Posted inଜାତୀୟ

କଶ୍ମୀର-ଲଦାଖରେ ନିର୍ମାଣ ହେବ ୧୦ ସୁଡ଼ଙ୍ଗ: ଏଲ୍‌ଏସି-ଏଲ୍‌ଓସିରେ ଶୀଘ୍ର ପହଞ୍ଚିବ ସହାୟତା

ନୂଆଦିଲ୍ଲୀ, ୨୧।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଯବାନଙ୍କ ପାଖରେ ଶୀଘ୍ର ସହାୟତା ପହଞ୍ଚାଇବା ପାଇଁ ଲଦାଖ ଏବଂ କଶ୍ମୀରର ଉଚ୍ଚ ପାହାଡ଼ରେ ୧୦ ସୁଡ଼ଙ୍ଗ ନିର୍ମାଣ କରାଯିବ। ଏସବୁ ସୁଡ଼ଙ୍ଗ ପଥ ଦେଶ ଭାରତୀୟ ସେନା ବର୍ଷସାରା ଯିବା ଆସିବା କରିପାରିବେ। କେତେକ ସୁଡ଼ଙ୍ଗ ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉପରେ ନିର୍ମାଣ କରାଯିବ। ଏଥି ମଧ୍ୟରେ ଲେହକୁ ନୁବ୍ରା ଘାଟି ସହି ସଂଯୋଗ କରୁଥିବା ୭ କିମି ଲମ୍ବର ଏକ ସୁଡ଼ଙ୍ଗ ରହିଛି। ସେହିପରି ୧୭ ହଜାର ୫୮୦ ଫୁଟ ଉଚ୍ଚରେ ନିର୍ମିତ ହେବାକୁ ଥିବା ୮ କିମିର ସୁଡ଼ଙ୍ଗ କାରୁ ଏବଂ ଲଦାଖର ଟଙ୍ଗେଷ୍ଟେ ମଧ୍ୟରେ ସଂଯୋଗ ସ୍ଥାପନ କରିବ। ଏହାଦ୍ୱାରା ପୋଙ୍ଗାଙ୍ଗ ହ୍ରଦ ନିକଟରେ ସହାୟତା ସହଜରେ ପହଞ୍ଚି ପାରିବ ବୋଲି କୁହାଯାଉଛି। ଲଦାଖର ଶଙ୍କୁ-ଲା ଗିରିପଥ ଏବଂ ନିମ୍ମୁ-ଦାରଚା-ପଦମ୍‌ ରୋଡ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ୭ କିମି ଲମ୍ବ ସୁଡ଼ଙ୍ଗ ୧୬ ହଜାର ୭୦୩ ଫୁଟ ଉଚ୍ଚରେ ନିର୍ମିତ ହେବ। ଶ୍ରୀନଗରରେ କଶ୍ମୀର,ଲେହ ଏବଂ ଦ୍ରାସ୍‌ରେ ଯୋଗାଯୋଗ ପାଇଁ ୧୧ ହଜାର ୫୦୦ ଫୁଟ ଉଚ୍ଚରେ ଜୋଜିଲାଠାରେ ୧୪ କିମି ଲମ୍ବର ଏକ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇ ସାରିଛି। ପୂର୍ବ ଳଦାଖର ଦୌଲତ ବେଗ୍‌ ଓଲ୍ଡି ଏବଂ ଡେପସାଙ୍ଗ ମଧ୍ୟରେ ଯୋଗାଯୋଗ ଲାଗି ୧୭ ହଜାର ୮୦୦ଫୁଟ ଉଚ୍ଚରେ ଏକ ସୁଡ଼ଙ୍ଗ ନିର୍ମାଣ କରାଯିବ। ରଣନୀତି ଦୃଷ୍ଟିକୋଣରୁ ଭାରତ ପାଇଁ ଏସବୁ ସୁଡ଼ଙ୍ଗ ଗୁଡ଼ିକ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାକୁ ନେଇ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri