ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ବାତିଲ କରିଥିବା ବେଳେ ବାର୍ଷିକ ଅନୁଦାନରେ ମଧ୍ୟ ବଡ଼ ଆକାରର କାଟଛାଣ୍ଟ କରିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ପ୍ରକଳ୍ପ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ବ୍ୟାଘ୍ର ପ୍ରଳ୍ପର ସୁରକ୍ଷା ପାଇଁ ନିଯୁକ୍ତ ଓ୍ବାଚରମାନଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ୨୦୭ ଜଣ ଅସ୍ଥାୟୀ ୱାଚରଙ୍କୁ ବିଦା କରାଯାଇଥିବାରୁ ପ୍ରକଳ୍ପର ସୁରକ୍ଷା ଢିଲା ପଡ଼ିଯିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ବାଇଶିପାଲି ବନ୍ୟପ୍ରାଣୀ ଖଣ୍ଡକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଅନୁଗୋଳ, ଢେଙ୍କାନାଳ, ଆଠମଲ୍ଲିକ, ଆଠଗଡ଼ ଓ ବୌଦ୍ଧ ବନଖଣ୍ଡର କିଛି ସଂରକ୍ଷିତ ଜଙ୍ଗଲ ଏଥିରେ ସାମିଲ ପରେ ପ୍ରକଳ୍ପର ପରିସୀମା ୧୧୩୬.୭୦ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହାର ପରିଚାଳନା, ସୁରକ୍ଷା ପାଇଁ ଏନ୍‌ଟିସିଏ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଦିଆଯାଇଥାଏ। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୪୦ ପ୍ରତିଶତ (ଏନ୍‌ଟିସିଏ ଅନୁଦାନ ଅନୁଯାୟୀ) ଅର୍ଥ ପ୍ରକଳ୍ପକୁ ପ୍ରଦାନ କରାଯାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟାଘ୍ର ପ୍ରକଳ୍ପ ଖର୍ଚ୍ଚ ପାଇଁ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣଙ୍କ ପକ୍ଷରୁ ୨୬ କୋଟି ୭୮ ଲକ୍ଷ ଟଙ୍କାର ପ୍ରସ୍ତାବ ଏନ୍‌ଟିସିଏକୁ ଦିଆଯାଇଥିଲା। କିନ୍ତୁ ଏନ୍‌ଟିସିଏ ୧୫ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ଖର୍ଚ୍ଚ ପାଇଁ ୧୫ କୋଟି ୯୬ ଲକ୍ଷ ଟଙ୍କା ମଗାଯାଇଥିବା ବେଳେ ମିଳିଥିଲା ମାତ୍ର ୩ କୋଟି ୮୨ ଲକ୍ଷ ଟଙ୍କା। ତେଣୁ ଖର୍ଚ୍ଚ କାଟ୍‌ କରିବାକୁ ଯାଇ ଗତ ସେପ୍ଟେମ୍ବରରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ଢେଙ୍କାନାଳ ବନଖଣ୍ଡରୁ ୧୦ ଜଣ ଅସ୍ଥାୟୀ ୱାଚର, ଆଠମଲ୍ଲିକରୁ ୩୦ ଜଣ, ଆଠଗଡ଼ରୁ ୩୦, ସାତକୋଶିଆରୁ ୫୯, ଅନୁଗୋଳରୁ ୨୫, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରୁ ୫୩ ଜଣଙ୍କୁ ବିଦା କରାଯାଇ ସାରିଛି। ଏହି ଅସ୍ଥାୟୀ ଓ୍ବାଚରମାନେ ଜଙ୍ଗଲ ସହ ବନ୍ୟଜନ୍ତୁ, ପରିବେଶ ସୁରକ୍ଷା, ଜନ୍ତୁ ଶିକାରୀ ଓ କାଠମାଫିଆଙ୍କୁ ଧରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରକଳ୍ପର ସୁରକ୍ଷାକୁ ଧ୍ୟାନରେ ରଖି ଏନ୍‌ଟିସିଏ ତରଫରୁ ଏମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ଏମାନେ ଦୈନିକ ଜଙ୍ଗଲ ମଧ୍ୟରେ ୧୦ କି.ମି. ପାଦରେ ଚାଲି ହାତୀ, ବାଘଙ୍କ ଗତିବିଧି ଓ ଶିକାରୀମାନଙ୍କ ଉପରେ ନଜର ରଖୁଥିଲେ। କିନ୍ତୁ ଏତେ ସଂଖ୍ୟକ ଓ୍ବାଚରଙ୍କୁ ଏକାବେଳେ ଛଟେଇ କରାଯାଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପ୍ରକଳ୍ପ ମଧ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ଉପସ୍ଥିତି ବହୁ ପୂର୍ବରୁ ରହିଥିବା ବେଳେ ମହାବଳ ବାଘ ମହାବୀର ମଧ୍ୟ ଶିକାରୀଙ୍କ ହାବୁଡ଼ରେ ପଡ଼ିଥିବା କୁହାଯାଇ ଆସୁଛି। ତେଣୁ ଖର୍ଚ୍ଚ କାଟ୍‌ ପାଇଁ ୨୦୭ ଓ୍ବାଚରଙ୍କୁ ବିଦା କରାଯିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ଏନ୍‌ଟିସିଏ ଅନୁଦାନ ହ୍ରାସ କରିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଡିଏଫ୍‌ଓମାନେ ବାଧ୍ୟ ହୋଇ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରିଛନ୍ତି। ଅଧିକ ଅର୍ଥ ପାଇଁ ପ୍ରସ୍ତାବ ଦିଆଯାଇଛି। ତାହା ଆସିଲେ ଅସ୍ଥାୟୀ ଭାବରେ ସେମାନଙ୍କୁ ପୁଣି ରଖିବାର ବ୍ୟବସ୍ଥା କରାଯିବ। କିନ୍ତୁ ସ୍ବଳ୍ପ ଅନୁଦାନ ଯୋଗୁ ପ୍ରକଳ୍ପ ସୁରକ୍ଷା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଦିନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri