୧୫ରୁ କମ୍‌ ପିଲା ଥିଲେ ମିଶ୍ରଣ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ) :ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲ୍ଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ସିଡ୍ୟୁଲ ଏରିଆ ବା ଅନୁସୂଚିତ ଅଞ୍ଚଳ ପାଇଁ ଏହି ବ୍ୟବସ୍ଥା କରାଯିବ। ପୂର୍ବରୁ ୨୦୧୩ ନୂଆ ନିୟମ ଅନୁସାରେ ନନ୍‌ ସିଡ୍ୟୁଲ ଅଞ୍ଚଳରେ ୪୦ ପିଲା ଓ ସିଡ୍ୟୁଲ ଅଞ୍ଚଳରେ ୨୫ପିଲାରୁ କମ୍‌ଥିଲେ ସ୍କୁଲ ବନ୍ଦ ହୋଇପାରିବାର ବ୍ୟବସ୍ଥା ରହିଥିଲା। ଓଡ଼ିଶାର ସିଡ୍ୟୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ ବନ୍ଦ ହେବା ନିଷ୍ପତ୍ତିକୁ ବିରୋଧୀ କଡ଼ା ସମାଲୋଚନା କରିବା ପରେ ରବିବାର ଗୃହରେ ବିବୃ୍‌ତିି ରଖି ସ୍କୁଲ ମିଶ୍ରଣ ସପକ୍ଷରେ ମନ୍ତ୍ରୀ ଦାଶ ସଫେଇ ଦେଇଥିଲେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩ ହଜାର ଟଙ୍କା ଲେଖାଏ ଏକକାଳୀନ ରାଶି ପ୍ରଦାନ କରାଯିବ। ଏହାବାଦ ଶିକ୍ଷା ଅଧିକାର ଆଇନ ଅନୁସାରେ ଏସ୍କର୍ଟ ଆଲାଉନ୍ସ ବାବଦକୁ ମାସିକ ୬୦୦ ଟଙ୍କା ଲେଖାଏ ଦେବାର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ଗୃହରେ କହିଛନ୍ତି।
ରାଜ୍ୟରେ ଏବେ ମୋଟ ୬୭,୦୦୦ ବିଦ୍ୟାଳୟ ରହିଥିବାବେଳେ ଗଣଶିକ୍ଷା ବିଭାଗ ଦ୍ୱାରା ୫୨,୦୦୦ ସ୍କୁଲ ପରିଚାଳିତ ହେଉଛି। ୨୦୦୨-୦୩ ରୁ ଏଯାବତ୍‌ ରାଜ୍ୟରେ ୨୧,୯୨୫ ସ୍କୁଲ ବଢିଛି। ସଂଖ୍ୟାଧିକ ଛୋଟ ଛୋଟ ବିଦ୍ୟାଳୟ ରହିବା ଦ୍ୱାରା ଶିକ୍ଷାର ମାନ ହ୍ରାସ ପାଉଛି। ଆଦିବାସୀ ବହୁଳ ଜିଲାଗୁଡ଼ିକରେ ରହିଥିବା ସରକାରୀ ଆବାସିକ ବିଦ୍ୟାଳୟ ପ୍ରତି ଅଧିକ ଛାତ୍ରୀଛାତ୍ର ଆକୃଷ୍ଟ ହେଉଛନ୍ତି। ଫଳରେ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟା ହାତକୁ ନିଆଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି ଅଧ୍ୟାୟ ୭ରେ ଏନେଇ ଉଲ୍ଲେଖ ରହିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲ ବନ୍ଦ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କୌଣସି କାର୍ଯ୍ୟ କରି ନାହାନ୍ତି। ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ। ଏବେ ରାଜ୍ୟରେ ୧୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲରେ ୪୦ରୁ କମ୍‌ ଛାତ୍ରୀଛାତ୍ର ଅଛନ୍ତି। ସେଥିରୁ ୭,୭୨୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୃହତ୍ତର ବିଦ୍ୟାଳୟ ସୃଷ୍ଟି, ନିମ୍ନ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟକୁ ଉଚ୍ଚଶ୍ରେଣୀ ସ୍କୁଲକୁ ଉନ୍ନୀତ କରିବା ଓ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକସ୍ତରର ଶିକ୍ଷାଦାନ ଏକତ୍ରୀକରଣର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟ ଏକତ୍ରୀକରଣ ନୀତିକୁ କାର୍ଯ୍ୟକାରୀ କରିବା ସମୟରେ ସ୍ଥାନୀୟ ସମସ୍ୟା, ଭୌଗୋଳିକ ସ୍ଥିତି, ପ୍ରାକୃତିକ ପ୍ରତିବନ୍ଧକ ଆଦିକୁ ଦୃଷ୍ଟିରେ ରଖାଯାଇଥିବା ଦାଶ କହିଛନ୍ତି।
ଗୃହରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ପ୍ରମୁଖ ସିଡ୍ୟୁଲ ଏରିଆ, କେବିକେ ଅଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଥିବା ସ୍କୁଲ୍‌କୁ ମିଶ୍ରଣ ନ କରିବାକୁ ଦାବି କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ଦାଶ ସିଡ୍ୟୁଲ୍‌ ଏରିଆରେ ନିୟମ କୋହଳ କଥା ଘୋଷଣା କରିଥିଲେ ହେଁ କେବିକେ କିମ୍ବା ପାହାଡ଼ିଆ ଅଞ୍ଚଳ କଥା କିଛି କହି ନ ଥିଲେ, ଯାହାକୁ ନେଇ ମନ୍ତ୍ରୀଙ୍କ ବିବୃତି ସମୟରେ ଉଭୟ କଂଗ୍ରେସ ଓ ଭାଜପା ବିରୋଧ କରିଥିଲେ।
ପ୍ରକାଶ ଯେ, ରାଜ୍ୟର ୬ଜିଲା ଯଥା ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ାକୁ ସମ୍ପୂର୍ଣ୍ଣ ସିଡ୍ୟୁଲ୍‌ ଏରିଆଭାବେ ଘୋଷଣା କରାଯାଇଥିବାବେଳେ ୭ ଜିଲା ସମ୍ବଲପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ବାଲେଶ୍ୱରର କେତେକ ଅଞ୍ଚଳକୁ ସିଡ୍ୟୁଲ୍‌ ଏରିଆ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri