ହକ୍‌ ପାଇବାରୁ ନିର୍ମାଣ ଶ୍ରମିକ ବଞ୍ଚିତ

ଯାଜପୁର ଅଫିସ,୭।୧୧: କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଲିପ୍ତ ପଞ୍ଜୀକୃତ ଶ୍ରମିକମାନଙ୍କ ବିଭିନ୍ନ କଲ୍ୟାଣମୂଳକ କାମ ପାଇଁ ଓଡ଼ିଶାରେ ବିପୁଳ ପରିମାଣର ପାଣ୍ଠି ବିନିଯୋଗ ହୋଇଛି। କିନ୍ତୁ ୨୦୧୮-୧୯ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକମାନେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି, ଯାହାକି କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣକାରୀ ନିୟମ ଏବଂ ସମ୍ବିଧାନର ଧାରା ୨୬୬(୧)କୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡଙ୍କ ନଥିପତ୍ର ଯାଞ୍ଚ କରି ଏଭଳି ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା କରକୁ ବୋର୍ଡର ସଞ୍ଚୟ ବ୍ୟାଙ୍କ ଖାତାରେ ଚେକ୍‌/ଡ୍ରାଫ୍ଟ ମାଧ୍ୟମରେ ଜମା କରାଯାଉଥିଲା। ଏଥିଯୋଗୁ ରାଜ୍ୟର ସରକାରୀ କୋଷାଗାର(ଏକତ୍ରୀକୃତ ପାଣ୍ଠି)କୁ ସିଧାସଳଖ ଯାଉ ନ ଥିଲାବେଳେ ଶ୍ରମିକମାନଙ୍କ କଲ୍ୟାଣକାରୀ ପାଣ୍ଠିରେ ବ୍ୟାପକ ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
କୋଠବାଡି ନିର୍ମାଣ ଶ୍ରମିକ କଲ୍ୟାଣ ଉପକାର ନିୟମ ୧୯୯୬ ଏବଂ ଏହା ଅଧୀନରେ ଥିବା ନିଯୁକ୍ତି ତଥା ସେବା ସର୍ତ୍ତ ଅଧିନିୟମ ୧୯୯୬ ଅନୁଯାୟୀ ଏକ କଲ୍ୟାଣ ସଂଘ ଗଠନ ହେବା ଦରକାର। ତାହାର ଲକ୍ଷ୍ୟ ଶ୍ରମିକମାନଙ୍କ କାର୍ଯ୍ୟାବସ୍ଥାରେ ଉନ୍ନତି ଆଣିବା ଓ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଏହାବାଦ ନିର୍ମାଣ କାର୍ଯ୍ୟ ଉପରେ କର ବସାଇ ବୋର୍ଡର ସମ୍ବଳକୁ ସୁଦୃଢ କରିବା। ସମସ୍ତ ନିର୍ମାଣ କାର୍ଯ୍ୟରୁ ସଂଗୃହୀତ ଶ୍ରମ ଉପକରକୁ ଓଡ଼ିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ପାଣ୍ଠିରେ ଜମା କରିବା ଆବଶ୍ୟକ। ଏହି ପାଣ୍ଠି ଶ୍ରମିକମାନଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ତଦନୁସାରେ ୨୦୧୪-୧୫ ବର୍ଷରେ ଆଦାୟ ହୋଇଥିବା ୨୧୧.୧୩ କୋଟି ଟଙ୍କାର କର ୨୦୧୮-୧୯ରେ ବୃଦ୍ଧି ପାଇ ୮୭୬.୪୫ କୋଟି ଟଙ୍କାରେ ପହଞ୍ଚିଥିଲା। ଏହି ସମୟସୀମା ମଧ୍ୟରେ ୨୦୧୪-୧୫ରେ ମାତ୍ର ୪.୭୮ ପ୍ରତିଶତ ଏବଂ ୨୦୧୮-୧୯ରେ ୫୪.୮୮ ପ୍ରତିଶତ ପାଣ୍ଠି ବିନିଯୋଗ ହୋଇଥିଲା। ପାଣ୍ଠିର କମ୍‌ ବିନିଯୋଗ ଯୋଗୁ ଶ୍ରମ ଉପକର ଆଦାୟର ଲକ୍ଷ୍ୟ ହୋଇପାରି ନ ଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।
ଓଡ଼ିଶା ସରକାରଙ୍କ ଶ୍ରମ ଏବଂ ନିଯୁକ୍ତି ବିଭାଗ ଦ୍ୱାରା ୨୦୦୮ ଡିସେମ୍ବର ୧୫ରେ ନିଆଯାଇଥିବା ରେଜୁଲେସନ ଅନୁସାରେ ଆଦାୟ ହେଉଥିବା ଶ୍ରମିକ କର ସରକାରୀ କୋଷାଗାର (ମୁଖ୍ୟଶୀର୍ଷ-୦୨୩୦)ରେ ଜମା ହେବା ଜରୁରୀ ଥିଲା। କିନ୍ତୁ ବିଭିନ୍ନ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ପାଣ୍ଠିକୁ ସଞ୍ଚୟ ବ୍ୟାଙ୍କ ଖାତାରେ ଚେକ୍‌/ଡ୍ରାଫ୍ଟ ମାଧ୍ୟମରେ ଜମା କରାଯାଉଥିଲା। ପୁନଶ୍ଚ ୨୦୧୮-୧୯ ବର୍ଷର ବିତ୍ତୀୟ ହିସାବ ଅନୁଯାୟୀ ରାଜ୍ୟ କୋଷାଗାର ମାଧ୍ୟମରେ ରାଜ୍ୟ କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଉପକର ବାବଦକୁ ୨.୩୮ କୋଟି ଟଙ୍କା ଆଦାୟ ହୋଇଥିଲା। ଏହିସବୁ ରାଶି ବୋର୍ଡର ହିସାବ ଖାତାକୁ ସ୍ଥାନାନ୍ତରିତ ହୋଇ ନ ଥିଲା। ଫଳରେ ଏହା ରାଜସ୍ବ ବଳକାରେ ୨.୩୮ କୋଟି ଟଙ୍କା ଅଧିକ ହେଉଥିବାବେଳେ ସମପରିମାଣର ଫିଜିକାଲ ଡେଫିସିଟ୍‌ରେ କମ୍‌ ଦେଖାଉଥିଲା। ଏଥିରୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିପୁଳ ପରିମାଣର ପାଣ୍ଠିର ସଦ୍‌ବିନିଯୋଗ ହୋଇ ନ ଥିବା ଜଳଜଳ ହୋଇ ଦିଶୁଛି।
ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ବୀମା, ଚିକିତ୍ସା, ପେନ୍‌ସନ, ଯନ୍ତ୍ରପାତି କ୍ରୟ, କୁଶଳତା ଅଭିବୃଦ୍ଧି, ଦୁର୍ଘଟଣା ଓ ମୃତ୍ୟୁକାଳୀନ ସହାୟତା ଆଦି ବିଭିନ୍ନ ସରକାରୀ ସୁବିଧାସୁଯୋଗ ପାଇପାରିବେ ବୋଲି ପ୍ରଚଳିତ ଆଇନରେ ବ୍ୟବସ୍ଥା ରହିଛି। ବିଶେଷକରି ସ୍ବାଭାବିକ ମୃତ୍ୟୁ ପାଇଁ ଶ୍ରମିକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଓ କାର୍ଯ୍ୟକରୁଥିବା ସମୟରେ ଶ୍ରମିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁୁ ୨ଲକ୍ଷ ଟଙ୍କା ସହାୟତା ମିଳିବା ବ୍ୟବସ୍ଥା ରହିଛି। କିନ୍ତୁ ଲଘୁ ଖଣି ଖାଦାନ ଅଞ୍ଚଳରେ ଶ୍ରମିକମାନଙ୍କ ପଞ୍ଜୀକରଣ ହୋଇ ନ ଥିବାରୁ ବହୁ ଶ୍ରମିକଙ୍କ ମୃତ୍ୟୁପରେ ଏହି ଯୋଜନାରୁ ସେମାନଙ୍କ ପରିବାରବର୍ଗ ବଞ୍ଚିତ ରହୁଛନ୍ତି। ସେହିଭଳି ଯୁକ୍ତଦୁଇ ଶ୍ରେଣୀରେ ପାଠ ପଢୁଥିବା ଶ୍ରମିକଙ୍କ ଝିଅଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ପୁଅଙ୍କୁ ୩ ହଜାର ଟଙ୍କା ଶିକ୍ଷାବୃତ୍ତି ସହାୟତା, ସ୍ନାତକ, ବୈଷୟିକ ଶ୍ରେଣୀ ପାଇଁ ଝିଅଙ୍କୁ ବାର୍ଷିକ ୫ ହଜାର ଟଙ୍କା ଓ ପୁଅଙ୍କୁ ୪ ହଜାର ଟଙ୍କା ପ୍ରଦାନ ବ୍ୟବସ୍ଥା ରହିଛି। ଏପରିକି ଇଞ୍ଜିନିୟରିଂ, ଡାକ୍ତରୀ, ସ୍ନାତକୋତ୍ତର ଶିକ୍ଷା ପାଇଁ ଝିଅ ଓ ପୁଅ ଉଭୟଙ୍କୁ ୬ ହଜାର ଟଙ୍କା ଲେଖାଏ ଏବଂ ଶ୍ରମିକଙ୍କ ୨ଟି ଝିଅଙ୍କ ବାହାଘର ନିମନ୍ତେ ୧୦ହଜାର ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବା ନିୟମ ରହିଛି। କିନ୍ତୁ ବହୁ ଶ୍ରମିକ ଏହିସବୁ ସହାୟତା ପାଇପାରି ନ ଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri