚିବଙ୍କ ସଫଳ କାର୍ଯ୍ୟକାଳ ଲାଗି ଅବସରପ୍ରାପ୍ତ ଅଧିକାରୀମାନଙ୍କ ସମର୍ଥନ ପାଇଁ ଗେହଲଟଙ୍କ ଖୋଲାଖୋଲି ପ୍ରୟାସ ସେମାନଙ୍କୁ ଦୁଃଖିତ କରିଛି। ଆର୍ଯ୍ୟଙ୍କ ପଦୋନ୍ନତି ଉପରେ ଅବସରପ୍ରାପ୍ତ ଅଧିକାରୀମାନଙ୍କ ଧନ୍ୟବାଦ ପତ୍ରକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ ସେ ସାନ୍ତ୍ୱନା ଦେଇଥିଲେ ନା ରାଜ୍ୟ ପ୍ରଶାସନରେ କ୍ଷମତା ଆଧାରକୁ ମଜଭୁତ କରିବା ପାଇଁ ସେମାନଙ୍କ ସମର୍ଥନ ହାସଲ କରିବାର ତାହା ଏକ ପଦକ୍ଷେପ ଥିଲା? ଜଣେ ଅନୁଭବୀ ରାଜନୀତିଜ୍ଞ ଭାବେ କେଉଁଟି ଠିକ୍‌ ତାହା ସେ ନିଶ୍ଚିତ ଭାବେ ଜାଣନ୍ତି। ତେବେ ଆମକୁ ଅପେକ୍ଷା କରିବାକୁ ହେବ ଓ ଠିକ୍‌ ଭାବେ ଏହା ହେଉଛି କି ନାହିଁ ଦେଖିବାକୁ ପଡିବ।
ବଢ଼ିଲା କାର୍ଯ୍ୟକାଳ
ତିନି ବର୍ଷ କାର୍ଯ୍ୟ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଥମ ନିର୍ଦ୍ଦେଶକ ହେବେ ଏସ୍‌.କେ.ମିଶ୍ର। ୧୯୮୪ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ମିଶ୍ର ନଭେମ୍ବର ୨୦୧୮ରେ ନିର୍ଦ୍ଧାରିତ କାର୍ଯ୍ୟକାଳ ୨ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ପାଇଥିତ୍ଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ପୂରଣ ହେବାର ଠିକ୍‌ ପୂର୍ବରୁ ସରକାର ପ୍ରଥମ ନିଯୁକ୍ତି ଅର୍ଡରକୁ ସଂଶୋଧନ କରି କାର୍ଯ୍ୟକାରୀ କରିଥିଲେ ଓ ଏଥିରେ ତାଙ୍କ କାର୍ଯ୍ୟକାଳ ତିନି ବର୍ଷ ହେବ ବୋଲି କହିଥିଲେ। ଯେହେତୁ ସିଭିସି ଆକ୍ଟରେ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ କିଛି ଉଲ୍ଲେଖ ନାହିଁ,ସେଥିପାଇଁ ତଥାକଥିତ ଭାବେ ସଲିସିଟର ଜେନେରାଲଙ୍କ ବୈଧାନିକ ମତ ନେଇ ଏଭଳି ସଂଶୋଧନ କରାଯାଇଥିଲା। ପ୍ରାରମ୍ଭିକ ସୂତ୍ରରୁ ଜଣାପଡିଛି ଯେ,ସରକାର ଅଧ୍ୟାଦେଶ ମାର୍ଗ ଆପଣାଇବାକୁ ସ୍ଥିର କରିଥିଲେ, କିନ୍ତୁ ପରେ ସିଭିସି କମିଟିର ମତ ଲୋଡିଥିଲେ, ଯେହେତୁ ଇଡି ନିର୍ଦ୍ଦେଶକଙ୍କ ନିଯୁକ୍ତି ସିଭିସି ଆଇନ ଦ୍ୱାରା ନିୟନ୍ତ୍ରିତ। ଇଡି ମୁଖ୍ୟଭାବେ ମିଶ୍ର ଏବେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ,କଂଗ୍ରେସ ନେତା ଡି.କେ.ଶିବକୁମାର, ୟେସ୍‌ ବ୍ୟାଙ୍କ ଓ ଅନ୍ୟ କେତୋଟି ବହୁ ହାଇ ପ୍ରୋଫାଇଲ ଏବଂ ସମ୍ବେଦନଶୀଳ ତଦନ୍ତର ଦାୟିତ୍ୱରେ ରହିଛନ୍ତି। ଜଣେ ନୂଆ ଇଡି ମୁଖ୍ୟ ନିଯୁକ୍ତି କରି ଏହି ସବୁ କେସ୍‌ର ତଦନ୍ତରେ ବାଧା ସୃଷ୍ଟି ନ କରିବାକୁ ସରକାର ଚାହଁିଛନ୍ତି କି? କିଏ ଜାଣେ,ଆମେ ଯାହା କେବଳ ଅନୁମାନ କରିପାରିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri