୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: କମିଛି ହେନ୍ତାଳବଣ, ବଢ଼ିଛି ଚିଙ୍ଗୁଡ଼ି ଘେରି

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୧ ବର୍ଷ ବିତିଛି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଏଥିରେ କେନ୍ଦ୍ରାପଡ଼ା ଜିଲାରେ ୨,୯୭,୮୧୪ ପରିବାରଙ୍କ ଘର ଭାଙ୍ଗିଥିବା ବେଳେ ୩୮୭ ଜଣଙ୍କ ଅମୂଲ୍ୟ ଜୀବନ ଯାଇଛି। ୧୮୦୩ ଗୁରୁତର ଆହତ ସହିତ ୩୮ ଜଣ ଅଦ୍ୟାବଧି ନିଖୋଜ ଅଛନ୍ତି। ଜିଲାର ୪୮,୯୦୭ ଗୃହପାଳିତ ପଶୁପକ୍ଷୀଙ୍କର ମୃତ୍ୟୁ ହୋଇଥିଲା। ଲୋକଙ୍କ ନିକଟରେ ପ୍ରଥମ ସରକାରୀ ସାହାଯ୍ୟ ପହଞ୍ଚତ୍ବାକୁ ୧୦ ଦିନରୁ ଅଧିକ ସମୟ ଲାଗିଥିଲା। ଏହି ମହାବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ନକ୍ସା ତିଆରି କରିଥିଲା। ଯାହାଫଳରେ ଏହା ପରବର୍ତ୍ତୀ ସାମୁଦ୍ରିକ ଝଡ଼ ସମୟରେ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତା, ବାତ୍ୟା ଆଶ୍ରୟସ୍ଥଳୀ, ସମ୍ଭାବ୍ୟ ବିପଦସ୍ଥଳୀରୁ ଜନସାଧାରଣଙ୍କୁ ସ୍ଥାନାନ୍ତର, ଆଲର୍ଟ ସାଇରନ ସେଣ୍ଟର, ସ୍ବାସ୍ଥ୍ୟ ଓ ପରିବେଶ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ତେବେ ଜିଲା ପାଇଁ ବିପଦ ସାଜିଥିବା ସାମୁଦ୍ରିକ ଝଡ଼ ଓ ସୁନାମିକୁ ପ୍ରତିହତ କରୁଥିବା ହେନ୍ତାଳ ବଣ ବିଭିନ୍ନ କାରଣ ପାଇଁ ପ୍ରତିବର୍ଷ ନଷ୍ଟ ହେଉଛି। ବଢ଼ିଚାଲିଥିବା ଚିଙ୍ଗୁଡି ଘେରି ଓ ଜଙ୍ଗଲ ଜମି ଜବରଦଖଲକୁ ରୋକା ନ ଗଲେ ଆଗାମୀ ୧୦ବର୍ଷ ମଧ୍ୟରେ ଜିଲାର ବହୁ ଅଞ୍ଚଳ ସମୁଦ୍ର ଗର୍ଭକୁ ଚାଲିଯିବ। ସେହିପରି ୨୦୧୮ରୁ ସ୍ଥାପିତ ଜିଲାର ୨୦ ସାଇରନ ଆଲର୍ଟ କେନ୍ଦ୍ରରୁ ୧୦ ଅଚଳ ହେବା ଜିଲାବାସୀଙ୍କ ପାଇଁ ବିପଦ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ମତ ଦେଇଛନ୍ତି।
ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ ସ୍ବାଇଁ, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୪୮ କିଲୋମିଟର ସମୁଦ୍ର ତଟାଞ୍ଚଳରେ ଜାତୀୟ ଉଦ୍ୟାନ ଭିତରକନିକାର ୧୮୮ ବର୍ଗ କିଲୋମିଟର ଘଞ୍ଚ ହେନ୍ତାଳବଣ ଅଛି। ତେବେ ୧୯୬୦ରୁ ଏହାର ଦ୍ରୁତ ଅବକ୍ଷୟ ହେଉଛି। ସୁନାମି ଓ ସାମୁଦ୍ରିକ ଝଡ଼ ସମୟରେ ଜିଲାର ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତ ଏହି ହେନ୍ତାଳବଣ ଗତ ୬ ଦଶନ୍ଧି ମଧ୍ୟରେ ୮୮ ବର୍ଗ କିଲୋମିଟର ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଦେଖିବାକୁ ମିଳୁଛି। ହେନ୍ତାଳବଣର ସାନ୍ଦ୍ରତା ଓ ନମନୀୟତା ସମୁଦ୍ର ଢ଼େଉକୁ ରୋକିବାକୁ ସକ୍ଷମ। ଏହାର ବିସ୍ତାର ହେଲେ ସାମୁଦ୍ରିକ ଝଡ଼ ଓ ସୁନାମିକୁ ରୋକିବାରେ ସଫଳ ହେବ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳ ବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପଶିପାରି ନ ଥିଲା। ଧନଜୀବନ ରକ୍ଷା ହୋଇଥିଲା। ଉପକୂଳ ଅଞ୍ଚଳ ପରିଯୋଜନା, ବନ ବିଭାଗ, ପ୍ରଶାସନ ଓ ରାଜନେତା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱ ଦେଉଥିବା କହୁଥିଲେ ମଧ୍ୟ ଭିତ୍ତିଭୂମି ଅସଜଡା ରହିଥିବା ସେମାନେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ମୀର ଅବୁ ଓବେଦା, ବିଭୂତିଭୂଷଣ ରାଉତ, ପ୍ରତାପ ଚନ୍ଦ୍ର ପାଢ଼ୀ କୁହନ୍ତି, ମହାବାତ୍ୟାର ସ୍ମୃତିରେ ଭୟଙ୍କର ଅନୁଭୂତି ଆଗକୁ ଆସୁଛି। ଗମନାଗମନଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସହଯୋଗ, ପୂର୍ବାନୁମାନ ଓ ପ୍ରସ୍ତୁତି ନ ଥିବାରୁ ଜିଲାବାସୀଙ୍କ ଧନଜୀବନ ଯାଇଛି। ଏହାସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ମକ୍‌ଡ୍ରିଲରେ ସୀମିତ ରହିଛି। ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ନାହିଁ। ଗତ ଅମ୍ଫନ୍‌ ସମୟରେ ଜିଲାର ରାଜନଗର ବ୍ଲକରେ ପ୍ରତିଷ୍ଠା ହୋଇଥିବା ୧୧ ଓ ମହାକାଳପଡ଼ାର ୯ଟି ଆଲର୍ଟ କେନ୍ଦ୍ର ମଧ୍ୟରୁ ୧୦ଟିରେ ସାଇରନ ବାଜି ପାରିଲା ନାହିଁ। ଏଥିସହିତ ଭିତରକନିକା ଜଙ୍ଗଲ ଏବେ ଅନୁପ୍ରବେଶକାରୀଙ୍କ ପାଇଁ ଅସୁରକ୍ଷିତ ହୋଇଛି। ପର୍ଯ୍ୟାପ୍ତ ବେଆଇନ ଚିଙ୍ଗୁଡି ଘେରି ବନ୍ଦ ହେଲେ ସମସ୍ୟାର କିଛି ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କୁହନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲା ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଛି। ଏଥିପାଇଁ ବିଗତ ସାମୁଦ୍ରିକ ଝଡ଼ ସମୟରେ ଜିରୋ କାଜୁଆଲିଟି ହେଉଛି। ଉଦ୍ଧାର, ଥଇଥାନ, ମକ୍‌ଡ୍ରିଲ ଆଦି ବ୍ୟବସ୍ଥା ହୋଇଥିବା ବେଳେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ, ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri