ବଦଳି ଦଣ୍ଡ ନୁହେଁ

ପୁରୀ ସହର ଓ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପୋଲିସ ହେପାଜତରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ସହ ପିପିଲିରେ ୫ ଜଣଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ବର୍ବରତାକୁ ନେଇ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭର ଦୁଇ ଦିନ ହୋହଲ୍ଲାରେ ଯାଇଛି। ହାଜତ ମୃତ୍ୟୁ ହୋଇଥିବା ବିଷୟ ରାଷ୍ଟ୍ର ହେବା ପରେ ସବୁଆଡ଼ୁ ପୋଲିସକୁ ସମାଲୋଚନା କରାଯାଉଛି। ଅପରାଧୀ ଯେତେ ଭୟଙ୍କର ହେଲେ ମଧ୍ୟ ତାଙ୍କୁ ପିଟି ମାରିବାର ଅଧିକାର ପୋଲିସର ନାହିଁ। ପୁରୀ ବାସିନ୍ଦା କୁହାକୁହି ହେଉଛନ୍ତି ଯେ, ଥାନା ଭିତରେ ଉଚ୍ଚପାହ୍ୟା ଅଫିସର ଖୋଦ୍‌ ବାଡ଼େଇଥିବାରୁ ଜଣକ ମୃତ୍ୟୁ ଘଟିଥିଲା। କିନ୍ତୁ ଏହି ଘଟଣାରେ ‘ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌’ ନ୍ୟାୟରେ ଜଣେ କନିଷ୍ଠ ଅଧିକାରୀ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଗଲା। କୌଣସି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ଆପରାଧିକ କାର୍ଯ୍ୟ ଧରାପଡ଼ିଗଲେ ଉତ୍ତ୍ୟକ୍ତ ଜନତା ତାଙ୍କୁ ସେହିଠାରେ ବାଡ଼େଇଥାଆନ୍ତି। ସେତେବେଳେ ପୋଲିସ ହସ୍ତକ୍ଷେପ କରି ଅପରାଧୀଙ୍କୁ ମୁକୁଳେଇ ଆଣେ। ସୁରକ୍ଷା ଦେବା ବଦଳରେ ପୋଲିସ ଯେତେବେଳେ ଅପରାଧୀଙ୍କ ପ୍ରତି ହିଂସ୍ର ହୋଇଯାଇଥାଏ, ସ୍ଥଳବିଶେଷରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥାଏ। ଏହିଭଳି ହାଜତ ମୃତ୍ୟୁର ବିଭିନ୍ନ କାରଣ ଥାଇପାରେ ବୋଲି ମନେହେଉଛି।
ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଉଚ୍ଚପଦସ୍ଥ ଅଫିସରମାନେ ନିଜେ ତଦନ୍ତରେ ବିଶ୍ୱାସ କରୁ ନ ଥିବା ହେତୁ ତଳପାହ୍ୟା ଅଫିସର ସେଥିରେ ପଶୁନାହାନ୍ତି। ଫଳସ୍ବରୂପ ପିଟାମରା କରି ବୟାନ ଲେଖେଇନେବା ହୋଇଯାଇଛି ପୋଲିସର ଚରିତ୍ର। ଏଭଳି ସ୍ବଭାବକୁ ସାଧାରଣ ଲୋକଙ୍କ ବିପଜ୍ଜନକ ମତ ପ୍ରୋତ୍ସାହନ ଦେଉଛି। ଆମେ ସମସ୍ତେ ଭାବୁଛେ ଅପରାଧୀକୁ ତତ୍‌କ୍ଷଣାତ୍‌ ଦଣ୍ଡ ମିଳିବା ଉଚିତ, ସେଥିପାଇଁ ପୋଲିସ ଯେତେ ବାଡ଼େଇବ ସେତେ ଭଲ। ଏଭଳି ମାନସିକତା ପୋଷଣ କରୁଥିବା ନାଗରିକ ଭୁଲିଯାଆନ୍ତି ଯେ ଅପାରଗତା ଯୋଗୁ ବାଡ଼ଉଥିବା ପୋଲିସ ତା’ର ତଦନ୍ତ ଶକ୍ତି ନ ଥିବା ହେତୁ ଭୁଲ୍‌ ବ୍ୟକ୍ତି ବିରୋଧରେ ଦୋଷାରୋପ କରି ନିଜ ଦାୟିତ୍ୱ ଖସାଇ ଦେଇଥାଏ। ଆଜି ଅନ୍ୟ କାହାରି ଭାଇ କିମ୍ବା ପୁତ୍ରକୁ ପିଟିକରି ମାରିଦେଇଥିବା ପୋଲିସ ସପକ୍ଷରେ ଯାଉଥିବା ବ୍ୟକ୍ତିମାନେ ଭୁଲିଯାଉଛନ୍ତି ଯେ ଆଗାମୀ ଦିନଗୁଡ଼ିକରେ ସିଏ ନିଜେ କିମ୍ବା ତାଙ୍କରି କୌଣସି ଆତ୍ମୀୟ ପୋଲିସର ଏହି ଅପାରଗତାର ଶିକାର ହୋଇପାରନ୍ତି। ସେଭଳି ସ୍ଥିତି ଉପୁଜିଲେ ତାଙ୍କ ପାଇଁ କହିବାକୁ କେହି ଆସିବେ ନାହିଁ। ଏଭଳି ଘଟଣାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଗତବର୍ଷ ନଭେମ୍ବରରେ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦଠାରେ। ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରି ହତ୍ୟା କରିଥିଲେ। ପରେ ଅପରାଧୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ମାରିଦେଇଥିଲା। ଦେଶବ୍ୟାପୀ ହାଇଦ୍ରାବାଦ ପୋଲିସକୁ ଲୋକେ ପ୍ରଶଂସା କରିଥିଲେ। ବାସ୍ତବରେ ଶିକ୍ଷିତ ସମାଜରେ ପୋଲିସ ଦଣ୍ଡ ଦେବା କେବେହେଲେ ଗ୍ରହଣୀୟ ହେବାକଥା ନୁହେଁ। ହାଇଦ୍ରାବାଦ ଘଟଣାକୁ ଦେଖିଲେ ଆଜି ମଧ୍ୟ କେହି କହିପାରିବେ ନାହିଁ ଯେ, ପୋଲିସ ମାରିଥିବା ସେହି ଚାରିଜଣ ବ୍ୟକ୍ତି ପ୍ରକୃତରେ ବଳାତ୍କାରୀ ଓ ହତ୍ୟାକାରୀ ଥିଲେ ବୋଲି। ପୋଲିସ ଯେକୌଣସି ଚାରିଜଣଙ୍କୁ ଆଣି ଗୁଳିକରି ମାରିଦେବା ଫଳରେ ଲୋକଙ୍କ ପ୍ରଶଂସା ପାଇଲା ଏବଂ ଉତ୍ତେଜନାକୁ ପ୍ରଶମିତ କରିବା ସହିତ ନିଜର ଅପାରଗତାକୁ ଲୁଚାଇ ଦେଇପାରିଲା।
ଏଠାରେ ମନେପଡ଼େ ବମ୍ବେ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅଜମଲ୍‌ କସବଙ୍କ ଭଳି ଆତଙ୍କବାଦୀଙ୍କୁ ଜେଲରେ ସୁରକ୍ଷା ଦିଆଯିବାଠାରୁ ଆରମ୍ଭ କରି ତାଙ୍କ ଲାଗି ଅନେକ ଅର୍ଥ ଖର୍ଚ୍ଚ କରାଗଲା। ଯେହେତୁ ଏହା ଅନ୍ତର୍ଜାତୀୟ ଘଟଣାରେ ପରିଣତ ହୋଇଥିଲା, ସେଥିପାଇଁ ବିଦେଶୀ ତର୍ଜମାକୁ ଆଖିରେ ରଖି ସମ୍ପୂର୍ଣ୍ଣ ତଦନ୍ତ ଏବଂ ନ୍ୟାୟିକ ବ୍ୟବସ୍ଥା ଦେଇ କାର୍ଯ୍ୟ କରାଯାଇଥିଲା। ତାହା ହେଉଛି ଉଚିତ ପନ୍ଥା। ତତ୍‌କ୍ଷଣାତ୍‌ ନ୍ୟାୟ ଦେବା ପାଇଁ କୌଣସି ପୋଲିସ ବାହିନୀ ପାଖରେ ସାମର୍ଥ୍ୟ ନାହିଁ। ଭାରତରେ ପୋଲିସରେ ଭର୍ତ୍ତି ହେଉଥିବା ବ୍ୟକ୍ତିମାନେ କ୍ଷମତା ଦେଖାଇବାରେ ମତ୍ତ ହୋଇଯାଉଛନ୍ତି। ଅନେକ ସମୟରେ ନିରୀହଙ୍କୁ ଦଣ୍ଡିତ କରିବା ପୋଲିସର ଚରିତ୍ର ପାଲଟିଯାଇଛି। ଏହାର ଅନେକ ଦୃଷ୍ଟାନ୍ତ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଏବଂ ଆମ ରାଜ୍ୟରେ ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶରୁ ବୁଝାପଡ଼ିଯାଉଛି। କିନ୍ତୁ କୌଣସି ପରିବର୍ତ୍ତନ ହୋଇପାରୁ ନାହିଁ। ଏଭଳି ସ୍ଥଳେ ଦୋଷୀ ପୋଲିସଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଦରକାର। ମାତ୍ର ବଦଳି ଏକ ଦଣ୍ଡ ନୁହେଁ।
ବହୁବର୍ଷ ଧରି ଭାରତରେ ପୋଲିସ ସଂସ୍କାର ସମ୍ପର୍କରେ ଅନେକ କଥା ଶୁଣିବାକୁ ମିଳୁଛି। ସେହି ସଂସ୍କାର ସମ୍ବନ୍ଧୀୟ ଆଲୋଚନା କେଉଁ ପ୍ରକାର ଗାଡ଼ି, ଭିଏଚ୍‌ଏଫ୍‌ ଯନ୍ତ୍ରପାତି, ଆଧୁନିକ ବନ୍ଧୁକ ଭଳି ବିଷୟରେ ସୀମିତ ରହିଯାଉଛି। ବାସ୍ତବରେ ଆବଶ୍ୟକତା ହେଉଛି ପୋଲିସ କର୍ମଚାରୀ ବିଶେଷକରି ଭାରତୀୟ ପୋଲିସ ସେବା (ଆଇପିଏସ୍‌) ସ୍ତରରେ ମାନସିକ ପରିବର୍ତ୍ତନ କରିବା ସକାଶେ ମନସ୍ତାତ୍ତ୍ୱିକ ପ୍ରଶିକ୍ଷଣ ନିତାନ୍ତ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri