Posted inଖେଳ

ଡିଫେନ୍ସ ବିଭାଗକୁ ଦୃଢ଼ କରୁଛୁ: ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୧୬।୧୦(ପି.ଟି.)-ଭାରତୀୟ ମହିଳା ହକି ଦଳର ଡିଫେନ୍ସ ବିଭାଗରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏହା ଦଳପାଇଁ ବିଶେଷ ଉପାଦେୟ ହେବ ବୋଲି ଗୁରୁବାର ଭାରତୀୟ ଦଳର ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ଏକ୍କା ପ୍ରକାଶ କରିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ଏବଂ କ୍ରମାଗତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ସମେତ ଗତ ବଡ଼ ଟୁର୍ନାମେଣ୍ଟଗୁଡ଼ିକରେ ଆମେମାନେ ଭଲ ଫଳାଫଳକୁ ଉପଭୋଗ କରିଛୁ। ଅଭିଜ୍ଞ ଖେଳାଳିମାନେ ଯୁବ ଖେଳାଳିଙ୍କୁ ଆବଶ୍ୟକ ପରାମର୍ଶ ଦେଇ ଡିଫେନ୍ସ ବିଭାଗକୁ ଅଧିକ ଦୃଢ଼ କରୁଛନ୍ତି ବୋଲି ସେ କହିଛନ୍ତି।
ଦୃଢ଼ ଡିଫେନ୍ସ ବିଭାଗ ସର୍ବଦା ଦଳଗୁଡ଼ିକୁ ସାହାଯ୍ୟ କରିଥାଏ। ଆମ ରକ୍ଷଣଭାଗ ଯଦି ଦୃଢ଼ ହୋଇଯିବ ତେବେ ଅଲିମ୍ପିକ୍ସ ପରି ବଡ଼ ଟୁର୍ନାମେଣ୍ଟ ଗୁଡ଼ିକରେ ଭାରତୀୟ ଦଳକୁ ନିଶ୍ଚିତ ଫାଇଦା ମିଳିବ। କୋଭିଡ୍‌-୧୯ ଯୋଗୁ ସମ୍ପ୍ରତି ସମଗ୍ର ବିଶ୍ୱପାଇଁ କଷ୍ଟ ସମୟ ଚାଲିଛି। ମାରାତ୍ମକ ଭାଇରସ ସଂକ୍ରମଣ ଯୋଗୁ ବିଶ୍ୱରେ ଏବେ କ୍ରୀଡ଼ା ଏକପ୍ରକାର ବନ୍ଦ ହୋଇ ଯାଇଛି। ଏପରି ସମୟରେ ଯୁବ ଖେଳାଳିଙ୍କୁ ମୋଟିଭେଟ କରିବା ତାଙ୍କ ଦାୟିତ୍ୱ ବୋଲି ଦୀପ୍‌ଗ୍ରେସ୍‌ କହିଛନ୍ତି। ” ଦଳର ଜଣେ ସିନିୟର ଖେଳାଳିଭାବେ ମୋର ଦାୟିତ୍ୱ ହେଲା ଯୁବ ଖେଳାଳିମାନେ ଏହାଦ୍ୱାରା ବେଶି ପ୍ରଭାବିତ ନ ହେବା ଏବଂ ଏହି ସମୟରେ ସକାରାତ୍ମକ ଚିନ୍ତା କରିବା। ସାମ୍ପ୍ରତିକ ସମୟରେ ଅନେକ ନକାରାତ୍ମକ ଚିନ୍ତା ଆସିବା ସ୍ବାଭାବିକ। ମାତ୍ର ଯୁବ ଖେଳାଳିଙ୍କ ଉପରେ ଯେପରି ଏହାର ବିଶେଷ ପ୍ରଭାବ ନ ପଡ଼ିବ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଖେଳ ପାଇଁ ପଡ଼ିଆକୁ ଓହ୍ଲାଇବା ସମ୍ଭବ ହେଉ ନ ଥିବାରୁ ସମସ୍ତେ ଫିଟ୍‌ନେସ ଉପରେ ଧ୍ୟାନ ଦେଉଛୁ। “ ବୋଲି ଏହି ୨୬ ବର୍ଷୀୟା ଓଡ଼ିଶା ଡିଫେଣ୍ଡର ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ଅନୁମତି ମିଳିଲେ ଭାରତୀୟ ଦଳ ଅଲିମ୍ପିକ୍ସ ପାଇଁ ଅଭ୍ୟାସ ଆରମ୍ଭ କରିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri