Posted inଖେଳ

ଦେବାଶିଷ, ଦିବ୍ୟଦର୍ଶିନୀ କ୍ରିକେଟର ଅଫ୍‌ ଦି ଇୟର

ଭୁବନେଶ୍ୱର,୨୨ା୧୧(ସ୍ପୋଟର୍‌ସ ବ୍ୟୁରୋ)-ସିଜନ ୨୦୧୯-୨୦ ପାଇଁ ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସିଲେକ୍ସନ କମିଟି ଗତ ସିଜନରେ ସଫଳତା ହାସଲ କରିଥିବା ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ କରିଛି। ବ୍ୟାଟ୍ସମ୍ୟାନ ଦେବାଶିଷ ୨୦୧୯-୨୦ ସିଜନରେ ବେଶ୍‌ ସଫଳ ରହିଥିଲେ। ରଣଜୀ ଟ୍ରଫିରେ ରାଜ୍ୟ ଦଳ ପାଇଁ ତାଙ୍କର ବିଶେଷ ଯୋଗଦାନ ରହିଥିଲା। ସେ ୮ଟି ମ୍ୟାଚରେ ୧୨ଟି ଇନିଂସ ଖେଳି ୫୩.୫୦ ହାରରେ ୫୩୫ ରନ ସ୍କୋର କରିଥିଲେ। ସେଥିରେ ୨ଶତକ ଓ ୨ ଅର୍ଦ୍ଧଶତକ ସାମିଲ। ଗତ ରଣଜୀ ସିଜନରେ ସେ ୨ ଛକା ଓ ୭୭ ଚୌକା ମାରିଥିଲେ। ସେହିପରି ଅଲରାଉଣ୍ଡର ଦିବ୍ୟଦର୍ଶିନୀ ଗତ ସିଜନରେ ୫୦ ଓଭର ବିଶିଷ୍ଟ ଜାତୀୟ ଏକଦିବସୀୟ ପ୍ରତିଯୋଗିତାରେ ୨୦୪ ରନ ସ୍କୋର କରିବା ସହ ୮ଟି ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ। ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ବି’ ତରଫରୁ ଖେଳି ସେ ୪ଟି ମ୍ୟାଚରୁ ୭ ଉଇକେଟ ପାଇଥିଲେ। କେବଳ ସେତିକି ନୁହେଁ ଇମର୍ଜିଂ ଏସିଆ କପ୍‌, ଇମର୍ଜିଂ ଇଣ୍ଡିଆ ଦଳ ସହ ବାଂଲାଦେଶ ଗସ୍ତ ଏବଂ ଟି୨୦ ଇମର୍ଜିଂ ଚତୁଃକୋଣୀୟ ମୁକାବିଲାରେ ମଧ୍ୟ ସେ ବେଶ୍‌ ସଫଳ ରହିଥିଲେ। ପୁରସ୍କାର ପାଇଁ ମନୋନୀତ ଏହି ଦୁଇ ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କୁ ଏକ ସ୍ବତନ୍ତ୍ର ଉତ୍ସବରେ ୩୧ ହଜାର ଟଙ୍କାର ଏକ ଚେକ୍‌, ପ୍ରଶସ୍ତୀପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ସହିଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି। ସ୍ପୋଟର୍‌ସ ଜର୍ନାଲିଷ୍ଟ ସନାତନ ପାଣି, ସୁଶାନ୍ତ ମହାନ୍ତି, ସୁରେଶ ସ୍ବାଇଁ, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ୱାଳ, ତପନ ସ୍ବାଇଁ, ହିମାଂଶୁ ପତି ମିଶ୍ର, ସମୀର ରାଉତ୍‌, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର, ଶକ୍ତି ପ୍ରସାଦ ନନ୍ଦ ଓ ସମ୍ବିତ ମହାପାତ୍ର, ଏହି ପୁରସ୍କାରର ପ୍ରାୟୋଜକ ତଥା ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ଏବଂ ସହିତ ସ୍ପୋର୍ଟିଂ କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ସିଲେକ୍ସନ କମିଟି ଏକ ଭର୍ଚୁଆଲ ବୈଠକରେ ପୁରସ୍କାର ବିଜେତା ଦ୍ୱୟଙ୍କୁ ମନୋନୀତ କରିଥିଲେ। ଦେବାଶିଷଙ୍କର ଏହା ପ୍ରଥମ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହୋଇଥିବାବେଳେ ଦିବ୍ୟଦର୍ଶିନୀଙ୍କର ଏହା ଦ୍ୱିତୀୟ ପୁରସ୍କାର। ପୂର୍ବରୁ ସେ ୨୦୧୭-୧୮ ସିଜନ ପାଇଁ ପୁରସ୍କୃତ ହୋଇ ସାରିଛନ୍ତି। ଓଡ଼ିଶା କ୍ରୀଡ଼ାଜଗତର ସର୍ବପୁରାତନ ଏବଂ ନିୟମିତ ପ୍ରଦାନ କରାଯାଇ ଆସୁଥିବା ଏହି ବାର୍ଷିକ ପୁରସ୍କାର ୧୯୯୨-୯୩ ସିଜନରୁ ଆରମ୍ଭ ହୋଇଥିଲା। ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହନ କରିବା ଏହାର ମୂଳ ଲକ୍ଷ୍ୟ। ପ୍ରଥମେ କେବଳ ପୁରୁଷ ଖେଳାଳିଙ୍କୁ ପୁରସ୍କୃତ କରାଯାଉଥିଲେ। ପରେ ୨୦୧୩-୧୪ ସିଜନରୁ ପ୍ରଥମ କରି ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବା ଧାରା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri