ମୋ ଧାମ ମୋ ଗର୍ବ ଅଭିଯାନ: ସାଇକେଲରେ ବୁଲି ସ୍ଥିତି ପରଖିଲେ ଜିଲାପାଳ

ପୁରୀ ଅଫିସ,୧୩ା୧୧: ସ୍ବଚ୍ଛତା କ୍ଷେତ୍ରରେ ପୁରୀ ହେବ ଦେଶର ଏକ ନମ୍ବର ସହର। ୨୦୨୧ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀକୁ କିପରି ଏହି ମାନ୍ୟତା ମିଳିବ ସେଥିଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଚାଲିଛି। ଏଥିଲାଗି ମୋ ଧାମ, ମୋ ଗର୍ବ ଅଭିଯାନ ଆରମ୍ଭ କରାଯାଇଥିଲା। ସପ୍ତାହବ୍ୟାପୀ ଏହି ଅଭିଯାନ ବେଳେ ସହରବାସୀଙ୍କ ମଧ୍ୟରେ ସ୍ବଚ୍ଛତାର ବାର୍ତ୍ତା ଦେବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପବିତ୍ର ମାଟିରେ ଅଳିଆ ପଡ଼ିବାକୁ ଦେବା ନାହିଁ ବୋଲି ସହରବାସୀ ଶପଥ ନେଇଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ଏହି ଅଭ୍ୟାସ ଏବଂ ସ୍ବଚ୍ଛତା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଜିଲାପାଳ ବଲୱନ୍ତ ସିଂ ପରଖିଛନ୍ତି। ଗତ ଦୁଇଦିନ ହେଲା ଜିଲାପାଳ ସକାଳୁ ସାଇକେଲ ଧରି ସହରର ବିଭିନ୍ନ ଗଳିକନ୍ଦି ଏବଂ ମଠ ବୁଲୁଛନ୍ତି। ଯଦି କେଉଁଠି ଆବର୍ଜନା ଗଦା ହୋଇଥିବା ଦେଖୁଛନ୍ତି ତୁରନ୍ତ ତାହାକୁ ଉଠାଇବା ବ୍ୟବସ୍ଥା କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି। ଗୁରୁବାର ଜିଲାପାଳ ବଡ଼ ଓଡ଼ିଆ ମଠ, ରାଧାକାନ୍ତ ମଠ ଓ ଜିୟର ସ୍ବାମୀ ମଠକୁ ଯାଇଥିଲେ। ମଠ ପରିସର ବୁଲିବା ସହ ପ୍ରତ୍ୟହ ଆବର୍ଜନାକୁ ପୃଥକୀକରଣ କରି ସ୍ବଚ୍ଛ ସବାରିରେ ଦିଆଯାଉଛି କି ନାହିଁ ପଚାରିଥିଲେ। ଅତିବଡ଼ି ଜଗନ୍ନାଥ ଦାସଙ୍କ ସାଧନା ପୀଠ ବଡ଼ ଓଡ଼ିଆ ମଠର ସୁରକ୍ଷା ବିଷୟରେ ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ଚୌହଦୀରେ ଉଚ୍ଛେଦ କାର୍ଯ୍ୟ ଯୋଗୁ ଜମା ହୋଇଥିବା କଠିନ ଆବର୍ଜନା ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରୁ ମହାପ୍ରସାଦର ବଳକା ଅଂଶ, ଲାଗି ଫୁଲ, ତୁଳସୀ ଆଦିକୁ ସସମ୍ମାନ ସ୍ଥାନାନ୍ତର ପାଇଁ ନିୟୋଜିତ କୈବଲ୍ୟ ରଥ ଠିକ୍‌ ଭାବେ କାମ କରୁଛି ନା ନାହିଁ ତାହାର ଅନୁଧ୍ୟାନ କରିଥିଲେ। ଜିଲାପାଳଙ୍କ ସହ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri