ସୂତାକଳରେ ଅନିଚ୍ଛାର ତାଲା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ଓଡ଼ିଶାର ୧୨ଟି ଜିଲାରୁ ବର୍ଷକୁ ପ୍ରାୟ ୧୦କୋଟି କିଲୋ କପା ଉତ୍ପାଦନ ହେଉଛି। ହେଲେ ଏହାକୁ ବ୍ୟବହାର କରିବାକୁ ଗୋଟିଏ ହେଲେ ସୂତାକଳ ନାହିଁ। ରାଜ୍ୟର ୬ଟି ସମବାୟ ଭିତ୍ତିକ ସୂତାକଳରେ ଏବେ ତାଲା ଝୁଲୁଥିବାବେଳେ କଳାହାଣ୍ଡି ଜିଲା କେଶିଙ୍ଗା ସୂତାକଳରେ କେବଳ ତୁଳାଭିଣା ୟୁନିଟ୍‌ କାମ କରୁଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଗୋଟିଏପଟେ କାମ ନ ପାଇ ଲକ୍ଷାଧିକ ବେକାର ଯୁବତୀଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେପଟେ ବିପୁଳ ପରିମାଣରେ କପା ଉତ୍ପାଦନ ହେଉଥିଲେ ମଧ୍ୟ ସୂତାକଳ ଓ ଟେକ୍ସଟାଇଲ ପାର୍କ ନ ଥିବାରୁ ରାଜ୍ୟ ବିପୁଳ ପରିମାଣରେ ନିଯୁକ୍ତି ସୁଯୋଗ ହରାଉଛି।
ଓଡ଼ିଶାରେ ଏବେ ୧,୨୨,୩୩୫ଜଣ ବୁଣାକାର ହସ୍ତତନ୍ତ ବୟନ ବୃତ୍ତି ଆପଣାଇ ଏହା ମାଧ୍ୟମରେ ପରିବାର ପ୍ରତିପୋଷଣ କରୁଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ପରିବାର ଏହି ଶିଳ୍ପ ଉପରେ ନିର୍ଭର କରିଥାନ୍ତି। ବୁଣାକାରଙ୍କ ଚାହିଦା ଅନୁଯାୟୀ ଓଡ଼ିଶାରେ ହାରାହାରି ୯୫କୋଟି ଟଙ୍କାର ସୂତା ଆବଶ୍ୟକ ହେଉଥିବାବେଳେ ରାଜ୍ୟରେ ଏଯାବତ୍‌ ଗୋଟିଏ ବି ସୂତାକଳ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଓଡ଼ିଶାରେ ବିପୁଳ ପରିମାଣରେ କପା ଚାଷ ହେଉଥିବାରୁ ରାଜ୍ୟର ବୁଣାକାରମାନଙ୍କ ସୂତାର ଆବଶ୍ୟକତା ପୂରଣ କରିବାକୁ ସରକାରୀସ୍ତରରେ ସୂତାକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି। ସେହିଭଳି ବୟନ ଶିଳ୍ପର ବିକ୍ରୟ ଓ ପ୍ରଚାର ପ୍ରସାର ନିମନ୍ତେ ପଶ୍ଚିମ ଓଡ଼ିଶାରେ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବାକୁ ମଧ୍ୟ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ହେଲେ ସୂତାକଳ ନ ଥିବାରୁ ଉତ୍ପାଦିତ କପାର ଅଧିକାଂଶ ଭାଗ ଅନ୍ୟ ରାଜ୍ୟକୁ ଚାଲିଯାଉଛି। ଏନେଇ ଟେକ୍ସଟାଇଲର ଆସିଷ୍ଟାଣ୍ଟ ଡାଇରେକ୍ଟର ଦେବରାଜ ସାହୁ କହିଛନ୍ତି, ସରକାର ମଣ୍ଡି ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ କପା କିଣିଥାନ୍ତି। ଓଡ଼ିଶାରେ ସୂତାକଳ ନ ଥିବାରୁ ବାହାର ରାଜ୍ୟକୁ ଏହି କପା ରପ୍ତାନୀ ହୋଇଥାଏ। କେସିଙ୍ଗା ସୂତାକଳରେ ଏବେ ତୁଳାଭିଣା କାର୍ଯ୍ୟ ହେଉଛି। ରାଜ୍ୟରୁ ଉତ୍ପାଦିତ କପାର କିଛି ଭାଗ ସେଠାକୁ ଯାଉଥିବାବେଳେ ବଳକା କପା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକୁ ବିକ୍ରି ହୋଇଥାଏ। ତାମିଲନାଡ଼ୁକୁ ଓଡ଼ିଶାର ସିଂହଭାଗ କପା ଯାଇଥାଏ। ଏହାବ୍ୟତୀତ ପଞ୍ଜାବକୁ ମଧ୍ୟ କପା ବିକ୍ରି ହେଉଥିବା ସେ କହିଛନ୍ତି।
କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲା କପା ଉତ୍ପାଦନ କ୍ଷେତ୍ରରେ ଆଗରେ ରହିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରୁ ମୋଟ ୫,୭୮,୫୦୦ ବେଲ୍ସ ବା ୯ କୋଟି ୮୩ ଲକ୍ଷ ୪୫ ହଜାର କିଲୋ କପା ଉତ୍ପାଦନ ହୋଇଥିବାବେଳେ କଳାହାଣ୍ଡି ଜିଲାରୁ ସର୍ବାଧିକ ୨,୨୭,୨୪୦ ବେଲ୍ସ କପା ଉତ୍ପାଦନ ହୋଇଛି। ସେହିଭଳି ବଲାଙ୍ଗୀରରୁ ୧,୧୩,୨୫୦, ରାୟଗଡାରୁ ୧,୬୨,୨୮୦, ନୂଆପଡାରୁ ୩୨,୧୧୦ ଓ ସୁବର୍ଣ୍ଣପୁରରୁ ୧୫,୫୧୦ ବେଲ୍ସ କପା ଉତ୍ପାଦନ ହୋଇଛି। ଏହାବାଦ୍‌ ବରଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ଅନୁଗୋଳ ଜିଲାରୁ ମଧ୍ୟ କପା ଉତ୍ପାଦନ କରାଯାଉଛି। ହେଲେ ବରଗଡ଼ ଜିଲାରେ ଥିବା ଓଡିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳର କଳିଙ୍ଗ ସୂତାକଳ, ଖୋର୍ଦ୍ଧାର ଉତ୍କଳ ବୁଣାକାର ସମବାୟ ସୂତାକଳ, କଟକ ଜିଲାର ଆଠଗଡ଼ରେ ଥିବା ଜଗନ୍ନାଥ ବୁଣାକାର ସମବାୟ ସୂତାକଳ, ଜଗତ୍‌ସିଂହପୁର ଜିଲାର ସାରଳା ବୁଣାକାର ସମବାୟ ସୂତାକଳ ଓ ବାଲେଶ୍ୱର ଜିଲାର ଶ୍ରୀଗୋପୀନାଥ ବୁଣାକାର ସମବାୟ ସୂତାକଳରେ ଏବେ ତାଲା ଝୁଲିଛି। ଇତି ମଧ୍ୟରେ ବନ୍ଦ ହୋଇପଡ଼ିଥିବା ୬ ବୁଣାକାର ସମବାୟ ସୂତାକଳ ମଧ୍ୟରୁ ୩ଟିର ଘରୋଇକରଣ ମାଧ୍ୟମରେ ପୁନରୁଦ୍ଧାର ପାଇଁ ସ୍ଥିର ହୋଇଛି। ଏହାମଧ୍ୟରେ ବରଗଡ଼ର ଓଡ଼ିଶା ସୂତାକଳ, ଢେଙ୍କାନାଳ କଳିଙ୍ଗ ଓ ବାଲେଶ୍ୱରର ଶ୍ରୀଗୋପୀନାଥ ସୂତାକଳ ରହିଛି। ଶ୍ରୀଗୋପୀନାଥ ସୂତାକଳର ଘରୋଇକରଣ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ଜମି ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଏଭଳିସ୍ଥିତିରେ ରାଜ୍ୟ ବାହାରକୁ ଯାଉଥିବା କୁଶଳୀ ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଦେବାକୁ ଅଧିକ ସଂଖ୍ୟାରେ ସୂତାକଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବାକୁ ଦାବି ହୋଇଛି। ଏହି ଶ୍ରମିକମାନେ ଗୁଜରାଟ, କର୍ନାଟକ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ କୁଶଳୀ ସୂତା ଓ ଲୁଗା କାରିଗର ଭାବେ କାମ କରୁଥିବାରୁ ରାଜ୍ୟରେ ସୂତାକଳ କାର୍ଯ୍ୟକ୍ଷମ ହେଲେ ସେମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିଭଳି ଓଡ଼ିଶା ପୋଷାକ ନୀତି ୨୦୧୬ ଅନୁଯାୟୀ, ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପୋଷାକ ଓ ଟେକ୍ସଟାଇଲ୍ସ ପାର୍କ ପ୍ରତିଷ୍ଠା ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବୁଣାକାର ସଂଘ ପକ୍ଷରୁ କୁହାଯାଉଛି। ଓଡ଼ିଶା ଶିଳ୍ପୀ ମହାସଂଘ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି, ରାଜ୍ୟରେ ୩ଲକ୍ଷରୁ ଊର୍ଦ୍ଧ୍ୱ ବୁଣାକାର ଅଛନ୍ତି। ସେମାନଙ୍କ ସୂତା ଚାହିଦା ମେଣ୍ଟାଇବାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଅସମର୍ଥ। ସୂତା ପାଇଁ ଓଡ଼ିଶାର ବୁଣାକାରମାନଙ୍କୁ କର୍ନାଟକ, ଗୁଜରାଟ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିଭଳି ଟସର ଚାଷ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟସର କୋଷାକୁ ଜଙ୍ଗଲଜାତ ସାମଗ୍ରୀରୁ ବାଦ୍‌ ଦିଆଯାଇନି। ବୁଣାକାରମାନେ ଟସର ନେବା ଆଣିବାବେଳେ ବନ ବିଭାଗ ଅଧିକାରୀଙ୍କ କୋପର ଶିକାର ହେଉଛନ୍ତି। କଞ୍ଚାମାଲର ବ୍ୟବସ୍ଥା ନ କରି ସରକାର ଓଡ଼ିଶା ହସ୍ତତନ୍ତକୁ ଗ୍ଲୋବାଲ୍‌ ବ୍ରାଣ୍ଡ୍‌ କରିବା କଥା ଚିନ୍ତାକରିବା ଦୁର୍ଭାଗ୍ୟଜନକ ବୋଲି ଗୋପାଳପୁରର ଟସର ଶାଢି ବୁଣାକାର ଦୁର୍ଯ୍ୟୋଧନ ଚାନ୍ଦ କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri