ବିଷାକ୍ତ ହେଉଛି ଭୂତଳ ଜଳ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ, କ୍ଷତିକାରକ ଦ୍ରାବକ, ଶିଳ୍ପାଞ୍ଚଳ ଓ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ଯୋଗୁ ରାଜ୍ୟର ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଛି। ପାଣିରେ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ଫ୍ଲୋରାଇଡ୍‌, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି, ଜିଙ୍କ, ଟୋଟାଲ କଲିଫର୍ମ, ଆଇରନ, ନାଇଟ୍ରେଟ ଆଦିର ପରିମାଣ ବଢ଼ିବାରେ ଲାଗିଛି। ଏହି କାରଣରୁ ଏକଦା ମିଠା ଲାଗୁଥିବା ପାଣି ଏବେ କ୍ଷାର ଏବଂ ଲବଣାକ୍ତ ହୋଇଛି। ଫଳରେ ୨୭ ସହରାଞ୍ଚଳରେ ଭୂତଳ ଜଳ ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ତାଳଚେର, ବରଗଡ଼, ପଦମ୍‌ପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଝାରସୁଗୁଡ଼ା, ଯୋଡ଼ା, ବାରିପଦା, ନବରଙ୍ଗପୁର, ନୟାଗଡ଼, ଢେଙ୍କାନାଳ, ତରଭା, ସୋନପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା ଏବଂ ପଟ୍ଟାମୁଣ୍ଡାଇ। ବିଶେଷକରି ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଏହା ଆଗାମୀ ଦିନରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି-ଖଡ଼ଗପୁର), ମୁମ୍ବାଇସ୍ଥିତ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ହୋମି ଭାବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟର ଏକ ଟିମ୍‌ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କୂପ, ନଳକୂପର ୨୨ ସ୍ଥାନ ସମେତ ବର୍ଷାଜଳ, ନଦୀ ଏବଂ ଝରଣାରୁ ନମୁନା ସଂଗ୍ରହ କରିଥିଲେ। ପରୀକ୍ଷଣରୁ ଏସବୁ ଜଳ ନମୁନାରେ ମନୁଷ୍ୟ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ମାତ୍ରାଧିକ ଫ୍ଲୋରାଇଡ୍‌ ଏବଂ ନାଇଟ୍ରେଟ୍‌ ରହୁଥିବା ଜଣାପଡ଼ିଛି। ବର୍ଷାଜଳରେ ଏସିଡ୍‌ ପରିମାଣ କମ୍‌ ରହିଥିବା ବେଳେ ଭୂଗର୍ଭ ଜଳରେ ଫ୍ଳୋରାଡ, ଇଲେକ୍ଟ୍ରିକାଲ କଣ୍ଡକ୍ଟିଭିଟି ପରିମାଣ ବେଶି ଥିବା ଏହି ଗବେଷଣାରୁ ଜଣାପଡ଼ିଛି।
ଜଳନମୁନା ସଂଗ୍ରହ କରାଯାଇଥିବା ସ୍ଥାନଗୁଡ଼ିକରେ ଭୂଗର୍ଭ ଜଳରେ ୪୦%ରୁ ଅଧିକ ଫ୍ଲୋରାଇଡ୍‌ ରହୁଛି। ଏପରିକି କେତେକ ନମୁନାରୁ ଲିଟର ପିଛା ୩.୫ ମିଲିଗ୍ରାମ୍‌ ଯାଏ ଫ୍ଲୋରାଇଡ୍‌ ଠାବ କରାଯାଇଛି। ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌) ମାନକ ଅନୁଯାୟୀ, ୧ ଲିଟର ଜଳରେ ୧ ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ ରହିଲେ ତାହା ଶରୀର ପାଇଁ କ୍ଷତିକାରକ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୧ଟି ସହର ଯଥା ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ପାରାଦୀପ, ସୁକିନ୍ଦା, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଏବଂ ତାଳଚେରର ୪୮ଟି ସ୍ଥାନରେ ଭୂତଳ ଜଳର ଗୁଣାତ୍ମକମାନକୁ ଏପ୍ରିଲ ଓ ଅକ୍ଟୋବରରେ ନିୟମିତ ଭାବେ ପରୀକ୍ଷା କରାଯାଉଛି। ସେଥିରୁ ୬ଟି ସ୍ଥାନରେ ଅମ୍ଳ, ଗୋଟିଏ ସ୍ଥାନରେ ନାଇଟ୍ରେଟ, ୧୦ଟି ସ୍ଥାନରେ ଲୌହ ଏବଂ ୨୯ଟି ସ୍ଥାନରେ ଟୋଟାଲ କଲିଫର୍ମ ପରିମାଣ ନିର୍ଦ୍ଧାରିତ ମାନକଠାରୁ ଊର୍ଦ୍ଧ୍ୱରେ ରହୁଛି। ପାଣିର ମାନ ଦିନକୁ ଦିନ ବିଗୁଡୁଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ପୌରାଞ୍ଚଳର ଅଧିକାରୀ, ଜିଲା ପ୍ରଶାସନ ଓ ଜନସ୍ବାସ୍ଥ୍ୟ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିବା ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୫ଟିରେ ଭୂତଳ ଜଳ ସମସ୍ୟା ଦେଖାଦେଲାଣି। ସମ୍ପୃକ୍ତ ବ୍ଲକଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ଼। ଏହିସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ ବ୍ଲକରେ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କେତେକ ସ୍ଥାନରେ ଜଳ ଲବଣାକ୍ତ ରହୁଥିବା ଗବେଷଣାରୁ ଜଣାପଡ଼ିଛି।
ସହରାଞ୍ଚଳଗୁଡ଼ିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ମଧ୍ୟରୁ ୪୦ ପ୍ରତିଶତ ଭୂତଳ ଜଳ। ଏହାଛଡ଼ା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋର୍‌ୱେଲ ଜରିଆରେ ପାଣି ଉଠାଉଛନ୍ତି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଭୂତଳ ଜଳ ବ୍ୟବହାର ପରିମାଣ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଜଳର ମାନ ପରୀକ୍ଷା କରି ବ୍ୟବହାର ଉପଯୋଗୀ କରା ନ ଗଲେ ଆଗକୁ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri