ବଡ଼ଓଷାରେ ବସିବନି ଭଣ୍ଡାର

ଭୁବନ, ୯ା୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନର ପ୍ରାଚୀନ ବୁଦ୍ଧେଶ୍ୱର ଶୈବପୀଠରେ ଚଳିତବର୍ଷ ପ୍ରସିଦ୍ଧ ବଡ଼ଓଷା ପାଳନ ହେବନାହିଁ। କରୋନା ସଂକ୍ରମଣ ଏଡ଼ାଇବାକୁ ପ୍ରଶାସନିକ ନିଷ୍ପତ୍ତି ଅନୁଯାୟୀ ପଞ୍ଚକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ବନ୍ଦ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାରଣ ଥିବାବେଳେ ଭଣ୍ଡାର ମଧ୍ୟ ବସାଇପାରିବେ ନାହିଁ। ବିଶ୍ୱର ମଙ୍ଗଳ କାମନା କରି ମହାଦେବଙ୍କ ନିକଟରେ କେବଳ ଗୋଟିଏ ଭଣ୍ଡାର ଭୋଗ ଲାଗିହେବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମାନସିକଧାରୀ।
ବୁଦ୍ଧେଶ୍ୱର ଶୈବପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ଏଠାରେ ଅଧିକାଂଶ ପର୍ବପର୍ବାଣି ଆଡମ୍ବର ସହକାରେ ପାଳନ ହୋଇ ଆସୁଛି। ମହାଶିବରାତ୍ରି ପରେ ବଡ଼ଓଷା ଏଠାକାର ପ୍ରମୁଖ ପର୍ବ। ଏଥିରେ ଯୋଗଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଶେଷକରି ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭଣ୍ଡାର ଲାଗି କରିଥାନ୍ତି। ଦିନକର ଏହି କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ଉଠାଦୋକାନୀଙ୍କ ସମାଗମ ହେଉଥିବାବେଳେ ମନ୍ଦିର ପରିଚାଳନା କମିଟି ଭଲ ରାଜସ୍ବ ଆଦାୟ କରିଥାଏ। ହେଲେ ଚଳିତବର୍ଷ କରୋନା କଟକଣା ସବୁକିଛି ବିଗାଡ଼ି ଦେଇଛି। ଗତ ଅକ୍ଟୋବର ୧୯ରେ ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ଆବାହକତ୍ୱରେ ଜିଲାର ସମସ୍ତ ମଠ, ମନ୍ଦିର, ମସ୍‌ଜିଦର କର୍ମକର୍ତ୍ତାଙ୍କୁ ନେଇ ବୈଠକ ବସିଥିଲା। ସମସ୍ତଙ୍କ ମତାମତକୁ ଆଧାରରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାକୁ ବନ୍ଦ କରାଯିବା ପାଇଁ ସ୍ଥିର କରାଯାଇଛି। ଏ ନେଇ ବିଭିନ୍ନ ମନ୍ଦିର ବୋର୍ଡକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେଣୁ ପୀଠରେ ପ୍ରଥମ ଥର ପଞ୍ଚକ ବ୍ରତ, ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିବାରୁ ଭକ୍ତ ବଞ୍ଚତ୍ତ ହେବେ ବୋଲି ସ୍ପଷ୍ଟ ହୋଇଛି। ବଡ଼ଓଷାରେ ଠାକୁରଙ୍କ ବେଶନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ
ଜିଲାରେ ବଢ଼ୁଥିବା ସଂକ୍ରମଣ କାରଣରୁ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା ନୀତି ନିରାଡମ୍ବରରେ ସମ୍ପନ୍ନ ହେବ। ଶ୍ରଦ୍ଧାଳୁଙ୍କୁ ମନ୍ଦିର ବାରଣ କରାଯାଇଛି। ପୀଠରେ ସାଧାରଣ ଲୋକ ଭଣ୍ଡାର ବସାଇ ପାରିବେନାହିଁ। ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ

କାର୍ଯ୍ୟକ୍ରମ ସଙ୍କୁଚିତ କରାଯାଇଛି
ଦେବଦେବୀପୀଠ ପାଇଁ ଲାଗୁ କରାଯାଇଥିବା କୋଭିଡ୍‌ ନିୟମକୁ ଅଗ୍ରାଧିକାର ଦେଇ କାର୍ଯ୍ୟକ୍ରମ ସଙ୍କୁଚିତ କରାଯାଇଛି। କଟକଣା କୋହଳ କରାଯିବା ପରେ ନୀତିକାନ୍ତି ସମ୍ପନ୍ନ ହୋଇପାରିବ। ବଡ଼ଓଷାରେ ଠାକୁରଙ୍କ ଯଥାନୀତି କରାଯିବ। ଶ୍ରଦ୍ଧାଳୁଙ୍କ ଭଣ୍ଡାର ଭୋଗ ବସିବ ନାହିଁ।
-ନନ୍ଦକିଶୋର ସାହୁ, ମନ୍ଦିର କମିଟି ସଭାପତି

ଭକ୍ତ ନିରାଶ ହେବେ
ଦେବୋତ୍ତର ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଉଛି ା ପୀଠର ସମସ୍ତ ଉତ୍ସବ ବନ୍ଦ ରହିଛି। ବଡ଼ଓଷାରେ ଭଣ୍ଡାର ଲଗାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା। କରୋନା ଯୋଗୁ ଚଳିତବର୍ଷ ଭକ୍ତ ନିରାଶ ହେବ। ମନ୍ଦିର ରାଜସ୍ବ କମିଗଲେ ସମସ୍ୟା ଆହୁରି ଜଟିଳ ହେବ।
-ଶ୍ରୀଧର କୁମାର ବେହେରା, ମନ୍ଦିର କମିଟି ସମ୍ପାଦକ

କଟକଣା ଭିତରେ ଅନୁମତି ମିଳୁ
ଦୀର୍ଘବର୍ଷ ଧରି ବଡ଼ଓଷା କରିଆସୁଥିଲି। ଏହିଦିନ ସମସ୍ତଙ୍କ ପାଇଁ ଆନନ୍ଦର ଦିନ ହେଉଥିଲା। ଚଳିତବର୍ଷ କରୋନା ପାଇଁ ଦେବୋତ୍ତର ବିଭାଗ କଟକଣା ଜାରି କରିଛି। ସରକାରୀ କାର୍ଯ୍ୟକ୍ରମ ଭଳି ସାମାଜିକ ଦୂରତ୍ୱ ରଖି ଭଣ୍ଡାର ବସାଇବାକୁ ଅନୁମତି ଦିଆଯାଇଥିଲେ ଭଲ ହୁଅନ୍ତା।
-ବିଶ୍ୱଜିତା ସାହୁ, ଶ୍ରଦ୍ଧାଳୁ


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri