Posted inଖେଳ

ଆଇପିଏଲ୍‌ ଆବିଷ୍କାର ଟି. ନଟରାଜନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରଥିବା ତାମିଲନାଡୁର ଯୁବ ଦ୍ରୁତ ବୋଲର ଟି. ନଟରାଜନ ଏବେ ଚର୍ଚ୍ଚାରେ। ପ୍ରଭାବୀ ପ୍ରଦର୍ଶନ କରି ଆଇପିଏଲରୁ ଆବିଷ୍କାର ହୋଇଥିବା କେତେକ ଯୁବ ଖେଳାଳିଙ୍କ ମଧ୍ୟରେ ନଟରାଜନ ଅନ୍ୟତମ। ଯୁବ ଅବସ୍ଥାରୁ ୟର୍କର ସ୍ପେଶାଲିଷ୍ଟର ମାନ୍ୟତା ପାଉଥିବା ଏହି ପେସ୍‌ ସେନ୍‌ସେଶନ ଭାରତୀୟ ଟି୨୦ ଦଳରେ ସାମିଲ ହୋଇ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀ କାନ୍ଧରେ ଇଞ୍ଜୁରି କାରଣରୁ ଏହି ହାଇପ୍ରୋଫାଇଲ ଗସ୍ତରୁ ବାଦ୍‌ ପଡ଼ିବା ପରେ ନଟରାଜନଙ୍କୁ ସୁଯୋଗ ମିଳିଛି। ଆଇପିଏଲ୍‌ରେ ହାଇଦ୍ରାବାଦ ଦଳକୁ ପ୍ଲେ-ଅଫ୍‌କୁ ନେବାରେ ନଟରାଜନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ବ୍ୟକ୍ତିଗତ ଭାବେ ଆକର୍ଷଣୀୟ ପ୍ରଦର୍ଶନ କରି ସେ ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରି ଟି୨୦ ଦଳରେ ସ୍ଥାନ ପାଇଥିଲେ। ପୂର୍ବରୁ ସେ କେବଳ ନେଟ୍‌ ବୋଲର ଭାବେ ଚୟନ ହୋଇ ଅଷ୍ଟ୍ରେଲିଆ ଯିବାକୁ ମନୋନୀତ ହୋଇଥିଲେ। ମାତ୍ର ଏବେ ତାଙ୍କ ପାଇଁ ଭାରତୀୟ ଜର୍ସି ପରିଧାନ କରିବାର ସୁଯୋଗ ଆସିଛି।
ଟେଷ୍ଟ ସିରିଜ ପୂର୍ବରୁ କେତେଜଣ ତାରକା ବୋଲରଙ୍କୁ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବାରୁ ନଟରାଜନଙ୍କୁ ଦଳରେ ସ୍ଥାନ ଦିଆଯିବାର ଯଥେଷ୍ଟ ସମ୍ଭାବନା ଥିଲା। ୟର୍କର ସ୍ପେଶାଲିଷ୍ଟ ଭାବେ ଜଣାଥିବା ନଟରାଜନ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ୭୦ରୁ ଊର୍ଦ୍ଧ୍ୱ ୟର୍କର ପକାଇଥିଲେ। ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳିଥିବା ନଟରାଜନ ୨୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌, ୧୫ଟି ଲିଷ୍ଟ-ଏ ଓ ୩୮ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।
ଆଇପିଏଲ୍‌ ଢାଞ୍ଚାରେ ଖେଳାଯାଉଥିବା ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌), କର୍ନାଟକ ପ୍ରିମିୟର ଲିଗ୍‌ରେ ସ୍ଥାନୀୟ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଟିଭିରେ ମଧ୍ୟ ଏହି ଲିଗ୍‌ର ମ୍ୟାଚ୍‌ ପ୍ରସାରଣ କରାଯାଇଥିଲା। ଫଳରେ ନଟରାଜନଙ୍କ ପରି ଯୁବ ଖେଳାଳିଙ୍କ ପାଇଁ ଏହା ଭଲ ପ୍ଲାଟଫର୍ମ ସଦୃଶ ହୋଇଥିଲା। ୨୦୧୬ରେ ଟିଏନ୍‌ପିଏଲ୍‌ର ପ୍ରାରମ୍ଭିକ ସଂସ୍କରଣରେ ଏକ ମ୍ୟାଚ୍‌ରେ କ୍ରମାଗତ ୬ଟି ୟର୍କର ପକାଇ ସମସ୍ତଙ୍କ ନଜରକୁ ଆସିଥିଲେ। ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଟିଭିରେ ଦେଖିଥିଲେ। ତାଙ୍କ ପ୍ରଦର୍ଶନରେ ଆଇପିଏଲ୍‌ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପ୍ରଭାବିତ ହୋଇ ୨୦୧୭ରେ ୩ କୋଟି ଟଙ୍କାରେ ତାଙ୍କୁ କ୍ରୟ କରିଥିଲା। ସେତେବେଳେ ତାଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୧୦ ଲକ୍ଷ ଟଙ୍କା ଥିଲା। ଏଥିସହ ସେ ପ୍ରଥମ ବିଗ୍‌ ବ୍ରେକ୍‌ ପାଇଥିଲେ। ମାତ୍ର କ୍ୟାରିୟରର ପ୍ରଥମ ଆଇପିଏଲ୍‌ରେ ନଟରାଜନ ନିରାଶ କରିଥିଲେ। ୬ଟି ମ୍ୟାଚ୍‌ ଖେଳି ସେ ମାତ୍ର ୨ଟି ଉଇକେଟ ହାସଲ କରିଥିଲେ ଓ ତାଙ୍କର ଇକୋନୋମି ରେଟ୍‌ ୯.୦୭ ଥିଲା। ୨୦୧୭ ଆଇପିଏଲ୍‌ରେ ସେ ୭୬ଟି ବଲ୍‌ ପକାଇଥିଲେ। ଏହାପରେ ପଞ୍ଜାବ ତାଙ୍କୁ ରିଲିଜ୍‌ କରିଥିଲା ଓ ନିଲାମରେ ତାଙ୍କ ପାଇଁ ବିଡ୍‌ ଦାଖଲ କରି ନ ଥିଲା।
ଆଇପିଏଲ୍‌ରେ ପ୍ରାରମ୍ଭିକ ବିଫଳତା ସତ୍ତ୍ୱେ ପୁଣି ନିଲାମରେ ସାମିଲ ହେବେ ବୋଲି ତାଙ୍କର ବିଶ୍ୱାସ ଥିଲା। ସର୍ବନିମ୍ନ ବେଶ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ତାଙ୍କ ବେଶ୍‌ ପ୍ରାଇସ୍‌ ୪୦ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ହାଇଦ୍ରାବାଦ ଏକମାତ୍ର ଫ୍ରାଞ୍ଚାଇଜ ଭାବେ ତାଙ୍କ ପାଇଁ ବିଡ୍‌ ଦାଖଲ କରିଥିଲା। ତାଙ୍କୁ ବାଦ ଦେଲେ ବାସିଲ ଥାମ୍ପି, ସିଦ୍ଧାର୍ଥ କାଉଲ ଓ ଖଲିଲ ଅହମ୍ମଦ ନବାଗତ ଦ୍ରୁତ ବୋଲର ଭାବେ ହାଇଦ୍ରାବାଦ ଲାଇନ୍‌- ଅପ୍‌ରେ ଥିଲେ। ତେବେ ବେସ୍‌ ପ୍ରାଇସ୍‌ରେ ନଟରାଜନଙ୍କୁ ହାଇଦ୍ରାବାଦ କିଣିଥିଲା। ୨୦୧୮ ଓ ୨୦୧୯ ଆଇପିଏଲ୍‌ରେ ପରିବର୍ତ୍ତିତ ସ୍ଥିତି ଅନୁଯାୟୀ କେନ୍‌ ଓ୍ବିଲିୟମସନଙ୍କୁ ହାଇଦ୍ରାବାଦର ନେତୃତ୍ୱ ଦିଆଯାଇଥିଲା। କିନ୍ତୁ ଓ୍ବିଲିୟମସନଙ୍କ ନଜରକୁ ଆସିପାରି ନ ଥିଲେ ନଟରାଜନ। ଫଳରେ ତାଙ୍କ ନେତୃତ୍ୱ କାଳରେ ନଟରାଜନଙ୍କୁ ଖେଳିବାର ସୁଯୋଗ ମିଳି ନ ଥିଲା। ତେବେ ଡେଭିଡ୍‌ ଓ୍ବାର୍ନର ନେତୃତ୍ୱ ନେବା ପରେ ନଟରାଜନଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ଆଇପିଏଲ ୨୦୨୦ରେ ସେ ୧୬ଟିଯାକ ମ୍ୟାଚ୍‌ ଖେଳିଥିଲେ। ସୁଯୋଗର ସଦ୍‌ବ୍ୟବହାର କରି ସେ ୧୬ଟି ଉଇକେଟ ଅକ୍ତିଆର କରିଥିଲେ।
ଅଳ୍ପ କେତେ ସଂଖ୍ୟକ ଖେଳାଳିଙ୍କ ପରି ନଟରାଜନ ଭାରତ ଏ’ ଓ ବୋର୍ଡ ସଭାପତି ଏକାଦଶ ପାଇଁ ଖେଳି ନ ଥିଲେ ମଧ୍ୟ ସିଧାସଳଖ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ଅବଶ୍ୟ କୋଭିଡ-୧୯ ଯୋଗୁ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଇଁ ଭାରତ-ଏ କିମ୍ବା ବୋର୍ଡ ସଭାପତି ଏକାଦଶ ଲାଗି ମ୍ୟାଚ୍‌ ଆୟୋଜନ କରିବା ଅସମ୍ଭବ ହୋଇ ପଡ଼ିଛି। ତେଣୁ ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ ପାଇଁ ନଟରାଜନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି ବୋଲି କହିଲେ ଭୁଲ ହେବନି। ଆଇପିଏଲ୍‌ରେ ଅନେକ ନାମୀ, ଦାମୀ ବୋଲର ଫେଲ୍‌ ମାରିଥିବାବେଳେ ନଟରାଜନ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇବାରେ ସକ୍ଷମ ହୋଇଛନ୍ତି। ତେବେ ସେ ଅଷ୍ଟ୍ରେଲିଆ ଗସ୍ତରେ ସେଠାକାର ପରିବେଶରେ କେତେ ସଫଳ ହେଉଛନ୍ତି ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri